ଦେଶ ପାଳୁଛି ହର ଘର ତ୍ରିରଙ୍ଗା ଅଭିଯାନ:ଜାଣନ୍ତୁ କେମିତି ଥିଲା ତ୍ରିରଙ୍ଗାର ଯାତ୍ରା

ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଆଜାଦ୍ କି ଅମୃତ ମହୋତ୍ସବ ପାଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ଦେଶବାସୀଙ୍କୁ ଘରେ ପତାକା ଉଡାଇବାର ସୌଭାଗ୍ୟ ମିଳିଛି। ଆଜି ଯେଉଁ ପତାକା ଆମେ ଦେଖୁଛେ ଏହା ପ୍ରାରମ୍ଭରୁ ଦେଶର ଜାତୀୟ ପତାକା ରୁପେ ସ୍ୱୀକୃତି ପାଇ ନଥିଲା। ବିଭିନ୍ନ ସମୟରେ ବିଭିନ୍ନ ପରିବର୍ତ୍ତନର ଧାରାରେ ସାମିଲ ହେବା ପରେ ତ୍ରିରଙ୍ଗା ଜାତୀୟ ପତାକାର ମାନ୍ୟତା ପାଇଛି। ଆସନ୍ତୁ ସେ ସମ୍ପର୍କରେ ଜାଣିବା।

୧୯୦୬ରୁ ୧୯୪୭ କେମିତି ଥିଲା ଜାତୀୟ ପତାକାର ଯାତ୍ରା
ଭାରତୀୟ ପତାକାର ଜୀବନ ଯାତ୍ରା ୧୯୦୬ରୁ ହିଁ ଆରମ୍ଭ ହୋଇଥିଲା। ୧୯୦୬ ଅଗଷ୍ଟ ୭ ରେ ପ୍ରଥମଥର ପାଇଁ ଦେଶରେ ପତାକା ଉଡାଇବାର ପ୍ରଥା ଆରମ୍ଭ ହୋଇଥିଲା। ବଙ୍ଗ ବିଭାଜନ ବିରୋଧରେ ବୟକଟ ଦିବସ ପାଳନ ପାଇଁ ପରାସି ବଗାନ ଚୌକ ଯାହା ଗ୍ରୀନ ପାର୍କ ନାଁରେ ଜଣାଶୁଣା ସେଠାରେ ହଜାର ହଜାର ଲୋକ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରଥମଥର ପାଇଁ ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ର ନାଥ ବାନାର୍ଜୀ ଗୋଟିଏ ଝଣ୍ଡା ଉଡ଼ାଇଥିଲେ ଯାହାକୁ ଭାରତର ପ୍ରଥମ ନ୍ୟାସନାଲ ଫ୍ଲାଗ କୁହାଯାଏ। ସେବେଠାରୁ ହିଁ ପତାକା ଉଡାଇବାର ଚିନ୍ତାଧାରା ଉଦ୍ରେକ ହୋଇଥିଲା। କିନ୍ତୁ ସମୟ ସହିତ ତାଳଦେଇ ବିଭିନ୍ନ ଚିନ୍ତାଧାରା ପ୍ରଭାବରେ ବିଭିନ୍ନ ସମୟରେ ପତାକାର ଡିଜାଇନ ବଦଳିଛି।

ପତାକାର ପରିବର୍ତ୍ତିତ ରୂପ
ଭାରତର ଜାତୀୟ ପତାକା ବିଭିନ୍ନ ସମୟରେ ପରିବର୍ତ୍ତନର ଧାରାରେ ସାମିଳ ହୋଇଛି। ୧୯୦୭ ମସିହା ଅଗଷ୍ଟ୨୨ ତାରିଖରେ ମ୍ୟାଡ଼ାମ କାମା ଏବଂ ତାଙ୍କ ସାଥି ଜର୍ମାନୀରେ ଭାରତର ଝଣ୍ଡା ଉଡାଇଥିଲେ ଯାହାକୁ ବର୍ଲିଂ କମିଟି ଫ୍ଲାଗ ମଧ୍ୟ କୁହାଯାଏ। ସେହି ପତାକାରେ ମଧ୍ୟ ତିନୋଟି ରଙ୍ଗ ବ୍ୟବହାର ହୋଇଥିଲା। ସେତେବେଳେ ସେହି ପତାକାଳୁ ରାଷ୍ଟ୍ରୀୟ ପତାକାର ପରିଚୟ ମିଳିଥଇଲା। ଉପରେ ନାରଙ୍ଗୀ ମଝିରେ ହଳଦୀ ଏବଂ ତଳେ ସବୁଜ ରଙ୍ଗ ହୋଇଥିଲା।୧୯୧୬ମସିହାରେ ବାଲ ଗଙ୍ଗାଧର ତିଲକଙ୍କ ଦ୍ୱାରା ଗଠିତ ସଂଗଠନ ହମବ୍ରୁଲ ଏକ ପତାକା ପ୍ରସ୍ତୁତ କରିଥିଲା। ସେତେବେଳେ ଇଂରେଜ ସରକାରଙ୍କ ଆଗରେ ସ୍ୱୟତ୍ତ ପ୍ରଦାନ କରୁଥିଲେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ। ଏହାର ଅର୍ଥ ଇଂରେଜ ସାମ୍ରାଜ୍ୟ ଅଧୀନରେ ସ୍ୱତନ୍ତ୍ର ରାଷ୍ଟ୍ର। ଯେଉଁ ପତାକାର ସଭା ଉପରେ ଇଂରେଜଙ୍କ ଝଣ୍ଡା ମଧ୍ୟ ରହିଥିଲା।

