Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

କୋହଲି କୁହନ୍ତୁ,’ବ୍ରାଡମ୍ୟାନଙ୍କ ଦ୍ୱିଶତକ ବିଶ୍ୱ ରେକର୍ଡ ଆଉ କେତେ ଦିନ ରହିବ’?

By admin • February 14, 2019 • ସ୍ପୋର୍ଟସ୍
Virat-Kohli-and-Don-Bradman

କ୍ରିକେଟରେ ସେ ଡନ୍। ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ଅଧିନାୟକ ସାର୍ ଡନ୍ ବ୍ରାଡମ୍ୟାନ୍। ବିଶ୍ୱର ମହାନ କ୍ରିକେଟର ବ୍ରାଡମ୍ୟାନ୍ ଜୀବନରେ ୫୨ଟି ଟେଷ୍ଟରୁ ଅବିଶ୍ୱସନୀୟ ୯୯.୯୪ ଆଭରେଜରେ ୬ହଜାର ୯୯୬ ରନ୍ କରିଥିଲେ। ଆଭରେଜ୍ ମାମଲାରେ ଏଯାଏଁ ବିଶ୍ୱର ଅନ୍ୟ କୌଣସି କ୍ରିକେଟର ବ୍ରାଡମ୍ୟାନଙ୍କ ପାଖ ଛୁଇଁ ପାରିନାହାନ୍ତି। ଟେଷ୍ଟ କ୍ୟାରିଅରରେ ୨୯ଟି ଶତକ ଓ ୧୩ ଅର୍ଦ୍ଧଶତକ ମାରିଥିଲେ। କେବଳ ସେତିକି ନୁହେଁ, ତାଙ୍କ ନାଁରେ ରହିଛି ୧୨ଟି ଦ୍ୱିଶତର ରେକର୍ଡ। ଯାହାକି ଆଜି ପର୍ଯ୍ୟନ୍ତ ବିଶ୍ୱ ରେକର୍ଡ ହୋଇ ରହିଛି। ଶ୍ରୀଲଙ୍କାର ପୂର୍ବତନ ଓ୍ୱିକେଟ କିପର୍ ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାର ବ୍ରାଡମ୍ୟାନଙ୍କ ରେକର୍ଡର ପାଖାପାଖି ଯାଇଥିଲେ ବି କାଟି ପାରିନାହାନ୍ତି। ବିଶ୍ୱରେ ବ୍ରାଡମ୍ୟାନଙ୍କୁ ଛାଡ଼ି ଦେଲେ କେବଳ ସାଙ୍ଗାକାରା ୧୦ରୁ ଅଧିକ ମାନେ ୧୧ଟି ଦ୍ୱିଶକ ହାସଲ କରି ପାରିଛନ୍ତି।
ବିରାଟ ଭାଙ୍ଗିବେ ବ୍ରାଡମ୍ୟାନଙ୍କ ରେକର୍ଡ!Virat-Kohliସର୍ବାଧିକ ଦ୍ୱିଶତକ ମାରିବାରେ ଟପ୍ ୧୦ ତାଲିକାରେ ଅଛନ୍ତି ଦୁଇ ଜଣ ଭାରତୀୟ। ବୀରେନ୍ଦ୍ର ସେହଓ୍ୱାଗ (୬ଟି ଦ୍ୱିଶତକ) ଓ ବିରାଟ କୋହଲି (୬ଟି ଦ୍ୱିଶତକ)। ସେହଓ୍ୱାଗ କ୍ରିକେଟରୁ ସନ୍ୟାସ ନେଇଥିବା ବେଳେ ଭାରତ ବିରାଟ କୋହଲି ହିଁ କେବଳ ଖେଳୁଛନ୍ତି। ଅନ୍ୟ ସମସ୍ତେ କ୍ରିକେଟକୁ ବାଏ ବାଏ କହି ସାରିଛନ୍ତି। ଯଦି ଭବିଷ୍ୟତରେ କେହି ବ୍ରାଡମ୍ୟାନଙ୍କ ୧୨ଟି ଦ୍ୱିଶତକ ରେକର୍ଡ ଭାଙ୍ଗି ପାରିବେ, ନିଶ୍ଚିତ ରୂପରେ ସେ ହେଉଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ତଥା ରନ୍ ମେସିନ୍ ବିରାଟ କୋହଲି। ସେ ଏପର୍ଯ୍ୟନ୍ତ ୭୭ଟି ଟେଷ୍ଟ ଖେଳି ୬ଟି ଦ୍ୱିଶତକ ହାସଲ କରିଛନ୍ତି। ବର୍ତ୍ତମାନ ଖେଳୁଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିରାଟ ସର୍ବାଧିକ ଦ୍ୱିଶତକର ଅଧିକାରୀ। ତାଙ୍କ ପଛକୁ ଅଛନ୍ତି ଦକ୍ଷିଣ ଆଫ୍ରିକାର ହାସିମ୍ ଆମଲା। ସେ ୪ଟି ଡବଲ୍ ସେଞ୍ଚୁରୀ ମାରିଛନ୍ତି।
୨ବର୍ଷରେ ୬ଟି ଡବଲ୍ ସେଞ୍ଚୁରୀ Virat-kohli-Battingକୋହଲି ୨୦୧୧ ମସିହାରେ ଟେଷ୍ଟରେ ଡେବ୍ୟୁ କରିଥିଲେ। ୪ବର୍ଷ ଖେଳିବା ପରେ ବି ଗୋଟିଏ ଦ୍ୱିଶତକ ହାସଲ କରି ପାରିନଥିଲେ। ୨୦୧୬ ମସିହାରେ ଟେଷ୍ଟ କ୍ୟାରିୟରର ପ୍ରଥମ ଡବଲ୍ ସେଞ୍ଚୁରୀ ମାରିଥିଲେ କୋହଲି। ସେହିବର୍ଷ ନିଜ ନାଁରେ କରାଇଥିଲେ ୩ଟି ଡବଲ୍ ସେଞ୍ଚୁରୀ।୨୦୧୭ରେ ତାଙ୍କ ବ୍ୟାଟ୍ ଗର୍ଜିଥିଲା,ପୁଣି ୩ଟି ଦ୍ୱିଶତକ ପିଟିଥିଲେ। ଦୁଇଟି କ୍ୟାଲେଣ୍ଡର ବର୍ଷରେ ୬ଟି ଦ୍ୱିଶତକ ହାସଲ କରିଛନ୍ତି ବିରାଟ। ଏମିତି ଖେଳିଲେ ଟେଷ୍ଟରେ ସାର୍ ବ୍ରାଡମ୍ୟାନଙ୍କ ଦ୍ୱିଶତକ ରେକର୍ଡକୁ ପାର କରିବାରେ ତାଙ୍କୁ ବେଶୀ ଦିନ ଲାଗିବ ନାହିଁ। ସେହିପରି ଅଧିନାୟକ ଭାବରେ ଦ୍ୱିଶତକ ମାରିବାରେ ବ୍ରାଡମ୍ୟାନଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ। ବ୍ରାଡମ୍ୟାନ୍ କ୍ୟାପଟେନ୍ ଭାବରେ ୪ଟି ଦ୍ୱିଶତକ ମାରିଥିବା ବେଳେ କୋହଲି ୫ଟି ଡବଲ୍ ସେଞ୍ଚୁରୀ ନିଜ ନାଁରେ କରିଛନ୍ତି।Bradmanଟେଷ୍ଟରେ ସର୍ବାଧିକ ଦ୍ୱିଶତକ
କ୍ରିକେଟର                      ଟେଷ୍ଟ                ରନ୍                ଦ୍ୱିଶତକ
ଡନ୍ ବ୍ରାଡମ୍ୟାନ୍                ୫୨                ୬୯୯୬           ୧୨
କୁମାର ସାଙ୍ଗାକାରା           ୧୩୪             ୧୨୪୦୦          ୧୧
ବ୍ରାଏନ ଲାରା                  ୧୩୧             ୧୧୯୫୩         ୦୯
ଓ୍ୱାଲ୍ଟର ହେମଣ୍ଡ                ୮୫                ୭୨୪୯           ୦୭
ମାହେଲା ଜୟବର୍ଦ୍ଧନେ        ୧୪୯              ୧୧୮୧୮         ୦୭
ବିରାଟ କୋହଲି               ୭୭                ୬୬୧୩           ୦୬
ମାର୍ଭନ ଅଟାପଟୁ              ୯୦                 ୫୫୦୨           ୦୬
ବୀରେନ୍ଦ୍ର ସେହ୍ୱାଗ            ୧୦୪               ୮୫୮୬           ୦୬
ଜାଭେଦ ମିଆଁମାଦ           ୧୨୪               ୮୮୩୨           ୦୬
ୟୁନିସ୍ ଖାନ୍                   ୧୧୮              ୧୦୦୯୯         ୦୬

Don BradmanDouble Century RecordTeam IndiaVirat Kohli
Tweet
0
ସଚିନ ନା କୋହଲି କିଏ ବେଷ୍ଟ? ଓ୍ୱାର୍ଣ୍ଣ କହିଲେ ପରେ କହିବି
କାଶ୍ମୀରରେ ଆତଙ୍କବାଦୀଙ୍କ ସୁସାଇଡ୍ ଆଟାକ୍: ୩୭CRPF ଯବାନ ସହିଦ

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.