Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ସଚିନ ନା କୋହଲି କିଏ ବେଷ୍ଟ? ଓ୍ୱାର୍ଣ୍ଣ କହିଲେ ପରେ କହିବି

By admin • February 12, 2019 • ସ୍ପୋର୍ଟସ୍
Sachin-Virat

କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର। ମଡର୍ଣ୍ଣ କ୍ରିକେଟର ବାଦଶାହ ବିରାଟ କୋହଲି। ରନ୍ ଭୋକିଲା ବିରାଟ ଏହା ଭିତରେ ସଚିନଙ୍କୁ ପଛରେ ଅନେକ ରେକର୍ଡ ନିଜ ନାଁରେ ଯୋଡ଼ି ସାରିଲେଣି। ବିଶ୍ୱ କ୍ରିକେଟର ଯଦି କେହି ସଚିନଙ୍କ ରେକର୍ଡ ବରାବର ହେବାରେ ସକ୍ଷମ, ଆଗରେ ଆସୁଛି କୋହଲିଙ୍କ ନାଁ। ସଚିନ ଶତକରେ ସେଞ୍ଚୁରୀ ହାସଲ କରିଛନ୍ତି। ବିରାଟ ଯେଭଳି ଏଗ୍ରିସିଭ କ୍ରିକେଟ ଖେଳୁଛନ୍ତି ଓ ବର୍ତ୍ତମାନ ଫର୍ମ ବଜାୟ ରଖିଲେ ସଚିନଙ୍କ ସେଞ୍ଚୁରୀରେ ସେଞ୍ଚୁରୀ ରେକର୍ଡକୁ ପାର କରିବାରେ ବେଶୀ ସମୟ ତାଙ୍କୁ ଲାଗିବନି। କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୬୪ଟି ଶତକ ଅଧିକାରୀ। ଖେଳିଛନ୍ତି ୭୭ଟି ଟେଷ୍ଟ ଓ ୨୨୨ ଦିନିକିଆ। ସଚିନଙ୍କ ଠାରୁ ମାତ୍ର ୩୭ଟି ଶତକ ପଛରେ ରହିଛନ୍ତି କୋହଲି। Shane-Warne-Sachinଭାରତୀୟ କ୍ରିକେଟର ଦୁଇ ମହାନ ତାରକାଙ୍କୁ ନେଇ ଏବେ ବିତର୍କ। ସଚିନ ନା କୋହଲି, କିଏ ବେଷ୍ଟ? ବିଶ୍ୱର କ୍ରିକେଟ ହସ୍ତୀ ବି ଆକଳନ କରି ପାରୁନାହାନ୍ତି। କାହାକୁ ବେଶୀ କ୍ରେଡିଟ୍ ଯିବ? ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ୍ ଓ୍ୱାର୍ଣ୍ଣଙ୍କ ମତରେ, ଏମିତି ଆକଳନ କରିବା ମୁସ୍କିଲ। କାରଣ ଜଣେ ଖେଳୁଛନ୍ତି, ଅନ୍ୟଜଣେ କ୍ରିକେଟକୁ ବାଏ ବାଏ କହିଛନ୍ତି। ସେହିପରି ନିଜ ନିଜ ପିଢ଼ିରେ ସଚିନ ଓ କୋହଲି ଦମଦାର କ୍ରିକେଟ ଖେଳିଛନ୍ତି। ମ୍ୟାଚ୍ ଓ୍ୱିନର ଇନିଂସ ଖେଳିଛନ୍ତି। ଭାରତକୁ ଅନେକ ସିରିଜରେ ବିଜୟୀ କରାଇବାରେ ଏମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ସଚିନଙ୍କ ଜମାନା ଅପେକ୍ଷା