Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

IPL ଫ୍ଲାସବ୍ୟାକ:କେମିତି ଥିଲା ଲଢ଼େଇ,କିଏ ମାରିଥିଲା ବାଜି

By admin • March 23, 2019 • ସ୍ପୋର୍ଟସ୍
IPL-2019

ବର୍ଷିବ ଚୌକା ଛକା।ଜଲଓ୍ୱା ଦେଖାଇବେ ଦେଶୀ ବିଦେଶୀ ଖେଳାଳି।ଚିଅର ଗର୍ଲ ଏଣ୍ଟରଟେନ୍ କରିବେ। ଜମିବ ଫଟାଫଟ କ୍ରିକେଟ ଆଇପିଏଲ୍ ମହାସମର। ଆଜିଠାରୁ (ଶନିବାର) ଆଇପିଏଲ୍ ସିଜିନ-୧୨ ମୁକାବିଲା। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍ ଓ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।୧୧ଟି ସଂସ୍କରଣରେ ସର୍ବାଧିକ ୭ଟି ଫାଇନାଲ୍ ମ୍ୟାଚ୍ ଖେଳିଛି ଚେନ୍ନାଇ। ମୁମ୍ବାଇ ଓ ଚେନ୍ନାଇ ୩ଥର ଲେଖାଏଁ ଆଇପିଏଲ୍ ଚାମ୍ପିଅନ୍ ହୋଇଛନ୍ତି। ନଜର ପକାଇବା ଆଇପିଏଲ ୧୧ଟି ଫାଇନାଲ୍ ଲଢ଼େଇ ଉପରେ।
ଆଇପିଏଲ୍ ୨୦୦୮: ଚେନ୍ନାଇ ସୁପରକିଙ୍ଗସ୍ ବନାମ ରାଜସ୍ଥାନ ରୟାଲ୍ସ

Rajastan-Royals-2008ରାଜସ୍ଥାନ ରୟାଲ୍ସ ଚାମ୍ପିଅନ୍
(୨୦୦୮)
ଆଇପିଏଲ୍ ପ୍ରଥମ ସଂସ୍କରଣର ଦୁଇ ଫାଇନାଲିଷ୍ଟ। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୬୩ ରନ୍ କରିଥିଲା। ୧୬୪ ରନ୍ ଟାର୍ଗେଟର ପିଛା କରି ୧୯ଓଭରରେ ୧୫୬ରନ୍ କରିଥିଲା ରାଜସ୍ଥାନ। ଶେଷ ଓଭରରେ ଦରକାର ଥିଲା ୮ରନ୍। ଶେଷ ବଲରେ ଗୋଟିଏ ରନ୍ କରି ସୋହେଲ ତନବୀର ରାଜସ୍ଥାନ ହାତରେ ଧରାଇଥିଲେ ଆଇପିଏଲ୍ ପ୍ରଥମ ଟ୍ରଫି। ରାଜସ୍ଥାନ ପକ୍ଷରୁ ୟୁସୁଫ ଫଠାନ୍ (୫୬ରନ୍) ବିଜୟୀ ଇନିଂସ ଖେଳିଥିଲେ।
ମ୍ୟାନ୍ ଅଫ୍ ଦି ମ୍ୟାଚ୍- ୟୁସୁଫ ଫଠାନ୍, ମ୍ୟାନ୍ ଅଫ୍ ଦି ସିରିଜ୍- ସେନ୍ ଓ୍ୱାଟସନ୍
Deccan-Charges-2009ଡେକାନ୍ ଚାର୍ଜର୍ସ ଚାମ୍ପିଅନ୍ (୨୦୦୯)
