ଭାଇଙ୍କ ମୃତ୍ୟୁ ହୋଇନଥିଲେ ଷ୍ଟାର ହୋଇପାରି ନଥାନ୍ତେ, ନକ୍ସଲ ମିଥୁନ୍ ଦାଦା

ବଲିଉଡର ବର୍ଷୀୟାନ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ। ଦମଦାର ଅଭିନୟ ଏବଂ ନିଆରା ଡ୍ୟାନ୍ସ ଷ୍ଟାଇଲରେ କୋଟି କୋଟି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍।‘ଡିସ୍କୋ ଡ୍ୟାନ୍ସର’ ହୋଇ ସିଲଭର ସ୍କ୍ରିନରେ ଛାଡିଛନ୍ତି ସ୍ୱତନ୍ତ୍ର ଛାପ। ଛୋଟ ପରଦାର ରିୟଲିଟ୍ ସୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ମଧ୍ୟ ଧମାଲ୍ ମଚାଉଛନ୍ତି ମିଥୁନ୍ ଚକ୍ରବର୍ତ୍ତୀ।୧୬ଜୁନ୍ ୧୯୫୦ରେ ବାଲାଂଦେଶର ବରିଶାଲରେ ଜନ୍ମ ହୋଇଥିବା ମିଥୁନଙ୍କ ପ୍ରକୃତ ନାଁ ଗୌରାଙ୍ଗ ଚକ୍ରବର୍ତ୍ତୀ। ସେ କେମେଷ୍ଟ୍ରିରେ ବିଏସସି କରିଛନ୍ତି। ପରେ କଳାକରା ହେବା ପାଇଁ ପୁନେର ଏଫଟିଆଇ(ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ)ରେ ପାଠ ପଢ଼ିଥିଲେ। ମିଥୁନଙ୍କ ସହ ଜଡିତ ପ୍ରାୟ ସବୁ କଥା ଜାଣିଛନ୍ତି ତାଙ୍କର ଫ୍ୟାନ୍।କିନ୍ତୁ ଏକଥା ଖୁବ୍ କମ୍ ଲୋକ ଜାଣନ୍ତି ଯେ ସିନେମାକୁ ଆସିବା ଆଗରୁ ମିଥୁନ୍ ଜଣେ ହାର୍ଡକୋର ନକ୍ସଲ ଥିଲେ। ତେବେ ବାମପନ୍ଥୀ ଉଗ୍ର ବିଚାରଧାରାରୁ କେମିତି ମିଥୁନ ଦାଦା ଆସିଲେ ବଲିଉଡ୍ ଦୁନିଆକୁ, ତା ପଛରେ ରହିଛି ବଡ଼ କାରଣ। ତାଙ୍କର ଏକମାତ୍ର ଭାଇଙ୍କ ମୃତ୍ୟୁ ହିଁ ବଦଳାଇ ଦେଇଥିଲା କମ୍ରେଡ ମିଥୁନଙ୍କ ଜୀବନର ଗତିପଥକୁ।ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଥିଲେ ମିଥୁନଙ୍କ ବଡ଼ ଭାଇ। ଫଳରେ ଦୁଃଖ ଏବଂ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥିଲା ମିଥୁନଙ୍କ ପରିବାର। ଘରର ଏପରି ଅବସ୍ଥା ଦେଖି ନକ୍ସଲ ଆନ୍ଦୋଳନରୁ ଦୂରେଇ ଯାଇ ପରିବାରକୁ ଫେରି ଆସିବା ପାଇଁ ନିଷ୍ପତି ନେଇଥିଲେ ମିଥୁନ। ତେବେ ନକ୍ସଲବାଦରୁ ଦୂରେଇବା ମିଥୁନଙ୍କ ଜୀବନ ପ୍ରତି ବଡ ବିପଦ ଥିଲା। କାରଣ ନକ୍ସଲବାଦକୁ ୱାନ ୱେ ରୋଡ୍ କୁହାଯାଏ।କିନ୍ତୁ ସେପରି କିଛି ହୋଇନଥିଲା ଏବଂ ସେହି ନିଷ୍ପତି ମିଥୁନଙ୍କ ଜୀବନ ପାଇଁ ଏକ ମହତ୍ୱପୂର୍ଣ୍ଣ ମୋଡ ସାବ୍ୟସ୍ତ ହେଲା।
‘ମୃଗୟା’ରୁ ‘ସୁରକ୍ଷା’