ବର୍ତ୍ତମାନ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଲା ଭଳି ପରିବେଶ କରାଯାଉଛି। କ୍ରିକେଟ ଖେଳିବା ଶୈଳୀ ବଦଳିଛି। ଏକଥା ବି ସତ ଯେ, ବର୍ତ୍ତମାନର ଜଣେ କ୍ରିକେଟରଙ୍କ ପ୍ରଦର୍ଶନ ଆଧାରରେ ଭବିଷ୍ୟତକୁ ବିଚାର କରିବା କଷ୍ଟସାଧ୍ୟ। ସେହିପରି ଜଣେ କିମ୍ବଦନ୍ତୀଙ୍କ ସହ ତୁଳନା ବି କରିବା ଆହୁରି କାଠିକର ପାଠ। Tendulkarନବେ ଦଶକର ମହାନ କ୍ରିକେଟର ସଚିନ ତେନ୍ଦୁଲକର। ସେନ୍ ଓ୍ୱାର୍ଣ୍ଣ କହିଛନ୍ତି, ସଚିନ ଖେଳିବା ବେଳେ ସମସାମୟିକ ବୋଲର ଥିଲେ ଓ୍ୱାସିମ୍ ଆକ୍ରମ, କର୍ଟଲି ଆମ୍ବ୍ରୋସ, କର୍ଟନି ଓ୍ୱାଲସ୍, ମ୍ୟାକଗ୍ରାଥ୍, ସାକଲିନ୍ ମୁସ୍ତାଫା, ଡାନିଏଲ୍ ଭେଟୋରି, ମୁଥେୟା ମୁରଲୀଧରନ୍, ଆଲାନ୍ ଡୋନାଲ୍ଡ, ଏମ୍, ଆସିଫ୍ ଓ ସେ ନିଜେ। ବିଭିନ୍ନ ଟିମର କିମ୍ବଦନ୍ତୀ ଓ ସ୍ପେଶାଲିଷ୍ଟ ବୋଲରଙ୍କୁ ସାମନା କରିଥିଲେ ସଚିନ। କିନ୍ତୁ ବର୍ତ୍ତମାନ ବୋଧେ ବିଶ୍ୱରେ ସେଭଳି ଫାଷ୍ଟ କି ସ୍ପିନ୍ ବୋଲର ନାହାନ୍ତି। କୋହଲିଙ୍କ ସମୟରେ ମାଇକେଲ୍ ଜନସନ୍, ମହମ୍ମଦ ଆମୀର, ଲାସିଥ ମାଲିଙ୍ଗା, ମିଚେଲ୍ ଷ୍ଟାର୍କ, ଜେମ୍ସ ଆଣ୍ଡରେସନ୍, ମନି ମର୍କେଲଙ୍କ ଭଳି କିଛି ବୋଲରଙ୍କ ପ୍ରଭାବ ରହିଛି। ନବେ ଦଶକ ଓ ଏବେକାର ବୋଲରଙ୍କ ମଧ୍ୟରେ ଅନେକ ଫରକ।Kohli-Sachinଇତିହାସ କହୁଛି, ୧୯୮୯-୨୦୦୭ ମଧ୍ୟରେ ଟିମ୍ ଇଣ୍ଡିଆ ଡୋମିନାଣ୍ଟ କ୍ରିକେଟ ଖେଳୁ ନଥିଲା। ସେତେବେଳେ ସଚିନଙ୍କ ଉପରେ ପ୍ରେସର ରହୁଥିଲା। ସେ ରନ୍ କଲେ ବି ଦଳ ଜିତି ନପାରିଲେ ବଦନାମ ହେଉଥିଲେ ସଚିନ। କିନ୍ତୁ ବର୍ତ୍ତମାନ ଇଣ୍ଡିଆ ବିପକ୍ଷରେ ଅନ୍ୟ ଟିମ୍ ପ୍ରେସରରେ ଖେଳୁଛନ୍ତି। ତେଣୁ କୋହଲିଙ୍କୁ ଭଲ ପ୍ଲାଟଫର୍ମ ମିଳୁଛି। ଖେଳି ପାରୁଛନ୍ତି ହାତଖୋଲା ସର୍ଟ। ବର୍ତ୍ତମାନ ସମୟରେ ବିଶ୍ୱ କ୍ରିକେଟର ପାଓ୍ୱାର ହାଉସ ହୋଇଛି ଟିମ୍ ଇଣ୍ଡିଆ। ଦୁର୍ବଳ ପଡ଼ି ଗଲେଣି ସଚିନଙ୍କ ଜମାନାରେ କ୍ରିକେଟକୁ ନିଜ ହାତମୁଠାରେ ରଖିଥିବା