ସାଧାରଣ ନିର୍ବାଚନ ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଖେଳାଯାଇଥିଲା ଆଇପିଏଲ୍ ଦ୍ୱିତୀୟ ସିଜିନର ଫାଇନାଲ୍ ମ୍ୟାଚ୍। ଡେକାନ୍ ଚାର୍ଜର୍ସ ପ୍ରଥମେ ବ୍ୟାଟିଂ କରିଥିଲା। ଟାର୍ଗେଟ ଦେଇଥିଲା ୧୪୪ ରନ୍। ହର୍ସେଲ୍ ଗିବ୍ସ ଅପରାଜିତ ୫୩ରନ୍ କରିଥିଲେ। ଜବାବରେ ବେଙ୍ଗାଲୁରୁ ଓ୍ୱିକେଟ ଖସି ପଡ଼ିଥିଲା। ୧୩୭ ରନରେ ସୀମିତ ରହିଯାଇଥିଲା ଆରସିବି।
ମ୍ୟାନ୍ ଅଫ୍ ଦି ମ୍ୟାଚ୍- ଅନୀଲ କୁମ୍ବଲେ, ମ୍ୟାନ୍ ଅଫି ଦି ସିରିଜ୍- ଆଦାମ୍ ଗୀଲଖ୍ରୀଷ୍ଟ
ଚେନ୍ନାଇ ସୁପରକିଙ୍ଗସ୍ ଚାମ୍ପିଅନ୍ (୨୦୧୦)
ଦ୍ୱିତୀୟ ଥର ଚେନ୍ନାଇ ସୁପରକିଙ୍ଗସ୍ ଫାଇନାଲ ଯାଇଥିବା ବେଳେ ପ୍ରଥମ ଥର ଏଣ୍ଟ୍ରି ମାରିଥିଲା ମୁମ୍ୱାଇ ଇଣ୍ଡିଆନ୍ସ। ସୁରେଶ ରୈନାଙ୍କ ୫୭ ରନ୍ ବଳରେ ଚେନ୍ନାଇ ୧୬୯ ରନ୍ କରିଥିଲା। ମୁମ୍ବାଇ ୯ ଓ୍ୱିକେଟରେ ୧୪୬ରନ୍ କରି ପାରିଲା। ଚାମ୍ପିଅନ୍ ହୋଇଥିଲା ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍।
ମ୍ୟାନ୍ ଅଫ୍ ଦି ମ୍ୟାଚ୍- ସୁରେଶ ରୈନା, ମ୍ୟାନ୍ ଅଫ୍ ଦି ସିରିଜ୍- ସଚିନ ତେନ୍ଦୁଲକର (ମୋଟ୍ ୬୧୮ରନ୍)
Chennai-SuperKings-2011ଚେନ୍ନାଇ ସୁପରକିଙ୍ଗସ୍ ଚାମ୍ପିଅନ୍(୨୦୧୧)
ପୁଣି ଫାଇନାଲ୍ ଖେଳିଥିଲା ଚେନ୍ନାଇ ଟିମ୍।ମୂରଲୀ ବିଜୟଙ୍କ ୫୨ବଲରେ ଧୂଆଁଧାର ୯୫ରନ୍ ବଳରେ ଚେନ୍ନାଇ ୨୦୫ରନର ବିଶାଳ ସ୍କୋର କରିଥିଲା।ବେଙ୍ଗାଲୁରୁର ବ୍ୟାଟ୍ ଚାଲିଲା ନାହିଁ। ୧୪୭ରନରେ ଅଲଆଉଟ୍ ହୋଇଗଲା। ଚେନ୍ନାଇ ୫୮ରନରେ ଫାଇନାଲ୍ ମ୍ୟାଚ୍ ଓ ଆଇପିଏଲ୍ ଟ୍ରଫି ନିଜ ନାଁରେ କରିଥିଲା।
ମ୍ୟାନ୍ ଅଫ୍ ଦି ମ୍ୟାଚ୍- ମୂରଲୀ ବିଜୟ, ମ୍ୟାନ୍ ଅଫ୍ ଦି ସିରିଜ୍- କ୍ରିସ୍ ଗେଲ୍ (ମୋଟ୍ ୬୦୮ରନ୍)
Kolkata-Khight-Riders-2012କୋଲକାତା ନାଇଟ ରାଇଡର୍ସ ଚାମ୍ପିଅନ୍(୨୦୧୨)
