Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

କ୍ରିକେଟ ମୈଦାନରେ ଗୁପଚୁପ୍ ବିକାଳି : ୧୯ ବର୍ଷରୁ କମ୍ କ୍ରିକେଟର ଯଶସ୍ୱୀଙ୍କ ସଂଘର୍ଷ କାହାଣୀ

By admin • October 10, 2018 • ସ୍ପୋର୍ଟସ୍
Yashasvi-Jaiswal-Front

ଭୁବନେଶ୍ୱର : ଯଶସ୍ୱୀ ଜୟସ୍ୱାଲ, ନାଁ ଯେମିତି କାମ ବି ସେମିତି। ୧୯ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ ଚାମ୍ପିଅନ୍ ଟିମର ସଦସ୍ୟ। ଫାଇନାଲରେ ଶ୍ରୀଲଙ୍କାକୁ ୧୧୪ରନରେ ହରାଇ ବୃହତ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ। ଚାମ୍ପିଅନ ଟିମ୍ ହିରୋ ଥିଲେ ଯଶସ୍ୱୀ। ଫାଇନାଲରେ ୮୫ରନ୍ କରିଥିଲେ। ପୂରା ଟୁର୍ଣ୍ଣାମେଣ୍ଟରେ ବି ଭଲ ଖେଳିଥିଲେ ଯଶସ୍ୱୀ। ୩ଟି ମ୍ୟାଚରୁ ୨୧୪ରନ୍ ହାସଲ କରି ମ୍ୟାନ୍ ଅଫ୍ ଦି ସିରିଜ ହୋଇଥିଲେ। ସେହିପରି ଚଳିତ ଏସିଆ କପରେ ଏକମାତ୍ର ଖେଳାଳି ଭାବରେ ୨୦୦ରନ୍ ପାର‌ କରିଛନ୍ତି ଯଶସ୍ୱୀ। ଏସିଆ କପ୍ ସଫଳତା ପରେ ତାଙ୍କ ସଂଘର୍ଷପୂର୍ଣ୍ଣ କାହାଣୀକୁ cricinfo ଓ୍ୱେବସାଇଟ୍ ଉପସ୍ଥାପନା କରିଛି। ଏହାପରେ ଅନେକ ଜାଣିବାକୁ ପାଇଛନ୍ତି ଯଶସ୍ୱୀଙ୍କ ଅକୁହା କଥା।Yashasvi-Jaiswal-Practiceଯଶସ୍ୱୀଙ୍କ ଜୟଯାତ୍ରା
ଭାରି କଷ୍ଟକର ଓ କଣ୍ଟକିତ ଯଶସ୍ୱୀଙ୍କ କ୍ରିକେଟ ଯାତ୍ରାର ଶୁଭାରମ୍ଭ। ବହୁ ଘାତ ପ୍ରତିଘାତ ଓ ସଂଘର୍ଷ କରି ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କ ଖେଳକୁ ଯେତିକି ତାରିଫ ମିଳୁଛି ଅଧିକ ଯଶସ୍ୱୀଙ୍କର ସଂଘର୍ଷପୂର୍ଣ୍ଣ ଜୀବନ କାହାଣୀକୁ ସାବାସୀ ମିଳୁଛି । ତାଙ୍କ ଗୋଡ଼ରେ ଲାଗିଥିଲା ଗରିବର ବେଡି ‌।  ଆଗକୁ ଯିବାକୁ ଇଚ୍ଛା ଥିଲେ ବି ପଛକୁ ବୁଲି ଚାହିଁଲା ବେଳେକୁ ସାହାସ ଜୁଟାଇ ପାରୁନଥିଲେ । ପିଲାଟି ଦିନରୁ ଖେଳ ପ୍ରତି ଯଶସ୍ୱୀଙ୍କ ଭାରି ଦୁର୍ବଳତା ଥିଲା। ସେ ଥିଲେ କ୍ରିକେଟ ପାଗଳ‌। ଯେତେବେଳେ ସମୟ ପାଆନ୍ତି ବ୍ୟାଟ୍-ବଲ୍ ଧରି ପଡ଼ିଆକୁ ବାହାରି