Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବିଶ୍ୱକପ୍‌ ପୂର୍ବରୁ ଖରାପ୍‌ ବୋଲିଂ ଓ ଫିଲଡିଂ ଟିମ୍‌ ଇଣ୍ଡିଆ ପାଇଁ ମହଙ୍ଗା ହେବ !

By admin • February 11, 2019 • ସ୍ପୋର୍ଟସ୍
Rohit-Sharma

ଟିମ୍‌ ଇଣ୍ଡିଆ ଠାରୁ ଦିନିକିଆ ସିରିଜ ପରାଜୟର ବଦଲା ଟି-ଟ୍ୱେଣ୍ଟିରେ ନେଇଛି ନ୍ୟୁଜିଲାଣ୍ଡ। ଆଶା ଥିଲା ଶେଷ ଟି-ଟ୍ୱେଣ୍ଟି ଜିତି ଭାରତ ସ୍ୱଦେଶ ଫେରିବ। ବିଶ୍ୱକପ୍‌ ପୂର୍ବରୁ ବିଦେଶ ମାଟିରେ ଶେଷ ସିରିଜ ନିଜ ନାଁରେ କରିବ। କିନ୍ତୁ ବିଜୟ ଲକ୍ଷ୍ୟ ଠାରୁ ୫ରନ୍‌ ଦୂରରେ ଅଟକି ଗଲା ଭାରତର ବ୍ୟାଟିଂ ରଥ। ହାତରୁ ଖସିଗଲା ସିରିଜ, ଜିତିଗଲା କିଓ୍ଵି ବାହିନୀ। ନିର୍ଣ୍ଣାୟକ ମୁକାବିଲରେ ଟିମ୍ ଇଣ୍ଡିଆର ଦୁର୍ବଳ ବୋଲିଂ ଓ ଫିଲଡିଂକୁ ଦାୟୀ କରାଯାଉଛି।
ଦୁର୍ବଳ ବୋଲିଂIndia-Bowlingହାରିବାର ପ୍ରମୁଖ କାରଣ ହେଲା ୨୦୦ପ୍ଲସ ସ୍କୋର। ଏତେ ବଡ଼ ସ୍କୋର ଚେଜ୍‌ କରିବା ଭାରି ମୁସ୍କିଲ। ଆମର ଦ୍ରୁତ ବୋଲରଙ୍କ ଢିଲା ବୋଲିଂ ଯୋଗୁ ରନ୍‌ ପାହାଡ଼ ଠିଆ କଲା ନ୍ୟୁଜିଲାଣ୍ଡ। ପୂରା ସିରିଜରେ ନ୍ୟୁଜିଲାଣ୍ଡ ୫୮୯ରନ୍‌ କରିଥିଲା। ଏଥିରୁ ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ୍‌ ପାଣ୍ଡ୍ୟା ଓ ଖଲିଲ ଅହମ୍ମଦ ମିଶି ଦେଇଛନ୍ତି ୩୭୨ରନ୍‌। ଅର୍ଥାତ୍‌ ମୋଟ୍‌ ରନର ୬୩ ପ୍ରତିଶତରୁ ଅଧିକ ଏହି ତିନି ଜଣ ଦେଇଛନ୍ତି। ହାରିବା ପାଇଁ ଏଭଳି ବେପରୁଆ ବୋଲିଂ ହିଁ ଦାୟୀ। ସିରିଜରେ ୬ଜଣ ବୋଲରଙ୍କୁ ମଧ୍ୟରୁ ପାଣ୍ଡ୍ୟା ବ୍ରଦର୍ସ ଓ ଖଲିଲ ଅହମ୍ମଦ ବ୍ୟୟବହୁଳ ସାବ୍ୟସ୍ତ ହୋଇଛନ୍ତି।
ଖରାପ୍‌ ଫିଲଡିଂKhalil-Catchସିରିଜ ପରାଜୟର ଆଉ ଗୋଟିଏ କାରଣ ହେଲା ଖରାପ୍‌ ଫିଲ୍ଡିଂ। ଶେଷ ମ୍ୟାଚରେ ଦୁଇ ଦଳର ଫିଲଡିଂ ହିଁ ହାର ଜିତ୍‌ ନିର୍ଦ୍ଧାରଣ କରିଥିଲା। ଖଲିଲ ଅହମ୍ମଦଙ୍କ ବଲରେ ଓପନର ସୈଫର୍ଟଙ୍କ ଗୋଟିଏ କ୍ୟାଚ୍‌ ହାତଛଡ଼ା କରିଥିଲେ ବିଜୟ ଶଙ୍କର। ସେହିପରି ୧୩ତମ ଓଭରରେ ହାର୍ଦ୍ଦିକଙ୍କ ସର୍ଟ ବଲକୁ ଉଠେଇ ମାରିଥିଲେ କୋଲିନ୍‌ ମୁନରୋ। କିନ୍ତୁ ସହଜିଆ କ୍ୟାଚ୍‌ ଖଲିଲ ଅହମ୍ମଦଙ୍କ ହାତରୁ ଖସିଗଲା। କ୍ୟାଚ ସହ ଖରାପ ଫିଲ୍ଡିଂ ପାଇଁ ମ୍ୟାଚ୍‌ ଓ ସିରିଜ ହାତଛଡ଼ା କଲା ଇଣ୍ଡିଆ।
ରୋହିତ-ପାଣ୍ଡ୍ୟା ଓ୍ଵିକେଟ ଫିଙ୍ଗିଦେଲେ
ଓ୍ଵାଇଡ୍‌ ଲାଇନରେ ଯାଉଥିବା ବଲକୁ ଖେଳି କିପରଙ୍କ ହାତରେ ଧରା ପଡ଼ିଥିଲେ ରୋହିତ ଶର୍ମା। ସେ ଧିମା ବ୍ୟାଟିଂ କରିବାରୁ ପ୍ରେସର ବଢ଼ିଥିଲା। ୩୨ ବଲରୁ ୩୮ ରନ୍‌ କରିଥିଲା। ହିଟ୍‌ ମ୍ୟାନ୍‌ ଗୋଟିଏ ବି ଛକା ମାରି ନଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ବି ଆଶ୍ଚର୍ଯ୍ୟ କଲା ଭଳି ସର୍ଟ ମାରି ଆଉଟ୍ ହେଲେ। କଙ୍ଗଲିନଙ୍କ ବଲକୁ ମାରିବା ବେଳେ ବ୍ୟାଟ୍‌ ଉପରକୁ ଉଡ଼ିଗଲା। ୧୧ ବଲରେ ୨୧ରନ୍‌ କରି ବଢ଼ିଆ ଖେଳୁଥିଲେ। କିନ୍ତୁ ଖରାପ ସର୍ଟ ଖେଳିବା ଟିମକୁ ମହଙ୍ଗା ପଡ଼ିଲା।MS-Dhoni-Outଭରସା ଭାଙ୍ଗିଲେ ଧୋନି
ଚାପ ଥିବା ସତ୍ତ୍ୱେ ବିଶାଳ ଟାଗେର୍ଟର ପିଛା କରି ଭଲ ଖେଳ ଆରମ୍ଭ କରିଥିଲା ଟିମ୍‌ ଇଣ୍ଡିଆ। ରୋହିତ ଆଉଟ ହେବା ପରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଧୋନି ବି ଫେଲ୍‌ ମାରିଲେ। ସେ ବ୍ୟାଟିଂ କରିବାକୁ ଆସିବା ବେଳେ ଦରକାର ଥିଲା ୩୬ବଲରେ ୭୨ ରନ୍‌। ମ୍ୟାଚକୁ ଶେଷ ବଲ୍‌ ପର୍ଯ୍ୟନ୍ତ ନେଉଥିବା ଧୋନି ମାତ୍ର ୪ଟି ବଲ୍‌ ସାମନା କରି ପାଭିଲନ୍‌ ଫେରିଗଲେ। ବଡ଼ ସର୍ଟ ଖେଳିବାକୁ ଯାଇ ନିଜ ଓ୍ଵିକେଟ ଟେକିଦେଲେ।
ଶେଷ ଓଭରରେ କାର୍ତ୍ତିକଙ୍କ ଭୁଲ୍‌Dinesh-Kartikଦୀନେଶ କାର୍ତ୍ତିକ ଓ କ୍ରୁନାଲ୍‌ ପାଣ୍ଡ୍ୟା ଦଳକୁ ବିଜୟ ଅଭିମୁଖେ ନେଉଥିଲେ। ଶେଷ ଓଭରରେ ଜିତିବା ପାଇଁ ଦରକାର ଥିଲା ୧୬ ରନ୍‌। କାର୍ତ୍ତିକ ୧୧ବଲରେ ୨୪ ଓ କ୍ରୁନାଲ୍‌ ୧୨ ବଲରେ କରିଥିଲେ ୨୫ ରନ୍‌। ଶେଷ ଓଭରରେ ତିନି ନମ୍ବର ବଲରେ ସିଙ୍ଗଲ ନେଲେ ନାହିଁ ଦୀନେଶ। ଅଧା କ୍ରିଜରୁ ଫେରିଥିଲେ ନନ୍‌ ଷ୍ଟ୍ରାଇକରେ ଥିବା କ୍ରୁନାଲ୍‌। ଚତୁର୍ଥ ଓ ପଞ୍ଚମ ବଲରେ ସିଙ୍ଗଲ ହୋଇଥିଲା। ଶେଷ ବଲ ଓ୍ଵାଇଡ୍‌ ପଡ଼ିଥିଲା। ଜିତିବା ପାଇଁ ୧୧ ରନ୍‌ ଦରକାର ଥିବାବେଳେ ଦୀନେଶ କାର୍ତ୍ତିକ ଛକା ମାରିଥିଲେ। ୪ ରନରେ ହାରିଗଲା ଟିମ୍‌ ଇଣ୍ଡିଆ। ଚର୍ଚ୍ଚା ହେଉଛି, କାର୍ତ୍ତିକ ସିଙ୍ଗଲ ନ ନେବା ଭୁଲ ଭୋଗିଲା ଭାରତ। କମେଣ୍ଟ୍ରି ବକ୍ସରୁ ସୋସିଆଲ୍‌ ମିଡିଆ ସବୁଠି ଚର୍ଚ୍ଚା। ବିଶ୍ୱକପ୍‌ ପୂର୍ବରୁ ଏସବୁ ତ୍ରୁଟି ସୁଧାରିବାକୁ ପଡ଼ିବ।

India Lost SeriesNewszeland SeriesTeam India
Tweet
0
ସୈଫ୍‌ଙ୍କ ସହ ବିବାହର ସାଢ଼େ ୬ବର୍ଷ ପରେ କରୀନା କହିଲେ ‘ମୋର ଏହା ଦ୍ୱିତୀୟ ବିବାହ’!
ସଚିନ ନା କୋହଲି କିଏ ବେଷ୍ଟ? ଓ୍ୱାର୍ଣ୍ଣ କହିଲେ ପରେ କହିବି

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.