ଦୀର୍ଘ ୭୩ ବର୍ଷ ପରେ ଭାରତୀୟ ଟିମ୍ ଏକ ବଡ ସଫଳତା ହାସଲ କରିଛି। ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ଥୋମାସ କପ୍ରେ ଇତିହାସ ରଚିଛି। ଭାରତ ସେମିରେ ପ୍ରବେଶ କରିଥିବାରୁ ବ୍ରୋଞ୍ଜ ମେଡାଲ ସୁନିଶ୍ଚିତ ହୋଇଛି। ଥୋମାସ କପର ଯୋଗ୍ୟତା ଅର୍ଜନ ଫର୍ମାଟ ପରିବର୍ତ୍ତନ ହେବା ପରେ ଭାରତ ପ୍ରଥମଥର ପାଇଁ ଏପରି ମେଡାଲ ଜିତିବାକୁ ସକ୍ଷମ ହୋଇଛି।

କ୍ୱାର୍ଟର ଫାଇନାଲରେ ଭାରତୀୟ ପୁରଷ ଦଳ ଶକ୍ତିଶାଳୀ ମାଲେସିୟାକୁ ୩-୨ରେ ପରାସ୍ତ କରିବା ପରେ ଏହି ରେକର୍ଡର ଅଧିକାରୀ ହୋଇପାରିଛି। ଏଚଏସ୍ ପ୍ରଣୟ ନିଜର ବଳିଷ୍ଠତା ଦେଖାଇ ପୁରୁଷ ଏକକ ବର୍ଗରେ ଲେଓଙ୍ଗ ଜୁନ ହାଓଙ୍କୁ ପରାସ୍ତ କରି ଭାରତକୁ ସେମି ଫାଇନାଲକୁ ନେବାରେ ପ୍ରମୁଖ ଭୁମିକା ନେଇଛନ୍ତି। ଦୀର୍ଘଦିନର ବ୍ୟବଧାନ ପରେ ଭାରତୀୟ ଟିମର ସଫଳତା ସମସ୍ତଙ୍କୁ ଉତ୍ସାହିତ କରିଛି।
No Comments