Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ପ୍ଲାନ୍ ସକସେସ୍:୨୦୧୫ବିଶ୍ୱକପ ରେକର୍ଡ ଦୋହରାଇଲେ ରୋହିତ

By admin • July 3, 2019 • Uncategorized, ସ୍ପୋର୍ଟସ୍

ପରାଜୟ ପରେ ବିଶ୍ୱକପ୍ ବିଜୟ ରଥକୁ ପୁଣି ଥରେ ଆଗକୁ ବଢ଼ାଇଛି ଟିମ୍ ଇଣ୍ଡିଆ। ବାଂଲାଦେଶକୁ ୨୮ରନରେ ହରାଇ ସେମିଫାଇନାଲ୍ ଟିକେଟ ହାତେଇଛି।ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଶତକ,ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ବାଂଲାଦେଶକୁ ଦେଇଥିଲା ୩୧୫ରନ୍ ଟାର୍ଗେଟ।ବ୍ୟାଟ୍ସମ୍ୟାନଙ୍କ ପରେ କମାଲ୍ କଲେ ବୋଲର।ରନ୍ ଚାପିଲେ,ଓ୍ୱିକେଟ ଖସାଇଲେ।ୟର୍କର କିଙ୍ଗ ବୁମରାହ ୫ଟି ଓ୍ୱିକେଟ୍ ନେଇ ବାଂଲାଦେଶ ପାଇଁ ଘାତକ ହେଲେ।ସେମି ପୂର୍ବରୁ ଇଣ୍ଡିଆର ଏକ୍ସପେରୀମେଣ୍ଟ ସକସେସଫୁଲ୍ ହୋଇଛି।

A place in the semi-finals for #TeamIndia as they beat Bangladesh by 28 runs 🇮🇳🇮🇳💙💙 #CWC19 #BANvIND pic.twitter.com/R3vSMsc8hD

— BCCI (@BCCI) July 2, 2019


ବାଂଲାଦେଶ ବିପକ୍ଷରେ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ।ସାତ ନମ୍ବର ପର୍ଯ୍ୟନ୍ତ ବ୍ୟାଟ୍ସମ୍ୟାନଙ୍କୁ ଖେଳାଇଥିଲା।ମଧ୍ୟକ୍ରମ ଓ ଲୋୟର ଅର୍ଡରକୁ ଶକ୍ତିଶାଳୀ କରିବା ପାଇଁ କେଦାର ଯାଦବଙ୍କ ସ୍ଥାନରେ ଦୀନେଶ କାର୍ତ୍ତିକ ଓ କୁଳଦୀପଙ୍କ ସ୍ଥାନରେ ଭୁବନେଶ୍ୱର କୁମାରଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରିଥିଲେ ବିରାଟ।ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚକୁ ଛାଡ଼ିଦେଲେ ଟିମ୍ ଇଣ୍ଡିଆର ମିଡିଲ ଓ ଲୋୟର ଅର୍ଡର ଦକ୍ଷତା ଅନୁସାରେ ପ୍ରଦର୍ଶନ କରିନାହାନ୍ତି।କେଦାର ଯାଦବ ଚଳିତ ବିଶ୍ୱକପରେ ୬ଟି ମ୍ୟାଚ ଖେଳି ଉଭୟ ବୋଲିଂ ଓ ବ୍ୟାଟିଂରେ ଫେଲ୍ ମାରିଛନ୍ତି।

  • କେଦାର ୬ଟି ମ୍ୟାଚରେ ୬ ଓଭର ବୋଲିଂ କରିଛନ୍ତି
  • ଓ୍ୱିକେଟ ପାଇନାହାନ୍ତି କେଦାର ଯାଦବ
  • ୬ଟି ମ୍ୟାଚରେ ହାସଲ କରିଛନ୍ତି ୮୦ରନ୍
  • କେଦାରଙ୍କ ଷ୍ଟ୍ରାଇକ୍ ରେଟ୍ ୮୦.୮୦

କୁଳଦୀପଙ୍କ ସ୍ଥାନରେ ଭୁବନେଶ୍ୱର କୁମାରଙ୍କୁ ଖେଳାଇବା ପଛରେ ୨ଟି କାରଣ ରହିଥିଲା। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ କୁଳଦୀପ।୧୦ଓଭର କୋଟାରେ ଓ୍ୱିକେଟ୍ ପାଇନଥିବା ବେଳେ ୭୨ରନ୍ ବ୍ୟୟ କରିଥିଲେ।ତାଙ୍କ ସ୍ଥାନରେ ଫେରିଲେ ଭୁବି ଭଲ ବୋଲିଂ କଲେ।ଆବଶ୍ୟକ ବେଳେ ଭୁବନେଶ୍ୱରଙ୍କ ବ୍ୟାଟ ବି କଥା କହେ। ଫାଷ୍ଟ କ୍ଲାସ କ୍ରିକେଟରେ ସେ ଗୋଟିଏ ଶତକ ଓ ୧୪ଟି ଅର୍ଦ୍ଧଶତକ ମାରିଛନ୍ତି।ତେଣୁ ତାଙ୍କୁ ଖେଳାଇଥିଲେ କ୍ୟାପଟେନ୍ କୋହଲି। 

  • କୁଳଦୀପ ଯାଦବ ଇଂଲଣ୍ଡ ମ୍ୟାଚରେ ୧୦ ଓଭରରେ ୭୨ ରନ୍ ଦେଇଥିଲେ
  • କୁଳଦୀପ ଚଳିତ ବିଶ୍ୱକପରେ ୬ଟି ମ୍ୟାଚରେ ମାତ୍ର ୫ଟି ଓ୍ୱିକେଟ ନେଇଛନ୍ତି

