Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ନୂଆ ବର୍ଷରେ ଭୂତ ଆସିବ! ଟ୍ୱିଣ୍ଟି-20ର ପ୍ରଥମ ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ’

By admin • December 11, 2019 • ଫିଲ୍ମ

‘ଲଷ୍ଟ ଷ୍ଟୋରିଜ୍’ ପରେ ଆସୁଛି ‘ଘୋଷ୍ଟ ଷ୍ଟୋରିଜ’।ଦିବାକର ବାନାର୍ଜୀ,ଜୋୟା ଅଖତର,ଅନୁରାଗ କଶ୍ୟପ ଏବଂ କରଣ ଜୋହରଙ୍କ କେମିଷ୍ଟ୍ରିର ଏହି ସିନେମା।୨୦୧୩ରେ ‘ବମ୍ବେ ଟକିଜ୍’ ସିନେମାରୁ ଆରମ୍ଭ ହୋଇଥିଲା ଏଭଳି ମଲଟି ଡାଇରେକ୍ସନ ସିନେମା ନିର୍ମାଣ।ସେଥିରେ ପ୍ରଥମ ଥର ଏହି ଚାରି ନିର୍ଦ୍ଦେଶକ ଗୋଟିଏ ଫିଲ୍ମରେ ଚାରଟି ଅଲଗା-ଅଲଗା କାହାଣୀର ନିର୍ଦ୍ଦେଶନା ଦେଇଥିଲେ।

କେବଳ ଗୋଟିଏ ଫିଲ୍ମରେ ଏକରୁ ଅଧିକ କାହାଣୀ ଦେଖାଇବାକୁ ଇଂରାଜୀରେ ଏଥୋଲୋଜି କୁହାଯାଏ।ଏହି ଏଥୋଲୋଜି ସିରିଜର ଦ୍ୱିତୀୟ ହିନ୍ଦୀ ଫିଲ୍ମ ଥିଲା ‘ଲଷ୍ଟ ଷ୍ଟୋରୀ’।୨୦୧୮ରେ ସେହି ସିନେମାଟି ଅନ୍ତର୍ଜାତୀୟ ଅମୀ ଆୱାର୍ଡସ୍ରେ ବେଷ୍ଟ ଟିଭି/ମିନି ସିରିଜ କ୍ୟାଟେଗୋରୀରେ ମନୋନୀତ ହୋଇଥିଲା। ଆଉ ଏବେ ଆସୁଅଛି ଏହି ସିରିଜର ତୃତୀୟ ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ’। ଯାହାର କାହାଣୀ  ଲେଖିଛନ୍ତି ଦିବାକର, କରନ, ଅନୁରାଗ, ଜୋୟା ଏବଂ ଅଭିନାଶ ସମ୍ପଥ।
‘ଲଷ୍ଟ ଷ୍ଟୋରୀ’ର କାହାଣୀ ଗୁଡିକରେ ଯେଭଳି ସେକ୍ସ ଆଉ ମନ୍ୟୁଷ୍ୟ ସମ୍ବନ୍ଧ ଉପରେ ଆଧାରିତ ଥିଲା।ସେହିଭଳି ‘ଘୋଷ୍ଟ ଷ୍ଟୋରିଜ’ ଭୂତ ଏବଂ ମାନସିକ ବିକାରଗ୍ରସ୍ଥଙ୍କ ଉପରେ ଆଧାରିତ ହେବାକୁ ଯାଉଛି। ଏହି ଫିଲ୍ମର ୩୦ସେକେଣ୍ଡର ଏକ ଟ୍ରେଲର ରିଲିଜ୍ ହୋଇଛି। ସେଥିରେ ଏହି ୪ଟି କାହାଣୀର ଟ୍ରେଲର ଏକା ଥରକେ ଦେଖାଯାଉଛି।

ଟ୍ରେଲର ଆରମ୍ଭରୁ ଏକ ଶୁଖିଲା ଗଛ ତଳେ ଏକ ଛୋଟ ଝିଅଟିଏ ଜୋରରେ କାନ୍ଦୁଥିବା ବେଳେ ଗଛ ଉପରେ ଚିଲ ଓ ପାରାମାନଙ୍କୁ ଦେଖିବାକୁ ମଳୁଛି। ଗୋଟିଏ ଝିଅଟି ଏକ କଣ୍ଢେଇକୁ ଖାଦ୍ୟ ଖୁଆଉଛି।ଆଉ ଅନେକ ମୃତ ଲୋକ ରୁଣ୍ଡ ହୋଇ କୌଣସି ଜିନିଷକୁ ଦେଖୁଛନ୍ତି।ଏତିକିବେଳେ ଗୋଟିଏ ଛୋଟ ଛୁଆ ତାର ମାଉସୀଙ୍କୁ ଚିତ୍କାର କରି ଡାକୁଛି । ସେପଟେ ଜଣେ ଭୟାଳୁ ଲୋକ, ବେଡରେ ପଡି ରହିଥିବା ବୁଢି ସ୍ତ୍ରୀ ଏବଂ ଜଣେ ସାଧା ସିଧା ଝିଅଟିଏ ଯେମିତିକି କାହା ଅପେକ୍ଷାରେ ରହିଛନ୍ତି। ଶେଷରେ ଜଣେ ଯୁବକଙ୍କ ସ୍ୱର ଶୁଣିବାକୁ ମିଳୁଛି ।’ଘରର କିଛି ଲୁଚି ରହିଛି’ ବୋଲି ସେ କହୁଛନ୍ତି।

କେବଳ ଟ୍ରେଲର ଦେଖିକି କେଉଁ କାହାଣୀଟି କାହାର ତାହା କହିବାଟା ବଡ ମୁସ୍କିଲ୍। ଏହି ସିନେମାର ଷ୍ଟାରକାଷ୍ଟରେ ମୃଣାଳ ଠାକୁର, ଅଭିନାଶ ତିଓ୍ୱାରୀ, ଜାହ୍ନବୀ କାପୁର, ରଘୁବୀର ଯାଦବ ଏବଂ ପଲ୍ଲବୀ ଗୁଲାଟି ରହିଛନ୍ତି। ଆସନ୍ତା ଜାନୁଆରୀ ପହିଲାରେ ଘୋଷ୍ଟ ଷ୍ଟୋରିଜ୍ ସିନେମା ରିଲଜ୍ ହେବ।
ଏହି ଷ୍ଟୋରିକୁ ଲେଖିଛନ୍ତି – ସଞ୍ଜୟ ପ୍ରଧାନ

#BartamanOdisha#GhostFilm
Tweet
0
ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି
Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

About the Author

admin

You Might Also Like

  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

  • ରାନୁଙ୍କ ସହ ଧୋକା !

  • ବଙ୍ଗାଳୀ ତଡ଼କା ସହ ଫେରିଲା ରଙ୍ଗବତୀ,ସୋସିଆଲ ମିଡିଆରେ ଧମାକା

  • ଦୁର୍ଘଟଣା ଯାହା ବଦଳାଇଥିଲା ଅମଜଦଙ୍କ ଜୀବନ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.