କୋଲକାତା ଟିମ୍ ପ୍ରଥମ ଥର ଆସିଥିଲା ଆଇପିଏଲ୍ ଫାଇନାଲକୁ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୯୦ରନ୍ ସ୍କୋର କରିଥିଲା। ରୈନା ୩୮ବଲରେ ୭୩ ରନ୍ ପିଟିଥିଲେ। ୧୯୧ରନ୍ ବିଜୟ ଲକ୍ଷ୍ୟକୁ ୨ଟି ବଲ୍ ବାକି ଥାଇ ହାସଲ କରି ନେଇଥିଲା କେକେଆର୍। ଜ୍ୟାକ୍ କାଲିସ୍ ୬୯ ଓ ମନବିନ୍ଦର ବିସଲା କରିଥିଲେ ୮୯ରନ୍। ପ୍ରଥମ ଥର ଫାଇନାଲ୍ ଖେଳି ଟ୍ରଫି ଜିତିଥିଲା କୋଲକାତା।
ମ୍ୟାନ୍ ଅଫ୍ ଦି ମ୍ୟାଚ୍- ମନବିନ୍ଦର ବିସଲା, ମ୍ୟାନ୍ ଅଫ୍ ଦି ସିରିଜ୍- ସୁନୀଲ ନରେନ୍
Mumbai-Indians-2013ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍(୨୦୧୩)
ଦ୍ୱିତୀୟ ଥର ଫାଇନାଲ୍ ମୁକାବିଲାରେ ସାମନା ସାମନି ହୋଇଥିଲେ। ପ୍ରଥମେ ବ୍ୟାଟି କରିଥିଲା ମୁମ୍ୱାଇ। କେରନ୍ ପୋଲାର୍ଡଙ୍କ ୬୦ରନ୍ ବଳରେ ୧୪୮ରନ୍ କରିଥିଲା ମୁମ୍ୱାଇ। ସମସ୍ତେ ଭାବିଥିଲେ ଧୋନିଙ୍କ ଚେନ୍ନାଇ ସହଜରେ ଟାର୍ଗେଟ ହାସଲ କରି ନେବ। କିନ୍ତୁ ହେଲାନି। ୧୨୫ ରନରେ ଅଲଆଉଟ୍ ହୋଇଗଲା ଚେନ୍ନାଇ। ମାଲିଙ୍ଗା ଓ ଜନସନ ଘାତକ ସାବ୍ୟସ୍ତ ହୋଇଥିଲେ। ଜିତିଯାଇଥିଲା ମୁମ୍ୱାଇ।
ମ୍ୟାନ୍ ଅଫ୍ ଦି ମ୍ୟାଚ୍- କେରନ ପୋଲାର୍ଡ, ମ୍ୟାନ୍ ଅଫ୍ ଦି ସିରିଜ୍- ସନ୍ ଓ୍ୱାଟସନ୍
Kolkata-Khingh-Riders-2014କୋଲକାତା ନାଇଟ୍ ରାଇଡର୍ସ ଚାମ୍ପିଅନ୍(୨୦୧୪)
ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୧୯୯ରନରେ ଅଲ ଆଉଟ୍ ହୋଇଥିଲା। ରିଦ୍ଧିମାନ ଶାହ ୫୫ ବଲରେ ଅପରାଜିତ ୧୧୫ ରନ୍ ପିଟିଥିଲେ। ଆଇପିଏଲ୍ ଫାଇନାଲରେ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର।୨୦୦ରନ୍ ପିଛା କରି କୋଲକାତା ୩ଟି ବଲ୍ ବାକି ଥାଇ ବିଜୟ ମୁଣ୍ଡି ମାରିଥିଲା। ମନୀଷ ପାଣ୍ଡେ ୯୪ ରନ୍ ବଳରେ ଦ୍ୱିତୀୟ ଥର ଆଇପିଏଲ୍ ଚାମ୍ପିଅନ୍ ହୋଇତିଲା କୋଲକାତା।