ଇଂଲଣ୍ଡ ଭଳି ଥିଲା ଟିମ୍ ଇଣ୍ଡିଆ ଥିଓରୀ
ଇଂଲଣ୍ଡ ଠାରୁ ହାରିବା ପରେ ନୂଆ ଗେମ୍ ପ୍ଲାନ ସହ ଖେଳିଲା ଟିମ୍ ବିରାଟ।ଇଂଲଣ୍ଡ ଷ୍ଟାଇଲରେ ଖେଳ ଦେଖାଇଲା ମେନ୍ ଇନ୍ ବ୍ଲୁ।ଆରମ୍ଭରୁ ପ୍ରତିପକ୍ଷ ବୋଲରଙ୍କୁ ନିର୍ଧୁମ ପ୍ରହାର କଲେ।ଯେମତି ଭାରତ ବିପକ୍ଷ ଖେଳିଥିଲା ଇଂଲଣ୍ଡ।ଗତ କିଛି ବର୍ଷ ହେବ ଆରମ୍ଭରୁ ଆକ୍ରମଣାତ୍ମକ ଇନିଂସ ଖେଳୁଛି ଇଂଲିଶ ବାହିନୀ।କାରଣ ହେଲା ବ୍ୟାଟିଂ ଅର୍ଡରରେ ଆବଶ୍ୟକ ପଡ଼ିଲେ ମୋଇନ୍ ଅଲ୍ଲୀଙ୍କ ପର୍ଯ୍ୟନ୍ତ ଖେଳାଳି କିଛି ବି କରି ପାରିବେ। ବାଂଲାଦେଶ ବିପକ୍ଷରେ ଠିକ୍ ଏମିତି ଷ୍ଟାଇଲରେ ଖେଳ ଦେଖାଇଥିଲା ଟିମ୍ ଇଣ୍ଡିଆ। ବାଂଲା ବୋଲରଙ୍କୁ ପ୍ରଥମରୁ ପ୍ରହାର କରିଥିଲେ ରୋହିତ ଶର୍ମା ଓ ଲୋକେଶ ରାହୁଲ। ଯାହାକି ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ,ପାକିସ୍ତାନ କି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳି ନଥିଲା।କିନ୍ତୁ ଶେଷ ୫ଓଭରରେ ରନ୍ କାଢ଼ିବାରେ ଏବେ ବି ଦୁର୍ବଳ ରହିଛି ଭାରତ।ବାଂଲାଦେଶ ବିପକ୍ଷରେ ଶେଷ ୫ଓଭରରେ ମାତ୍ର ୫୫ରନ୍ ସ୍କୋର କାର୍ଡରେ ଯୋଡ଼ିଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍।
ବାଂଲାଦେଶର ସେମି ଆଶା ଭାଙ୍ଗି ଦେଲେ ରୋହିତ-ବୁମରାହ
ତୃତୀୟ ଥର ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଭାରତ।୨୦୧୫ ବିଶ୍ୱକପରେ ବି ବାଂଲାଦେଶକୁ ହରାଇ ସେମିରେ ସ୍ଥାନ ପକ୍କା କରିଥିଲା ଟିମ୍ ଇଣ୍ଡିଆ।ବିଜୟୀ ଇନିଂସ (୧୩୭ ରନ୍) ଖେଳିଥିଲେ ରୋହିତ ଶର୍ମା।ଚଳିତ ବିଶ୍ୱପକରେ ରୋହିତ ଚତୁର୍ଥ ସେଞ୍ଚୁରୀ ନିଜ ନାଁରେ ଲେଖିଛନ୍ତି।ଅନ୍ତର୍ଜାତୀୟ ଦିନିକିଆରେ ୨୬ତମ ଶତକର ସେ ଅଧିକାରୀ। ଗୋଟିଏ ବିଶ୍ୱକପରେ ଚାରିଟି ଶତକ ମାରି ଶ୍ରୀଲଙ୍କାର ପୂର୍ବତନ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରାଙ୍କ ସେ ସମକକ୍ଷ ହୋଇଛନ୍ତି ରୋହିତ।ବ୍ୟାଟିଂ ଭାର ନିଜ କାନ୍ଧରେ ବୋହି ସାଥି ଖେଳାଳିଙ୍କ ସହ ମିଶି ଉପଯୋଗୀ ଇନିଂସ ଖେଳୁଛନ୍ତି।ମିଡିଲ ଓ ଲୋୟର ଅର୍ଡର ଫର୍ମ ଦେଖାଇଲେ ଟିମ୍ ଇଣ୍ଡିଆ ୨୦୧୧ର ସ୍ୱର୍ଣ୍ଣିମ ସଫଳତାକୁ ଲର୍ଡସରେ ଦୋହରାଇବ।
ପୂର୍ବତନ PMଙ୍କୁ ଓଡ଼ିଆ ବୋହୂଙ୍କ ଜବାବ-‘ଆପଣ ସର୍ବସାଧାରଣରେ କାହିଁକି ଦେଉଛନ୍ତି ଭାଷଣ’

Indian Cricket TeamSEMI FINALWORLD CUP CRICKET
Tweet
0
ନିର୍ବାଚନ ବେଳେ Game Changer ‘କାଳିଆ’ପରି ଯୋଜନାର,ଘୋଷଣା ହେବ ବ୍ୟାନ୍!
ରାହୁଲଙ୍କ ଇସ୍ତଫା:୨୧ବର୍ଷ ପରେ ସୋନିଆଙ୍କ କଣ୍ଟ୍ରୋଲରୁ ଯିବ କଂଗ୍ରେସ!

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.