ପଡ଼ନ୍ତି। ସବୁବେଳେ ଅଭ୍ୟାସ ଜାରି ରଖୁଥିଲେ ଯଶସ୍ୱୀ। ଉତ୍ତରପ୍ରଦେଶର ଭଦୋରି ଜିଲ୍ଲାର ଏକ ଗାଁରେ ଘର। ବାପା ଏକ ଛୋଟିଆ ଦୋକାନ କରି ଯେନତେନ ପ୍ରକାରେ ପରିବାର ଚଳାଉ ଥିଲେ। କିନ୍ତୁ ପୁଅର ଇଚ୍ଛା ପୂରଣ କରିବାକୁ ଅସମର୍ଥ ଥିଲେ । ଯଶସ୍ୱୀଙ୍କ ପାଇଁ କ୍ରିକେଟ କୋଚିଂ ବ୍ୟବସ୍ଥା ‌କରାଇବା ତାଙ୍କ ବାପାଙ୍କ ପାଇଁ କାଠିକର ପାଠ ଥିଲା।JAISWAL-WITH-COACHୟୁପିରୁ ମୁମ୍ବାଇ ଯାତ୍ରା
ଯେତେବେଳେ ଯଶସ୍ୱୀଙ୍କୁ ୧୦-୧୧ବର୍ଷ ହୋଇଥିଲା ସେତେବେଳେ ମୁମ୍ବାଇରେ ରହୁଥିବା ସମ୍ପର୍କୀୟ କକାଙ୍କ ଘରକୁ ଚାଲି ଆସିଥିଲେ। ବାସ୍ ଲକ୍ଷ୍ୟ ଥିଲା ଗୋଟିଏ, କେମିତି ଭଲ କ୍ରିକେଟ ଖେଳିବେ। ମୁସଲିମ ୟୁନାଇଟେଡ୍‌ କ୍ଲବରେ ରହି କ୍ରିକେଟ୍ ଅଭ୍ୟାସ ଆରମ୍ଭ କରିଥିଲେ। ରହୁଥିଲେ ଟେଣ୍ଟ ତଳେ, ଚଳିବା ପାଇଁ ବାପା ଯେତିକି ପଠାଉଥିଲେ ଅଣ୍ଟୁ ନଥିଲା ଯଶସ୍ୱୀଙ୍କୁ। ନିଜ ଖର୍ଚ୍ଚ ଉଠାଇବାକୁ ଅଣ୍ଟା ଭିଡିଲେ। ମୁମ୍ବାଇ ସ୍ଥିତ ଆଜାଦ ମୈଦାନରେ ଗୁପଚୁପ୍ ବିକ୍ରି କଲେ ଯଶସ୍ୱୀ। ସକାଳେ କ୍ରିକେଟ ଅଭ୍ୟାସ କରନ୍ତି। ସନ୍ଧ୍ୟା ହେଲେ ଠେଲାରେ‌ ଗୁପଚୁପ ବିକ୍ରି କରନ୍ତି। ଯଶସ୍ୱୀ କହିଛନ୍ତି, ଏହି କାମ କରିବା ପାଇଁ ତାଙ୍କର‌ ଇଚ୍ଛା‌ ନଥିଲା। ଭାରି ଖରାପ ବି ଲାଗୁଥିଲା। କାରଣ ଯେଉଁମାନେ ସକାଳେ ତାଙ୍କ ସହ ଅଭ୍ୟାସ କରନ୍ତି ଓ ତାଙ୍କ ଖେଳକୁ ପ୍ରଶଂସା କରନ୍ତି, ସନ୍ଧ୍ୟାରେ‌ ତାଙ୍କ ପାଖକୁ ଗୁପଚୁପ ଖାଇବା ପାଇଁ ଆସନ୍ତି। ଉପାୟ ବା କ’ଣ ଥିଲା ତାଙ୍କ ପାଖରେ। ନିଜ ବୋଝ ଉଠାଇବା ପାଇଁ ବାଧ୍ୟ ହୋଇ ଯଶସ୍ୱୀଙ୍କୁ ଏମିତି କରିବାକୁ ପଡୁଥିଲା।
କ୍ୟାରିୟରରେ ଟର୍ଣ୍ଣିଂ ପଏଣ୍ଟ
ନେଟରେ ଅଭ୍ୟାସ କରୁଥିବା ବେଳେ ୨୦୧୩ରେ କୋଚ୍ ଜ୍ୱାଲା ସିଂହଙ୍କ ସହ ସାକ୍ଷାତ ହେଲା। ଯଶସ୍ୱୀଙ୍କ ପ୍ରତିଭାକୁ ଚିହ୍ନି ପାରିଥିଲେ ଜ୍ୱାଲା ସିଂହ । ଆଉ ବୁଝିଥିଲେ ଯଶସ୍ୱୀଙ୍କ ଯନ୍ତ୍ରଣା କାହାଣୀ। ଏହାପରେ ସମ୍ପୂର୍ଣ୍ଣ ମାଗଣାରେ ଯଶସ୍ୱୀଙ୍କୁ ତାଲିମ ଦେଲେ ଜ୍ୱାଲା ସିଂହ । ଗୋଟିଏ ମ୍ୟାଚରେ ତ୍ରିଶତକ ମାରିବା ସହ ୧୩ଟି ଓ୍ୱିକେଟ୍ ନେଇ ନିଜ ଟ୍ୟାଲେଣ୍ଟର ପ୍ରମାଣ ଦେଇଥିଲେ। ଲିମକା ବୁକ୍ ଅଫ୍ ରେକର୍ଡସ୍ ନାଁ ଲେଖାଇଲେ ଯଶସ୍ୱୀ। ତା ପରଠୁ ମାଡ଼ି ଚାଲିଛନ୍ତି ଆଗକୁ ଆଗକୁ।Yashasvi-Jaiswal-with-Batସଚିନ୍ ବି ଯଶସ୍ୱୀଙ୍କ ଫ୍ୟାନ୍
କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବି ଯଶସ୍ୱୀଙ୍କ ଫ୍ୟାନ୍ ହୋଇଯାଇଛନ୍ତି। ନିକଟରେ ସଚିନ ଯଶସ୍ୱୀଙ୍କୁ ତାଙ୍କ ଘରକୁ ଡାକିଥିଲେ, କିଛି ଟିପସ୍ ଦେଇଥିଲେ। ଅଟୋଗ୍ରାଫ ଥିବା ବ୍ୟାଟ୍ ଯଶସ୍ୱୀଙ୍କୁ ଭପହାର ଦେଇଥିଲେ ସଚିନ। ପୁଅ ଅର୍ଜୁନଙ୍କ ଠାରୁ ଯଶସ୍ୱୀଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ ସଚିନ । ଗତ ଜୁଲାଇ ମାସରେ ୧୯ବର୍ଷରୁ କମ୍ ଭାରତୀୟ କ୍ରିକେଟ ଟିମ୍‌ ଶ୍ରୀଲଙ୍କା ‌ଗସ୍ତରେ ଯାଇଥିଲା। ଏହି ଟିମରେ ଥିଲେ ଅର୍ଜୁନ ତେନ୍ଦୁଲକର ଓ ଯଶସ୍ୱୀ।
ସହାୟତା କରିଥିଲେ ଭେଙ୍କସରକାର
ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ଦିଲ୍ଲୀପ ଭେଙ୍କସରକାର ଯଶସ୍ୱୀଙ୍କୁ ଧରି ଇଂଲଣ୍ଡ ଯାଇଥିଲେ । ୧୪ବର୍ଷରୁ କମ୍ କ୍ରିକେଟ ଟିମରେ ତାଙ୍କୁ ଖେଳାଇ ଥିଲେ । ଦୁଇଟି ଶତକ ବି ମାରିଥିଲେ ଯଶସ୍ୱୀ। ୧୦ହଜାର ପାଉଣ୍ଡ ପୁରସ୍କାର ରାଶି ବି ଜିତିଥିଲେ।
ସଂଘର୍ଷର ନାଁ ଯଶସ୍ୱୀ
ଦୃଢ଼ ଇଚ୍ଛାଶକ୍ତି, କଠୋର ତପସ୍ୟା, ମନୋବଳ ଜଣେ ବ୍ୟକ୍ତିଙ୍କୁ ସଫଳତା ଆଣିଦେବ ନିଶ୍ଚିତ । ଏକଥା ପ୍ରମାଣିତ କରି ଦେଖାଇଛନ୍ତି ଯଶସ୍ୱୀ । ଗରିବକୁ ଜୟ କରି ପାରିଛନ୍ତି ‌। ସଫଳତା ଏବେ ତାଙ୍କ ହାତମୁଠାରେ।

Dilip VenIndian CricketerSachin TendulkarYashasvi Jaiswal
Tweet
0
ଚେକମେଟ୍ ପ୍ଲାନରେ ବିଜେପି, ରାଜ୍ୟପାଳଙ୍କ ଦ୍ୱାରା ବରଗଡ଼ ଇଥନଲ ପ୍ଲାଣ୍ଟର ହେବ ଶିଳାନ୍ୟାସ
ବିଜୁଙ୍କୁ ଗାଦିଚ୍ୟୁତ୍ କରିଥିବା ବାମଦଳ, ନିରଞ୍ଜନଙ୍କ ପାଇଁ ଆସେଟ୍ ହୋଇ ନପାରନ୍ତି

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.