Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବ୍ୟାକଫୁଟ୍‌ରେ ବାଂଲାଦେଶ; ପ୍ଲେଇଂ ଇଲେଭେନ୍‌କୁ ନେଇ ଟିମ୍ ଇଣ୍ଡିଆରେ ସମସ୍ୟା

By admin • September 21, 2018 • ନ୍ୟୁଜ୍, ସ୍ପୋର୍ଟସ୍
Team-India

ଭୁବନେଶ୍ୱର: ହଂକଂକୁ ହରାଇ ଏସିଆ କପ୍ ଅଭିଯାନ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ। ଦ୍ୱିତୀୟ ମୁକାବିଲାରେ ଉତ୍କଣ୍ଠିତ ପାକିସ୍ତାନକୁ ହରାଇ ନିଜ ପରାକାଷ୍ଠାର ପ୍ରମାଣ ଦେଲେ ଭାରତୀୟ କ୍ରିକେଟର । ଆଜି(ସେପ୍ଟମ୍ବର ୨୧) ଏସିଆ କପ୍ ସୁପର-୪ ପାଇଁ ତୃତୀୟ ଲଢେଇ। ଆଗରେ ବାଂଲାଦେଶ। ଯଦିଓ ଗତକାଲି(ସେପ୍ଟମ୍ବର ୨୦) ଦୁର୍ବଳ ଆଫଗାନିସ୍ତାନ ଠାରୁ ବିପୁଳ ବ୍ୟବଧାନରେ ହାରିଛି ବାଂଲାଦେଶ। ଚାପରେ ଥିଲେ ବ୍ୟାଟିଂ, ବୋଲିଂ, ଫିଲ୍ଡିଂରେ ମାହିର ବି ଭାରତକୁ ଜୋରଦାର ମୁକାବିଲା ‌କରିପାରେ ବାଂଲାଦେଶ ସେନା। ମସରେଫ୍ ମୋର୍ତ୍ତାଜାଙ୍କ ନେତୃତ୍ୱାଧୀନ ଟିମ୍ ଗତ କିଛି ବର୍ଷ ହେବ ଲଗାତର ଭଲ ଖେଳୁଛି। ଯଦିଓ ଟିମ୍ ଇଣ୍ଡିଆ ପଲ୍ଲା ଭାରି, ତଥାପି ରୋହିତ ବ୍ରିଗେଡ୍ ପାଇଁ ମ୍ୟାଚ୍ କବଜା କରିବା ଏତେ ସହଜ ନୁହେଁ। ସଠିକ୍ ରଣନୀତି ଓ ଟିମ୍ ସ୍ପିରିଟ ସହ ମୈଦାନକୁ ଓହ୍ଲାଇବାକୁ ହେବ। ଯେମିତି ପାକିସ୍ତାନ ବିପକ୍ଷରେ ଖେଳିଲେ।

Rohit-Sharma

ଟିମ୍ ଇଣ୍ଡିଆ ସ୍କ୍ୱାଡ୍
ଦୁଇଟି ମ୍ୟାଚରେ ଦୁଇ ଓପନର୍ ରୋହିତ ଶର୍ମା ଓ ଶିଖର ଧଓ୍ୱନ ଭଲ ଖେଳିଛନ୍ତି । ହଂକଂ ବିପକ୍ଷରେ ଶିଖର ଧଓ୍ୱନଙ୍କ ୧୨୭ରନ୍ ବଳରେ ଟିମ୍ ଇଣ୍ଡିଆ ୨୮୬ରନ ବିଜୟ ଲକ୍ଷ୍ୟ ରଖି ପାରିଥିଲା। ପାକିସ୍ତାନ ମ୍ୟାଚରେ ଧଓ୍ୱନଙ୍କ ବ୍ୟାଟରୁ ବାହାରିଥିଲା ୪୬ରନ୍। ସେହିପରି ହଂକଂ ବିପକ୍ଷ ମ୍ୟାଚରେ ରୋହିତ ଶର୍ମା ୨୩ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ସର୍ବାଧିକ ୫୨ରନ୍ କରିଥିଲେ। ବାଂଲାଦେଶ ବିପକ୍ଷରେ ରୋହିତଙ୍କ ଟ୍ରାକ୍‌ ରେକର୍ଡ ବହୁତ ଭଲ। ବାଂଲାଦେଶ ସହ ଗତ ୫ଟି ମ୍ୟାଚରୁ ୧୩୭, ୬୩, ଶୂନ, ୨୯ ଏବଂ ୧୨୩ ରନ୍ ସଂଗ୍ରହ କରିଛନ୍ତି ରୋହିତ । ସେହିପରି ଧଓ୍ୱନ ଯଦି ଧମାଲ କଲେ ରନ୍ ପାହାଡ଼ ଠିଆ ହେବ ।

Dinesh Kartik

ସେହିପରି ଗତ ଦୁଇଟି ମ୍ୟାଚରେ ଅମ୍ବାତି ରାୟଡୁଙ୍କ ଭାଗିଦାରୀ ଇନିଂସ ଜବରଦସ୍ତ ରହିଛି। ଦୀନେଶ କାର୍ତ୍ତିକ ବି କ୍ଲିକ୍ କରିଥିବା ଆଭାସ ଦେଇଛନ୍ତି । ଏବେ କେବଳ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଚିନ୍ତା। ଆଜିର ମ୍ୟାଚରେ ବୋଧେ ଧୋନିଙ୍କ ଡାଉନ୍ ବଦଳାଇ ପାରନ୍ତି ରୋହିତ ଶର୍ମା।