ମ୍ୟାନ୍ ଅଫ୍ ଦି ମ୍ୟାଚ୍- ରିଦ୍ଧିମାନ ଶାହ, ମ୍ୟାନ୍ ଅଫ୍ ଦି ସିରିଜ୍- ଗ୍ଲେନ୍ ମ୍ୟାକ୍ସଓ୍ୱେଲ୍
Mumbai-Indians-2015ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍(୨୦୧୫)
ପୁଣି ଥରେ ଆଇପିଏଲ୍ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଦୁଇ ଦଳ। ରୋହିତ ଶର୍ମାଙ୍କ ୫୦ ଓ ସିମନ୍ସଙ୍କ ୬୮ରନ୍ ବଳରେ ମୁମ୍ୱାଇ ୨୦୨ରନର ପାହାଡ ଠିଆ କରିଥିଲା। ଚେନ୍ନାଇକୁ ଜିତିବା ପାଇଁ ୨୦୩ ରନ୍ ଦରକାର ଥିବା ବେଳେ ୧୬୧ରନରେ ଆଣ୍ଠେଇ ପଡ଼ିଥିଲା। ଦ୍ୱିତୀୟ ଥର ଚାମ୍ପିଅନ୍ ହୋଇଥିଲା ମୁମ୍ୱାଇ ଇଣ୍ଡିଆନ୍ସ।
ମ୍ୟାନ୍ ଅଫ୍ ଦି ମ୍ୟାଚ୍- ରୋହିତ ଶର୍ମା, ମ୍ୟାନ୍ ଅଫ୍ ଦି ସିରିଜ୍- ଆନ୍ଦ୍ରେ ରସେଲ୍
Sun-Riseres-Hyderabad-2016ସନ୍ ରାଇଜର୍ସ ହାଇଦ୍ରାବାଦ ଚାମ୍ପିଅନ୍(୨୦୧୬)
ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ।ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ୬୯ ରନ୍ ବଳରେ ୨୦୮ରନ୍ ସ୍କୋର ଠିଆ କରିଥିଲା। ୨୦୯ରନ୍ ଟାର୍ଗେଟ ପୂରଣ କରିବାକୁ ଆସି ବେଙ୍ଗାଲୁରୁ ଭଳ ଆରମ୍ଭ କରିଥିଲା। ୧୨ ଓଭରରେ ୪ଟି ବଲରେ ଗୋଟିଏ ଓ୍ୱିକେଟ ବିନିମୟରେ ଦଳର ସ୍କୋର ଥିଲା ୧୪୦ରନ୍। ତାପରେ ସବୁ ଓଲଟପାଲଟ ହୋଇଗଲା।ଝଡ଼ିପଡ଼ିଲା ଓ୍ୱିକେଟ। ୨୦ ଓଭର ସୁଦ୍ଧା ବେଙ୍ଗାଲୁରୁ କେବଳ ୨୦୦ରନ୍ କରି ପାରିଲା। ଦ୍ୱିତୀୟ ଥର ଫାଇନାଲ୍ ଯାଇ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା ବେଙ୍ଗାଲୁରୁ।
ମ୍ୟାନ୍ ଅଫ୍ ଦି ମ୍ୟାଚ୍- ବେନ୍ କଟିଂ, ମ୍ୟାନ୍ ଅଫ୍ ଦି ସିରିଜ୍- ବିରାଟ କୋହଲି(ମୋଟ୍ ୯୭୩ରନ୍)
Mumbai-Indians-2017ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍(୨୦୧୭)
