ହକିକୁ ନେଇ ଭାରତର ଏକ ସ୍ପେଶାଲ ଇମୋସନ୍ ରହିଛି। ଭାରତରେ କୌଣସି ଖେଳକୁ ଜାତୀୟ ଖେଳର ମାନ୍ୟତା ମିଳି ନ ଥିଲେ ସୁଦ୍ଧା ଏ ଦୌଡ଼ରେ ହକି ଢେର୍ ଆଗରେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଥର ହକି ୱାର୍ଲ୍ଡ କପର ଆୟୋଜନ କରି ହକି ବ୍ୟଗ୍ରତାକୁ ବଢେଇ ଦେଇଛନ୍ତି। ତେବେ ୟାରି ଭିତରେ ହକିର ଅନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼କୁ ଏଡ଼ାଇ ଦିଆ ଯାଇ ନ ପାରେ। ସୁନ୍ଦରଗଡ଼ର ମାଟି ପାଣି ପବନରେ ରହିଛି ହକିର ଛିଟା। ହକିର ଗାଁ ସଉନାମରାରେ ହିଁ ଭାରତୀୟ ହକି ଟିମର ଅଧିନାୟକ ଦୀଲ୍ଲିପ ତିର୍କି ଓ ଉପ ଅଧିନାୟକ ଅମିତ ରୋହି ଦାସଙ୍କ ଘର। ତେବେ କେବଳ ହକି ଗାଁ ନୁହେଁ ସୁନ୍ଦରଗଡ଼ରେ ହିଁ ରହିଛି ଆନ୍ତର୍ଜାତୀୟ ହକି ଖୋଳାଳିଙ୍କ କାରଖାନା। ଯେଉଁଠି ତିଆରି ହୋଇଛନ୍ତି ଅନେକ ଚର୍ଚ୍ଚିତ ହକି ଖେଳାଳି।
ରାଜରାଙ୍ଗପୁରରେ ହିଁ ଅଛନ୍ତି ୨୦ରୁ ଉର୍ଦ୍ଧ୍ୱ ଅନ୍ତର୍ଜାତୀୟ ହକି ଖେଳାଳି
ହକି କ୍ଷେତ୍ରରେ ନିଆରା ରେକର୍ଡ କରିଛି ସୁନ୍ଦରଗଡ଼ର ରାଜଗାଙ୍ଗପୁର। ୨୦ରୁ ଅଧିକ ଅନ୍ତର୍ଜାତୀୟ ଖେଳାଳୀଙ୍କ ଗାଁ ହେଉଛି ରାଜଗାଙ୍ଗପୁର।ଏହି ମାଟିରେ ରାଜ୍ୟର ପ୍ରଥମ ମହିଳା ଅନ୍ତର୍ଜାତୀୟ ଖେଳାଳି ଗ୍ଲୋରିଆ ଡୁଙ୍ଗଡୁଙ୍ଗଙ୍କ ଜନ୍ମ। ୧୯୦୮ ରେ କେସ୍ରାମାଲରେ ଆରମ୍ଭ ହୋଇଥିଲା ହକି ଖେଳ। ସେବେଠୁ ଏ ଗାଁ ସଫଳତାର ସିଡ଼ି ଚଢି ଚାଲିଛି।
୧୯୯୩ରେ ଗ୍ଲୋରିଆ ଡ଼ୁଙ୍ଗଡୁଙ୍ଗ ଭାରତ ଟିମରେ ସ୍ଥାନ ପାଇଥିଲେ। ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ଆନ୍ତର୍ଜାତୀୟ ମହିଳା ହକି ପ୍ଲେୟର। ପାନପୋଷ ସ୍ପୋର୍ଟ୍ସ ହଷ୍ଟେଲର କୋଚଙ୍କ ସହାୟତାରେ ହକି ମ୍ୟାଚରେ ପାଦ ଦେଇଥିଲେ। ହକିରେ ସେ ଢେର୍ ଆଗକୁ ଯିବା ସହ ଅନେକ ରେକର୍ଡ କରିଛନ୍ତି। ତାଙ୍କ ବ୍ୟତିତ ୨୦୨୦ ରିଓ ଅଲମ୍ପିକରେ ଭାଗ ନେଇଥିବା ସୁନୀତା ଲାକ୍ରା,ଯଉରାମାଲର ନମିତା ଟପ୍ପୋ,ଲିଳିମା ମିଞ୍ଜ ଆଦି ଏହି ମାଟିର ଝିଅ।
ହକି ଦେଇଛି ସ୍ୱତନ୍ତ୍ର ପରିଚୟ
ମହିଳା ହକି ପ୍ଲେୟରଙ୍କ ବ୍ୟତିତ ରାଜଗାଙ୍ଗପୁର ମାଟିରେ ଅନେକ ଦୁର୍ଦ୍ଧଶ ଖେଳାଳୀ ଜନ୍ମ ହୋଇଛନ୍ତି। ଏ ମାଟିରୁ ଷ୍ଟାନଲି ଭିକ୍ଟର ମିଞ୍ଜ,ପୱନ ଲାକ୍ରା,ଅଭିଷେକ ଲାକ୍ରା,ନିକିତା ଟପ୍ପୋ,ପୁନମ ଟପ୍ପୋ ସୁମିତ ଟପ୍ପୋ ଆଦି ଅନେକ ଖେଳାଳୀ ହକିରେ ପରିଚୟ ତିଆରି କରିଛନ୍ତି। ଇଣ୍ଟର ନ୍ୟାସନାଲ ହକି ପ୍ଲେୟର ତିଆରିରେ ଏ ଗାଁ ର ଭୂମିକାକୁ ଏଡ଼ାଇ ଦିଆ ଯାଇ ନ ପାରେ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା