Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ସୁପର ସନଡେ ଫାଇଟ୍: ପାକିସ୍ତାନକୁ ହରାଇ ମିଶନ୍ ଫାଇନାଲରେ ଟିମ୍ ଇଣ୍ଡିଆ

By admin • September 23, 2018 • ସ୍ପୋର୍ଟସ୍
INDIA-&-PAK-CAPTAIN

ଭୁବନେଶ୍ୱର:ଏସିଆ କପରେ ଆଗକୁ ଆଗକୁ ଗଡ଼ି ଚାଲିଛି ଟିମ୍ ଇଣ୍ଡିଆର ବିଜୟ ରଥ । ପ୍ରତ୍ୟେକ ଖେଳାଳି କ୍ରିକେଟ ରଣାଙ୍ଗନାରେ ପତିଆରା ଜାରି ରଖିଛନ୍ତି । ଆଜି ସୁପର୍ ସନଡେରେ ପାକିସ୍ତାନ ସହ ସୁପର ଫୋର୍ ଟକ୍କର । ଏହି ମ୍ୟାଚ୍ ଜିତି ଫାଇନାଲରେ ସ୍ଥାନ ପକ୍କା କରିବ ମେନ୍-ଇନ୍ ବ୍ଲୁ । ଏପର୍ଯ୍ୟନ୍ତ ସିରିଜରେ ଅପରାଜେୟ ଟିମ୍ ଇଣ୍ଡିଆ । ତେଣୁ ଆଜିର ମ୍ୟାଚରେ ବି ପାକିସ୍ତାନ ଉପରେ ଭାରି ପଡିବ ଭାରତ‌ । କାରଣ ପୂର୍ବ ମ୍ୟାଚରେ ପାକ୍ ବାହିନୀକୁ ଧୂଳି ଚଟେଇ ଥିଲା ଟିମ୍ ଇଣ୍ଡିଆ। ମାତ୍ର ୧୬୨ରନରେ ଭାରତୀୟ ଧୁରନ୍ଧରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ ପାକିସ୍ତାନ ଖେଳାଳି । ଛୋଟିଆ ବିଜୟ ଲକ୍ଷ୍ୟକୁ ମାତ୍ର ୨ ଓ୍ୱିକେଟ୍ ବିନିମୟରେ ହାସଲ କରି ନେଇଥିଲେ ଭାରତୀୟ କ୍ରିକେଟର । ସେପଟେ ଗତ ମ୍ୟାଚରେ ଯଦିଓ ଆଫଗାନିସ୍ତାନକୁ ହରାଇଥିଲା ପାକିସ୍ତାନ, କିନ୍ତୁ ଭାରି ସଂଘର୍ଷ କରିଥିଲା ଜିତିବା ପାଇଁ । ଜଣଙ୍କ ପରେ ଜଣେ ଖେଳାଳି ପାଭିଲନ୍ ଫେରୁଥିବା ବେଳେ ଏକାକୀ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ଅନୁଭବୀ କ୍ରିକେଟର ସୋଏବ ମଲ୍ଲିକ।INDIAN-TEAMଅନ୍ୟପଟେ ଭାରତୀୟ ଟିମ୍ ଏବେ ଯେମିତି  ଜବରଦସ୍ତ ଫର୍ମରେ ଅଛି କୌଣସି ବି ପରିସ୍ଥିତିରେ ନିଜ ବିଜୟ ସମ୍ଭାବନା ଦେଖିବା ପାକିସ୍ତାନ ପାଇଁ ସହଜ ଲାଗୁନି। ଗତ ମ୍ୟାଚରେ ଭାରତ ଆଗରେ ପାକ୍ ବାହିନୀର ନା ବ୍ୟାଟ୍ ଚାଲିଲା ନା ବୋଲିଂ କାମ ଦେଲା। କେବଳ ସୋଏବ ମଲ୍ଲିକ ଓ ବାବର ଆଜମ କିଛି ସମୟ ପାଇଁ ଲଢିଥିଲେ । ତେଣୁ ଆଜିର ମ୍ୟାଚକୁ ବି ଟିମ୍ ଇଣ୍ଡିଆ ନିଜ କବଜାକୁ ଆଣିବ ବୋଲି ‌କୁହାଯାଉଛି । କିନ୍ତୁ ପାକିସ୍ତାନକୁ ହାଲକା ଭାବରେ ନେବେ ନାହିଁ ରୋହିତ ଶର୍ମା । ତେବେ ଆଜିର ସୁପର୍ ଫୋର୍ ମୁକାବିଲାରେ କ’ଣ ରହିବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍। କିଛି ପରିବର୍ତ୍ତନ କରିବେ କି ରୋହିତ ? ଚୂଡାନ୍ତ-୧୧ ରେ ଆଜି ଭାରତ କିଛି ପରିବର୍ତ୍ତନ କରିବା ସମ୍ଭାବନା ନାହିଁ ।INDIA-BATSMAN

