Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଫିଟନେସ୍ ସମସ୍ୟାରେ ଥିବା ପାକିସ୍ତାନ ଟିମକୁ ଆକ୍ରମ କହିଲେ‘ବିରିୟାନୀ ଖାଇଲେ,ଜିତି ହେବନି ବିଶ୍ୱକପ’

By admin • April 12, 2019 • ସ୍ପୋର୍ଟସ୍
Waim Akram

ଆସନ୍ତା ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବ କ୍ରିକେଟର ମହାକୁମ୍ଭ ବିଶ୍ୱକପ୍‌।ବିଶ୍ୱର ଟପ୍‌ ଟେନ୍‌ ଟିମ୍‌ର ନଜର ଏବେ ବିଶ୍ୱକପ୍‌ ଉପରେ। ବିଶ୍ୱବିଜୟୀ ହେବା ଲକ୍ଷ୍ୟରେ କସରତ ଚାଲିଛି ଏଥିପାଇଁ ଫୋକସରେ ଶ୍ରେଷ୍ଠ ଟିମ୍‌ ଚୟନ। ଏପ୍ରିଲ୧୫ ସୁଦ୍ଧା ପ୍ରତିଯୋଗୀ ଦେଶ ନିଜ ନିଜ ଟିମ୍‌ ଘୋଷଣା କରିବେ।ଏହାରି ଭିତରେ ପାକିସ୍ତାନ କ୍ରିକେଟ ଟିମ୍‌ର ଏକ ଖବରକୁ ନେଇ ଚର୍ଚ୍ଚା।
୧୯୯୨ରେ ଇମ୍ରାନ ଖାନଙ୍କ ନେତୃତ୍ୱରେ ପ୍ରଥମ ଥର ବିଶ୍ୱବିଜେତା ହୋଇଥିଲା ପାକିସ୍ତାନ।ଥରେ ରନର୍ସ ଅପ୍‌। ତା’ପରଠୁ କେବେ ବିଶ୍ୱକପ୍‌ ବିଜୟୀ ହେବା ସୌଭାଗ୍ୟ ଜୁଟିନି।ଏବେ ବିଶ୍ୱକପ୍‌ ପ୍ରସ୍ତୁତି ଚଳାଇଥିବା ବେଳେ ଖେଳାଳିଙ୍କ ଫିଟନେସ୍‌ ସମସ୍ୟା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଟେନସନ୍‌।ଖେଳାଳିଙ୍କ ଫିଟନେସକୁ ନେଇ ସାଂଘାତିକ କଥା କହିଛନ୍ତି ପୂର୍ବତନ ଅଧିନାୟକ ଓ୍ଵାସିମ୍‌ ଆକ୍ରମ୍‌।ଖେଳାଳି ବିରିୟାନୀ ଖାଇବା କଥାକୁ ନେଇ ପ୍ରଶ୍ନ କରିଛନ୍ତି।ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଚଳାଇଥିବା ଟିମ୍‌କୁ କାହିଁକି ବିରିୟାନୀ ଖାଇବାକୁ ଦିଆ ଯାଉଛି।ଟିମ୍‌ ମ୍ୟାନେଜମେଣ୍ଟ ଉପରେ ବିରକ୍ତି ପ୍ରକାଶ  କରି ଆକ୍ରମ ଅଭିଯୋଗ କରିଛନ୍ତି,ଖେଳାଳିଙ୍କ ଫିଟନେସ୍‌ ପ୍ରତି ଧ୍ୟାନ ଦିଆଯାଉନି।ବିଶ୍ୱକପର ଦୁଇ ମାସ ପୂର୍ବରୁ ଖେଳାଳିଙ୍କୁ ବିରିୟାନୀ ପରଷା ଯିବା କଥା ନୁହେଁ।