ପ୍ଲେଇଁ ଇଲେଭେନ୍
ବ୍ୟାଟିଂ ସମସ୍ୟା ନଥିଲେ ବି ଏବେ ପ୍ଲେଇଂ ଇଲେଭେନ୍ ବାଛିବା ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଆହତ ହୋଇ ସିରିଜରୁ ବାଦ ପଡିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଚୂଡାନ୍ତ ଏକାଦଶରେ କିଏ ଖେଳିବେ, ଯିଏ ହାର୍ଦ୍ଦିକଙ୍କ ସ୍ଥାନ ନେଇ ପାରିବେ? ଡାକରା ପାଇଁ ଦୁବାଇରେ ପହଞ୍ଚିଛନ୍ତି ଦୀପକ ଚହର। ସେ ସିଧାସଳଖ ମ୍ୟାଚ୍ ଖେଳିବା ସମ୍ଭାବନା କମ୍। ତେଣୁ ପାଣ୍ଡାଙ୍କ ସ୍ଥାନରେ ବ୍ୟାଟସ୍‌ମ୍ୟାନ୍ ଭାବରେ ମନୀଷ ପାଣ୍ଡେଙ୍କୁ ସୁଯୋଗ ମିଳିପାରେ।

HARDIK-Pandya

ଅଲରାଉଣ୍ଡର ଭାବରେ ପାଣ୍ଡ୍ୟାଙ୍କ ବୋଲିଂ କୋଟା କେଦାର ଯାଦବଙ୍କୁ ସାରିବାକୁ ପଡିପାରେ‌।ଲଗାତାର ଦୁଇଟି ମ୍ୟାଚ ଖେଳିଥିବାରୁ ଅଭିଜ୍ଞ ଫାଷ୍ଟ ବୋଲର ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ମିଳିପାରେ । ତାଙ୍କ ସ୍ଥାନରେ ଖେଳି ପାରନ୍ତି ହଂକଂ ବିପକ୍ଷ ମ୍ୟାଚର ଅନ୍ୟତମ ହିରୋ ଖଲିଲ ଅହମ୍ମଦ। ଯଶପ୍ରୀତ ବୁମରାହଙ୍କୁ ସେ ସାଥ୍ ଦେବେ। ଚାଇନା ମ୍ୟାନ୍ କୁଲଦୀପ ଯାଦବ ବି ଅଛନ୍ତି। ଲେଗ୍ ସ୍ପିନର ଯୁଜବେନ୍ଦର ଚହଲ୍ ରନ୍ ଚାପିବାରେ ଓସ୍ତାଦ୍ ।

ଟିମ୍ ବାଂଲାଦେଶ
କ୍ୟାପଟେନ୍ ମସରେଫ ମୋର୍ତ୍ତାଜାଙ୍କ ନେତୃତ୍ୱାଧିନ ବାଂଲାଦେଶର ଟିମରେ ମୁସଫିକୁର ରହିମ,ସାକିବ ଅଲ୍ ହସନ ଓ ମହମ୍ମଦୁଲ୍ଲା ଭଳି ଅଛନ୍ତି ଅନୁଭବୀ ବ୍ୟାଟସ୍‌ମ୍ୟାନ୍। ଯଦିଓ ଏମାନେ ଆଫଗାନିସ୍ତାନ ବିପକ୍ଷରେ ଫେଲ୍ ମାରିଛନ୍ତି, ଭାରତ ବିପକ୍ଷରେ ପାସ୍ କରିବାକୁ ଜୋରଦାର ଉଦ୍ୟମ କରିବେ। ସେହିପରି ମୁସ୍ତାଫିଜୁର ରେହମାନ ଓ ରୁବେଲ ହୁସେନଙ୍କ ଭଳି ସିମର୍ ଅଛନ୍ତି ଦଳରେ । ମୋର୍ତ୍ତାଜା ଓ ସାବିକଙ୍କ ଭଳି ଅନୁଭବି ମଧ୍ୟକ୍ରମ ବୋଲର୍ ଅଛନ୍ତି। ମିଡ୍ ଓଭରରେ ଭାରତର ରନ୍ ଧାରାରେ ବ୍ରେକ୍ ଲଗାଇ ପାରନ୍ତି ଏମାନେ। ଆଫଗାନିସ୍ତାନ ବିପକ୍ଷ‌ ମ୍ୟାଚର ତ୍ରୁଟିକୁ ସୁଧାରି ଓ ନୂଆ ରଣନୀତି ସହ ମୈଦାନୁ ଓହ୍ଲାଇବ ବାଂଲା ବାହିନୀ । କାରଣ କ୍ରିକେଟ ହେଉଛି ଅନିଶ୍ଚିତତାର ଖେଳ । ଯିଏ ଯେଉଁ ଦିନ ଭଲ ଖେଳିଲା ମ୍ୟାଚ୍ ତାର।

Asia Cup CricketIndia VS Bangladesh Cricket Match
Tweet
0
ହଜି ଯାଇଛନ୍ତି ୩ ଇଡିୟଟସ୍‌ର ଏହି ଅଭିନେତାଙ୍କ ଭଉଣୀ : ପୋଷ୍ଟର ଧରି ବୁଲି ବୁଲି ଖୋଜୁଛନ୍ତି
ମୁକେଶ ଅମ୍ବାନୀଙ୍କ ଝିଅ ଇଶା ହେବେ ବୋହୂ, ଇଟାଲୀରେ ନିର୍ବନ୍ଧ ପାର୍ଟି

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.