ଭାରତର ବ୍ୟାଟିଂ
ବ୍ୟାଟିଂରେ ରୋହିତ ଶର୍ମା ଓ ଶିଖର ଧଓ୍ୱନ ଧୂଆଁଧାର ଖେଳୁଛନ୍ତି । ଚଳିତ ସିରିଜରେ ଏପର୍ଯ୍ୟନ୍ତ ଗୋଟିଏ ଶତକ ସହ ସର୍ବାଧିକ ରନ୍ ହାସଲ କରିଛନ୍ତି ଶିଖର । ରୋହିତ ଦୁଇଟି ଅର୍ଦ୍ଧଶତକ ମାରିଛନ୍ତି । ସାଥ୍ ଦେଉଛନ୍ତି ଅମ୍ବାତି ରାୟଡୁ, ଦୀନେଶ କାର୍ତ୍ତିକ ଓ ମହେନ୍ଦ୍ର ସିଂହ ଧୋନି । ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ଆସିବେ ଅମ୍ବାତି ରାୟଡୁ । ଚାରି ନମ୍ବର ପାଇଁ ସମସ୍ୟା ରହିଛି । ଦୀନେଶ କାର୍ତ୍ତିକଙ୍କ ବ୍ୟତୀତ ଧୋନି ବି ଏହି ସ୍ଥାନ ପାଇଁ ଫିଟ୍ । ତେବେ କାହାକୁ ଚାରି ନମ୍ବରରେ ପଠାଇବେ ରୋହିତ ଦେଖିବା କଥା । ଡାଉନ୍ ପାଞ୍ଚ ନମ୍ବର ଖେଳାଳି କେଦାର ଯାଦବଙ୍କୁ ଏପର୍ଯ୍ୟନ୍ତ ବ୍ୟାଟିଂ ସୁଯୋଗ ମିଳିନି ।