କିଏ ପତାକାର ପିତାମହ
ଏବେ ଯେଉଁ ତ୍ରିରଙ୍ଗା ପତାକାକୁ ଜାତୀୟ ପତାକାର ମାନ୍ୟତା ମିଳିଛି ତାର ଜନକ ହେଉଛନ୍ତି ପିଙ୍ଗାଲି ଭେଙ୍କୟା। ୧୯୨୧ରେ ମହାତ୍ମା ଗାନ୍ଧୀଙ୍କୁ ରାଷ୍ଟ୍ରୀୟ ଝଣ୍ଡା ପାଇଁ ଏକ ଡିଜାଇନ ଦେଖାଇଥିଲେ। ସେଥିରେ ହିନ୍ଦୁଙ୍କ ପାଇଁ ଲାଲ ଏବଂ ମୁସଲମାନଙ୍କ ପାଇଁ ସବୁଜ ରଙ୍ଗ ରହିଥିଲା। ୧୯୧୬ ମସିହାରୁ ଝଣ୍ଡା ଡିଜାଇନକୁ ନେଇ ପିଙ୍ଗାଲି ଏକ ବହି ମଧ୍ୟ ଲେଖିଥିଲେ। ତାଙ୍କ ପ୍ରୟାସ ଥିଲା ଭାରତର ଝଣ୍ଡା କିଛି ଏଭଳି ହେବ ଦରକାର ଯେଉଁଥିରେ ସବୁ ଧର୍ମର ଲୋକଙ୍କୁ ଯୋଡି ହେବ।ତେବେ ଯେତେବେଳେ ଗାନ୍ଧୀ ସେହି ପତାକା ଦେଖିଲେ ସେଥିରେ ଧଳା ରଙ୍ଗ ଯୋଡିବାକୁ କହିଥିଲେ ଆଉ ସେହି ପତାକା କିଛି ଏମିତି ଦେଖାଯାଉଥିଲା। ୧୯୩୧ ମସିହାରେ ପୁଣିଥରେ ରାଷ୍ଟ୍ରୀୟ ପତାକା ଡିଜାଇନ ପତିବର୍ତ୍ତନ ହେଲା ଆଉ ସେହି ପତାକାରେ ତିନୋଟି ରଙ୍ଗ ରହିଥିଲା। ଉପରେ କେଶରୀ ରଙ୍ଗ ମଝିରେ ଧଳା ଓ ତଳେ ସବୁଜ ରଙ୍ଗ।

୧୯୪୭ ରେ ଡ଼ ରାଜେନ୍ଦ୍ର ପ୍ରସାଦଙ୍କ ଅଧକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ଏହି କମିଟିକୁ ଭାରତର ରାଷ୍ଟ୍ରୀୟ ପତାକା ଚୟନ କରିବାର ଥିଲା। କମିଟି ଭାରତୀୟ ନେସନାଲ କଂଗ୍ରେସର ଝଣ୍ଡାରେ କିଛି ପରିବର୍ତ୍ତନ କରି ତାକୁ ରାଷ୍ଟ୍ରୀୟ ପାତକା ଭାବେ ଆପଣାଇବା ପାଇଁ ପ୍ରସ୍ତାବ ଦେଲା। ୧୯୩୧ ମସିହାର ପାତାକାରେ ଅରଖ ଥିଲା ସେହି ସ୍ଥାନରେ ଅଶୋକ ଚକ୍ର ସ୍ଥାନିତ ହେଲା। ସେହି ତ୍ରିରଙ୍ଗା ଏବେ ଭାରତର ଜାତୀୟ ପତାକା ସାଜିଛି।
ଏ ଷ୍ଟୋରୀ ଲେଖିଛନ୍ତି -ରଶ୍ମିତା ବେହେରା
Connect With Us