ସମସ୍ତେ ଭାବୁଥିବେ ପାକିସ୍ତାନ କ୍ରିକେଟରଙ୍କୁ ବିରିୟାନୀ ଖାଇବାକୁ ନେଇ କାହିଁକି ଚର୍ଚ୍ଚା? ଅସଲ କଥା ହେଲା,ଖେଳାଳିଙ୍କୁ ମୋଟାପଣ ଦୂରେଇ ରହିବା ଉଚିତ୍‌। ବାଲାନ୍ସ ଡାଏଟ୍‌ରେ ରହିଲେ ଖେଳାଳି ଫିଟ୍‌ ରୁହନ୍ତି। ବଡ଼ ବଡ଼ ସେ୍ପାର୍ଟସ ଇଭେଣ୍ଟ ପ୍ରସ୍ତୁତିରେ ଡାଏଟ୍‌ କଣେ୍ଟ୍ରାଲ୍‌ ବଡ଼ ଅସ୍ତ୍ର ହୋଇଥାଏ। ଖେଳାଳି ଫିଟ୍‌ ନରହିଲେ ଫର୍ମ ବିଗିଡ଼ି ଯାଇଥାଏ।ଯେଉଁ ସମସ୍ୟା ପାକିସ୍ତାନ କ୍ରିକେଟର ଏବେ ଭୋଗୁଛନ୍ତି।ଅଭିଜ୍ଞ ଓ୍ଵାସିମ୍‌ ଆକ୍ରମ ଏକଥା ବୁଝିଛନ୍ତି।ସେଥିପାଇଁ ପାକିସ୍ତାନ କ୍ରିକେଟ ମ୍ୟାନେଜମେଣ୍ଟ ଉପରେ ବର୍ଷିଛନ୍ତି ଆକ୍ରମ।

ଏମିତି ବି ପାକିସ୍ତାନ କ୍ରିକେଟ ଟିମର ପ୍ରଦର୍ଶନ ଏବେ ଖରାପ୍‌ ରହିଛି।ଖରାପ୍‌ ଫିଟନେସ୍‌ ପାଇଁ ଗତ କିଛି ସିରିଜରେ ଦଳ ପରାଜୟର ମୁହଁ ଦେଖିଛି।୨୦୧୭ରେ ଚାମ୍ପିଅନ୍ସ ଟ୍ରଫି ବିଜୟୀ ହେବା ପରଠୁ କୌଣସି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିନାହିଁ। ନ୍ୟୁଜିଲାଣ୍ଡ,ସାଉଥ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ହାତ ଛଡ଼ା କରିଛି ପାକିସ୍ତାନ।ଅଷେ୍ଟ୍ରଲିଆ ଠାରୁ ସିରିଜ ପରାଜୟ ପରେ କୋଚ୍‌ ମିକି ଆର୍ଥର ଖେଳାଳିଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଥିଲେ।
ପଢ଼ନ୍ତୁ- VP-ଅଟଳଙ୍କ କ୍ୟାବିନେଟରେ ପୁରୀ ସାଂସଦଙ୍କୁ ମିଳିଥିଲା ସ୍ଥାନ:ସେହି ଫର୍ମୁଲା ଆପଣାଇବେ କି ମୋଦି?

2019 World CupBiriyaniPakistan Cricket TeamPakistan Players FitnessWasim Akram
Tweet
0
VP-ଅଟଳଙ୍କ କ୍ୟାବିନେଟରେ ପୁରୀ ସାଂସଦଙ୍କୁ ମିଳିଥିଲା ସ୍ଥାନ:ସେହି ଫର୍ମୁଲା ଆପଣାଇବେ କି ମୋଦି?
ଲାରାଙ୍କ ରେକର୍ଡକୁ ହେଡନ୍ ଭାଙ୍ଗିଲେ:କିନ୍ତୁ ମାତ୍ର ୬ମାସରେ ପୁଣି ବିଶ୍ୱ ବିଜେତା ହେଲେ ଲାରା

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.