BHUBANESWAR-KUMAR

ବୋଲିଂ ଷ୍ଟ୍ରାଟେଜି
ପାକିସ୍ତାନ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ କାରଣରୁ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ବାଲାଂଦେଶ ବିପକ୍ଷରେ ୧୪ ମାସ ପରେ ଦିନିକିଆ ଦଳକୁ ଫେରିଥିଲେ ରବୀନ୍ଦ୍ର ଜାଡେଜା।  ତାଙ୍କ ଯାଦୁକରୀ ସ୍ପିନ‌୍ ଆଗରେ ଆଣ୍ଠେଇ ପଡିଥିଲେ ବାଂଲାଦେଶ ବ୍ୟାଟସମ୍ୟାନ୍ । ୪ଟି ଓ୍ୱିକେଟ ନେଇ ଚୟନକର୍ତ୍ତାଙ୍କ ଭରସା  ଜିତିଛନ୍ତି ଜାଡେଜା। ତାଙ୍କୁ ଆଜିର ମ୍ୟାଚରେ ରିପିଟ୍ କରିପାରନ୍ତି ରୋହିତ। ଜାଡେଜାଙ୍କ ସହ  ସ୍ପିନ୍ ବିଭାଗ ସମ୍ଭାଳିବେ ଲେଗ୍ ସ୍ପିନର୍ ଯୁଜବେନ୍ଦର ଚହଲ୍ ଓ ଚାଇନାମ୍ୟାନ୍ କୁଳଦୀପ ଯାଦବ। କେଦାର ଯାଦବ ବି କିଛି ବଲ୍ ଫିଙ୍ଗିବେ। ସେହିପରି ଆଟାକିଂ ପେସରେ ପାକିସ୍ତାନ ବ୍ୟାଟସମ୍ୟାନଙ୍କୁ ଘାଇଲା କରିବେ ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରାହ।
ଟିମ୍ ପାକିସ୍ତାନ
ସୋଏବ ମଲ୍ଲିକ, ଇମାମ-ଉଲ୍-ହକ୍ ଓ ବାବର ଆଜମଙ୍କୁ ଛାଡି ଦେଲେ ପାକିସ୍ତାନର ଅନ୍ୟ କୌଣସି ଖେଳାଳି ଏପର୍ଯ୍ୟନ୍ତ ସେମିତି କିଛି ଖାସ୍ କରି ନାହାନ୍ତି । ଭାରତ ବିପକ୍ଷରେ ଗତବର୍ଷ ଚାମ୍ପିଅନ୍ସ ଟ୍ରଫି ହିରୋ ଫଖର୍ ଜମନ୍ ସମ୍ପୂର୍ଣ୍ଣ ଫ୍ଲପ୍ ମାରିଛନ୍ତି । ହାରିସ୍ ସୋହେଲଙ୍କ ବ୍ୟାଟ ବି ଅକାମୀ । ସେହିପରି ହସନ୍ ଅଲ୍ଲି, ମହମ୍ମଦ ଆମୀର ଓ ଭାସମାନ ଖାନ୍ ଯେମିତି ବୋଲିଂ କରିବା କଥା ସେମିତି କରି ପାରୁ ନାହାଁନ୍ତି। ଫିଲ୍ଡିଂ ବି ବେକାର୍ ‌। ଯେଉଁଥିପାଇଁ ଗତ ମ୍ୟାଚରେ ଆଫଗାନିସ୍ତାନ ୨୫୦ ରନ୍ ଟପି ଯାଇଥିଲା । ଏସବୁରେ ପାକିସ୍ତାନକୁ ସୁଧାର ଆଣିବାକୁ ପଡ଼ିବ। ତାହେଲେ ଟିମ୍ ଇଣ୍ଡିଆ ସହ ଲଢ଼ି ପାରିବେ, ନହେଲେ ଚିତପଟାଙ୍ଗ ମାରିବ ପାକିସ୍ତାନ।

Haris Sohailସମ୍ଭାବ୍ୟ ଭାରତୀୟ ଟିମ୍
ରୋହିତ ଶର୍ମା (ଅଧିନାୟକ), ଶିଖର ଧଓ୍ୱନ (ଭପ-ଅଧିନାୟକ), ଅମ୍ବାତି ରାୟଡୁ, ଦୀନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, କୁଳଦୀପ ଯାଦବ, ଯୁଜବେନ୍ଦର ଚହଲ, ଯଶପ୍ରୀତ ବୁମରାହ
ସମ୍ଭାବ୍ୟ ପାକିସ୍ତାନ ଟିମ୍
ସର୍ଫରାଜ ଅହମ୍ମଦ (ଅଧିନାୟକ), ଆସିଫ୍ ଅଲ୍ଲି, ବାବର ଆଜମ୍, ଫଖର୍ ଜମନ୍, ଫହିମ୍ ଅସରଫ୍, ସୋଏବ ମଲ୍ଲିକ, ଇମାମ୍-ଉଲ୍-ହକ୍, ହାରିସ୍ ସୋହେଲ୍, ହସନ୍ ଅଲ୍ଲି, ମହମ୍ମଦ ଆମୀର, ଉସମାନ୍ ଖାନ୍, ଜୁନୈଦ ଖାନ୍, ସଦ୍ଦାବ ଖାନ୍, ସାହିନ୍ ଆଫ୍ରିଦି, ସାନ୍ତାଳୀ ମସୁଦ

ASIA CUPBCCIINDIAN TEAMPAKISTAN TEAMROHIT SHARMA
Tweet
0
ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ମୋଦିଙ୍କ ରେଡ୍ ସିଗନାଲ୍
କଣ ପାଇଁ କ୍ୟାଟ୍ରିନା କ୍ୟାଫଙ୍କୁ ପ୍ରଥମେ ରିଜେକ୍ଟ କରିଥିଲା ବଲିଉଡ୍

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.