ଅଷ୍ଟ୍ରେଲିଆ, ଓ୍ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ପାକିସ୍ତାନ ଭଳି ଶକ୍ତିଶାଳୀ ଟିମ୍। sachin-kohliକ୍ରିକେଟ ଖେଳିବା ଧାରାରେ ପରିବର୍ତ୍ତନ ଆସିଛି। ୨୦୦୪-୨୦୦୫ରେ ୧୫ ଓଭରରେ କେବଳ ଗୋଟିଏ ବାଧ୍ୟତାମୂଳକ ପାଓ୍ୱାର ପ୍ଲେ ଥିଲା। ତାପରେ କେବଳ ୩୦ ୟାର୍ଡ ସର୍କିଲ୍ ବାହାରେ ରହୁଥିଲେ ୫ ଜଣ ଫିଲଡର। ବାଉଣ୍ଡ୍ରି ଲାଇନ୍ ୭୦-୮୦ ମିଟର ହେଉ ନଥିଲା। ବର୍ତ୍ତମାନ କ୍ରିକେଟରେ ଗୋଟିଏ ବି ରିଭର୍ସ ସୁଇଂ ଦେଖିବାକୁ ମିଳୁନାହିଁ। ଡିଆରଏସ୍ ବ୍ୟବସ୍ଥା ୨୦୦୮ ପରେ ଲାଗୁ ହେଲା। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପିଚଗୁଡ଼ିକ ବ୍ୟାଟିଂ ଫ୍ରେଣ୍ଡଲିଂ ହୋଇଛି। ତେଣୁ ସଚିନ ଖେଳୁଥିବା ପିଚରେ ଅଧିକ ରନ୍ ହେଉନଥିଲା। ଏବେ କୋହଲି ବ୍ୟାଟିଂ ଫ୍ରେଣ୍ଡଲିଂ ପରିବେଶରେ ଖେଳୁଛନ୍ତି। ତେଣୁ ସେନ୍ ଓ୍ୱାର୍ଣ୍ଣଙ୍କ ମତରେ, ଜଣେ କ୍ରିକେଟରଙ୍କୁ କ୍ୟାରିଅର ଶେଷ ହେବା ପରେ ମପା ଯାଇପାରିବ। କୋହଲିଙ୍କ କ୍ଷେତ୍ରରେ ବି ସେହି ମାନଦଣ୍ଡ ରଖିଛନ୍ତି ସେନ୍ ଓ୍ୱାର୍ଣ୍ଣ। Virat-Kohliବିରାଟ କୋହଲି ବର୍ତ୍ତମାନ କ୍ରିକେଟର ତିନିଟି ଯାକ ଫର୍ମଟାରେ ଟିମ ଇଣ୍ଡିଆର ଅଧିନାୟକ ଅଛନ୍ତି। ବର୍ଷ ୨୦୧୮ ପାଇଁ ସେ ହୋଇଛନ୍ତି ଆଇସିସି କ୍ରିକେଟର ଅଫ୍ ଦି ଇୟର। ଏହାସହ ଆଇସିସି ଦିନିକିଆ ଓ ଟେଷ୍ଟ ଟିମର କ୍ୟାପଟେନ୍ ହୋଇଛନ୍ତି ବିରାଟ। ୭୭ଟି ଟେଷ୍ଟରୁ ୬୬୧୩ରନ୍ ଓ ୨୨ ଦିନିକିଆରେ ସଂଗ୍ରହ କରିଛନ୍ତି ୧୦୫୩୩ ରନ୍। ଦ୍ରୁତତମ ୧୦ ହଜାର ରନ୍ କରିବାରେ ସେ ସଚିନଙ୍କ ରେକର୍ଡକୁ କାଟିଛନ୍ତି।

Sachin TendulkarShane WarneVirat Kohli
Tweet
0
ବିଶ୍ୱକପ୍‌ ପୂର୍ବରୁ ଖରାପ୍‌ ବୋଲିଂ ଓ ଫିଲଡିଂ ଟିମ୍‌ ଇଣ୍ଡିଆ ପାଇଁ ମହଙ୍ଗା ହେବ !
କୋହଲି କୁହନ୍ତୁ,'ବ୍ରାଡମ୍ୟାନଙ୍କ ଦ୍ୱିଶତକ ବିଶ୍ୱ ରେକର୍ଡ ଆଉ କେତେ ଦିନ ରହିବ'?

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.