ମୁମ୍ୱାଇ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୨୯ରନ୍ କରିଥିଲା। ପୁଣେ ୧୯ଓଭରରେ ୩ଓ୍ୱିକେଟ ହରାଇ ୧୧୯ରନ୍ କରିଥିଲା।ଶେଷ ଓଭରରେ ଜିତିବା ପାଇଁ ପୁଣେକୁ ଦରକାର ଥିଲା ୧୧ରନ୍।ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଶେଷ ଓବରର ବଲରେ ୪ ରନ୍ ଦରକାର ଥିଲା। ଦୁଇ ରନ୍ ଦୌଡ଼ି ତୃତୀୟ ରନ୍ ନେବା ବେଳେ ରନ୍ ଆଉଟ୍ ହୋଇଥିଲେ ପୁଣେ ବ୍ୟାଟ୍ସମ୍ୟାନ୍। ଫାଇନାଲ୍ ମ୍ୟାଚ୍ ସହ ଆଇପିଏଲ୍ ଚାମ୍ପିଅନ୍ ହୋଇଥିଲା ମୁମ୍ୱାଇ।
ମ୍ୟାନ୍ ଅଫ୍ ଦି ମ୍ୟାଚ୍- କ୍ରୁନାଲ୍ ପାଣ୍ଡ୍ୟା, ମ୍ୟାନ୍ ଅଫ୍ ଦି ସିରିଜ- ବେନ୍ ଷ୍ଟୋକ୍ସ
ଚେନ୍ନାଇ ସୁପରକିଙ୍ଗସ୍ ଚାମ୍ପିଅନ୍(୨୦୧୮)
ଆଇପିଏଲ୍ ସିଜିନ୍-୧୧ରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୭୮ରନ୍ କରିଥିଲା। ୯ଟି ବଲ୍ ଥାଉ ଥାଉ ଟାର୍ଗେଟ ପୂରଣ କରିଥିଲା ଚେନ୍ନାଇ। ସନ୍ ଓ୍ୱାଟସନ୍ ୫୭ବଲ ଖେଳି ଅପରାଜିତ ୧୧୭ ରନ୍ ହାସଲ କରିଥିଲେ। ଆଇପିଏଲ୍ ଫାଇନାଲରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ବ୍ୟକ୍ତିଗତ ସ୍କୋର। ସାତ ଥର ଫାଇନାଲ ଖେଳି ତୃତୀୟ ଥର ଚେନ୍ନାଇ ସୁପରକିଙ୍ଗସ୍ ଚାମ୍ପିଅନ୍ ହୋଇଥିଲା।
ମ୍ୟାନ୍ ଅଫ୍ ଦି ମ୍ୟାଚ୍- ସନ୍ ଓ୍ୱାଟସନ୍, ମ୍ୟାନ୍ ଅଫ୍ ଦି ସିରିଜ୍- ସୁନୀଲ ନରେନ୍
ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲର ୧୧ଟି ସଂସ୍କରଣରେ ମାତ୍ର ଦୁଇ ଥର ପ୍ଲେୟାର ଅଫ୍ ଦି ସିରିଜ ଭାରତୀୟ କ୍ରିକେଟର ହୋଇଛନ୍ତି।

IPL 2019IPL CHAMPION TEAMSIPL FINAL
Tweet
0
ପୁରୀରୁ ନୁହେଁ ବାରଣାସୀରୁ ଲଢ଼ିବେ ମୋଦି! ସୁନ୍ଦରଗଡ଼ରୁ ଜୁଏଲ,କେନ୍ଦ୍ରାପଡ଼ା ଜଗିବେ ବୈଜୟନ୍ତ
ଏଥର ଆଚାର୍ଯ୍ୟ ନା ପୂଜାରୀ:ଭୋଟରଙ୍କ ପସନ୍ଦ ଅଶ୍ୱିନୀ ନା ଦେବେଶ?

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.