ମିଥୁନଙ୍କ ସିନେମା କ୍ୟାରିୟର କହିଲେ ଅଭିନେତା ଭାବରେ ସେ ୧୯୭୬ରେ ଆସିଥିବା ଫିଲ୍ମ ‘ମୃଗୟା’ରୁ ଆରମ୍ଭ କରିଥିଲେ। ଯେଉଁଥିପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଭାବରେ ପ୍ରଥମ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା। ପରେ ଦୋ ଅଞ୍ଜାନେ, ଫୁଲ୍ ଖିଲେ ହେଁ ଗୁଲସନ୍ ଗୁଲସନ୍ ଭଳି ସିନେମାରେ ଛୋଟ ମୋଟ ଅଭିନୟ କରିଥିଲେ। କିନ୍ତୁ ଏଥିରେ ତାଙ୍କୁ କୌଣସି ସଫଳତା ମିଳିନଥିଲା। ହେଲେ ମିଥୁନଙ୍କ ଭାଗ୍ୟ ସେତେବେଳେ ଚମକିଥିଲା ଯେତେବେଳେ ଫିଲ୍ମ ‘ସୁରକ୍ଷା’ରେ କାମ କରିବାକୁ ସୁଯୋଗ ମିଳିଥିଲା। ଏହା ତାଙ୍କ ସିନେମା କ୍ୟାରିୟରର ପ୍ରଥମ ସୁପରହିଟ୍ ସିନେମା ସାବ୍ୟସ୍ତ ହୋଇଥିଲା।ଏହା ପରେ ଆଉ ପଛକୁ ଫେରି ଚାହିଁନାହାଁନ୍ତି ମିଥୁନ। ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ନିଜ ଦର୍ଶକଙ୍କୁ ଭେଟି ଦେଇଥିଲେ ମିଥୁନ।ପ୍ରଣବ ଦାଦାଙ୍କ ମଧ୍ୟସ୍ଥି
୩ ଥର ଜାତୀୟ ଚଳଚିତ୍ର ସମ୍ମାନ ଏବଂ ୨ଥର ଫିଲ୍ମ ଫେୟାର ଆଓ୍ୱାର୍ଡରେ ସମ୍ମାନିତ ହୋଇଛନ୍ତି। ରାଜ କପୁରଙ୍କ ପରେ ଋଷିଆରେ ସବୁଠୁ ଲୋକପ୍ରିୟ ଭାରତୀୟ ଅଭିନେତା ହେଉଛନ୍ତି ମିଥୁନ ଦାଦା। ରାଜନୀତିରେ ରୁଚି ରଖୁଥିବା ମିଥୁନ, ରାଷ୍ଟ୍ରପତି ନିର୍ବାଚନରେ ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ ଦେବା ପାଇଁ ମମତା ବାନାର୍ଜୀଙ୍କୁ ମନାଇବାରେ ସଫଳ ହୋଇଥିଲେ ମିଥୁନ। ବଙ୍ଗାଳି କାର୍ଡରେ ଦିଦି ମମତାଙ୍ କସମର୍ଥନ ମିଳିଥିଲା ଭେଟରାନ୍ ପଲିଟିସିଆନ ପ୍ରଣବଙ୍କୁ ଏବଂ ୨୦୧୨ରେ ପଶ୍ଚିମବଙ୍ଗ ମାଟିର ପୁଅ ହୋଇଗଲେ ରାଷ୍ଟ୍ରପତି। ସେଥିପାଇଁ ୨୦୧୪ରେ କଂଗ୍ରେସ ସମର୍ଥନରେ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ(ଏଆଇଟିଏମସି) ସାଂସଦ ଭାବେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ମିଥୁନ ଚକ୍ରବର୍ତ୍ତି। ହେଲେ ବିବାଦୀୟ ହେବାରୁ ମିଥୁନ ଦାଦା ନିଜର କାର୍ଯ୍ୟକାଳ ଶେଷ ହେବା ଆଗରୁ ଡିସେମ୍ବର ୨୦୧୬ରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ।
ଏଥିସହ ପଢ଼ନ୍ତୁ-କଣ ପାଇଁ କ୍ୟାଟ୍ରିନା କ୍ୟାଫଙ୍କୁ ପ୍ରଥମେ ରିଜେକ୍ଟ କରିଥିଲା ବଲିଉଡ୍
Connect With Us