ରନ୍ ଚେଜର ବିରାଟଙ୍କ ଶତକ ବେକାର ଗଲା; ଅନ୍ୟ ଖେଳାଳିଙ୍କ ବ୍ୟାଟରୁ କେବେ ରନ୍ ପ୍ରହାର ହେବ?

ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ଭାରତ-ଓ୍ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ। ଆଉ ଗୋଟିଏ ମ୍ୟାଚ ବାକି ଥିବା ବେଳେ ସିରିଜ ବର୍ତ୍ତମାନ ୧-୧ରେ ବରାବର। ମୁମ୍ବାଇରେ ଆସନ୍ତା ସୋମବାର ଚତୁର୍ଥ ମୁବାକିଲା।ଗତ ତିନିଟି ମ୍ୟାଚରେ ଟିମ୍ ଇଣ୍ଡିଆର ହିରୋ ସାଜିଛନ୍ତି କ୍ୟାପଟେନ୍ ବିରାଟ କୋହଲି। ଗୁଆହାଟୀ, ବିଶାଖାପାଟଣା,ପୁଣେ ଦିନିକିଆରେ ଲଗାତାର ତିନିଟି ଶତକ ହାସଲ କରିଛନ୍ତି। ପ୍ରଥମ ଭାରତୀୟ କ୍ରିକେଟର ଭାବରେ ଏହି ସଫଳତାର ଅଧିକାରୀ ହୋଇପାରିଛନ୍ତି ବିରାଟ। କିନ୍ତୁ ଦଳକୁ ଆଗୁଆ ସିରିଜ ବିଜୟୀ କରି ପାରିନାହାନ୍ତି। କେବଳ ଗୁଆହାଟୀରେ କୋହଲିଙ୍କ ଶତକ ବଳରେ ଭାରତ ବିଜୟୀ ହୋଇଥିଲା। ଦ୍ୱିତୀୟ ଓ୍ୱାନଡେକୁ ଟାଇ ରଖିଥିଲା ଓ୍ୱେଷ୍ଟଇଣ୍ଡିଜ। ପୁଣେରେ ଟିମ୍ ଇଣ୍ଡିଆର ବିଜୟ ରଥରେ ବ୍ରେକ୍ ଲଗାଇଲା କାରାବେୟାନ୍ ଦଳ। ଭ୍ରମଣକାରୀ ଦଳର ୨୮୩ ରନଠାରୁ ୪୩ରନ୍ ପଛରେ ରହିଗଲା ଭାରତ। କୋହଲିଙ୍କ ଶତକ ସତ୍ତ୍ୱେ ଭାରତ ପୁଣେରେ ଦେଖିଲା ପରାଜୟର ମୁହଁ। ବେକାର ଗଲା ବିରାଟଙ୍କର ୧୦୭ରନର ଶତକୀୟ ଇନିଂସ। ଦିନିକିଆରେ ୩୮ତମ ଶତକ ହାସଲ ସହ ଏକାକୀ ଲଢ଼ିଥିଲେ ବିରାଟ। ସେ ଆଉଟ୍ ହେବା ବେଳେ ଦଳୀୟ ସ୍କୋର ଥିଲା ୭ ଓ୍ୱିକେଟରେ ୨୨୦ ରନ୍। ବିଜୟୀ ପାଇଁ ୫୧ବଲରେ ଆବଶ୍ୟକ ଥିଲା ୬୪ରନ୍। ତେବେ କୁଳଦୀପ ଯାଦବ ଓ ଯୁଜବେନ୍ଦର ଚହଲ କଣ ବା କରି ପାରିଥାଆନ୍ତେ। ୨୪୦ରନରେ ସୀମିତ ରହିଗଲା ଟିମ୍ ଇଣ୍ଡିଆ।ସାମୁଏଲ୍ ଗେମ୍ ଚେଞ୍ଜର୍
ଗୋଟିଏ ବଲ୍ ଭାରତର ବିଜୟ ସମ୍ଭାବନାକୁ ଧୂଳିସାତ କରିଦେଲା।ମ୍ୟାଚରେ ଗେମ୍ ଚେଞ୍ଜର ହୋଇଥିଲେ ମାର୍ଲନ୍ ସାମୁଏଲ୍ସ। ୪୨ତମ ଓଭରର ତୃତୀୟ ବଲରେ ବୋଲ୍ଡ ହୋଇଥିଲେ ବିରାଟ କୋହଲି। ବ୍ୟାଟିଂରେ ସାମୁଏଲ୍ସ କିଛି ତ କରି ପାରିଲେ ନାହିଁ। କିନ୍ତୁ ବୋଲିଂରେ କୋହଲିଙ୍କ ଓ୍ୱିକେଟ ନେଇ ଭାରତ ହାତକୁ ଛଡ଼ାଇ ନେଲେ ମ୍ୟାଚ୍। ସାମୁଏଲ୍ସ କୁଳଦୀପ ଯାଦବଙ୍କୁ ବି ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ରିଭ୍ୟୁରୁ ଜଣା ପଡ଼ିଥିଲା କୁଳଦୀପ ନଟ୍ ଆଉଟ୍। ସେହି ଓଭରରେ ସାମୁଏଲ୍ସ ଖଲିଲ ଅହମ୍ମଦଙ୍କୁ ଷ୍ଟମ୍ପ ଆଉଟ୍ କରାଇଥିଲେ। ଶେଷ ଓ୍ୱିକେଟ ଶିକାର ବି କରିଥିଲେ ସାମୁଏଲ୍। ୩ ଓଭର ୪ଟି ବଲ୍ ଫିଙ୍ଗି ୧୨ରନ୍ ଦେଇ ୩ଟି ଓ୍ୱିକେଟ ନେଇଥିଲେ। କୋହଲି ଜିତିଲେ, ଭାରତ ହାରିଲା
ବିରାଟ କୋହଲିଙ୍କ ଦୁଇ ଦୁଇଟି ଶତକ ପାଣିଚିଆ ହୋଇଗଲା। ବିଶାଖାପାଟଣାରେ ଶତକ ମାରିଲେ, ମ୍ୟାଚ୍ ଟାଇରେ ସରିଲା। ପୁଣେରେ ଶତକ କଲେ, କିନ୍ତୁ ଦଳକୁ ଜିତାଇ ପାରିଲେ ନାହିଁ। ଘରୋଇ ପରିବେଶରେ କୋହଲିଙ୍କ ଶତକ ସତ୍ତ୍ୱେ ପ୍ରଥମ ଥର ଚେଜ୍ କରି ମ୍ୟାଚ୍ ଜିତି ପାରିଲା ନାହିଁ ଟିମ୍ ଇଣ୍ଡିଆ। ସେହିପରି ବିରାଟଙ୍କ ଶତକୀୟ ଇନିଂସ ସତ୍ତ୍ୱେ ଭାରତ ମୋଟ୍ ୩ଟି ମ୍ୟାଚରେ ପରାଜିତ ହୋଇଛି। ପୂର୍ବରୁ ୨୦୧୪ରେ ନାପିୟର ଓ ୨୦୧୬ରେ କାନାବେରାରେ କୋହଲି ସେଞ୍ଚୁରୀ ମାରିଥିଲେ ବି ଟିମ୍ ଇଣ୍ଡିଆ ହାରିଥିଲା। କୋହଲି ମାରିଥିବା ୩୮ ଦିନିକିଆ ଶତକରୁ ୩୧ଟି ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ମାତ୍ର ୬ଟି ହାରିଛି ଓ ଗୋଟିଏ ଟାଇ ରହିଛି । ଚେଜ୍ କରିବା ବେଳେ ୨୦ଟି ଶକତ ମାରିଥିବା ବେଳେ ପ୍ରଥମେ ବ୍ୟାଟିଂ ବେଳେ ୧୧ଟି ଶକତର ଅଧିକାରୀ ହୋଇଛନ୍ତି ବିରାଟ କୋହଲି।
Guwahati 💯✅
Visakhapatnam 💯✅
Pune 💯 ✅@imVkohli with three ODI centuries in a row, the first India batsman to achieve the feat!! pic.twitter.com/X5Zwma8QMe
— BCCI (@BCCI) October 27, 2018
ପରାଜୟ ପୋଷ୍ଟମର୍ଟମ୍
କାହିଁକି ହାରିଲା ଭାରତ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ। କୋହଲି କହିଛନ୍ତି, ଓ୍ୱେଷ୍ଟିଣ୍ଡିଜକୁ ୨୫୦-୨୬୦ ରନ୍ ଭିତରେ ସୀମିତ ରଖିବାକୁ ଗେମ୍ ପ୍ଲାନ୍ ଥିଲା। ତେବେ ଶେଷ ୧୦ଓଭରରେ ଭାରତୀୟ ବୋଲର ଟିକେ ଅଧିକ ରନ୍ ବ୍ୟୟ କରିଥିଲେ। ସେହିପରି ବ୍ୟାଟିଂରେ ବି ଭଲ ପାର୍ଟନରସିପ୍ ନହେବାରୁ ପରାଜୟର ମୁହଁ ଦେଖିଲା ଭାରତ। ମିଡିଲ୍ ଅର୍ଡର ଟେନସନ୍ ବି ରହିଛି। ଓପେନିଂ ପାର୍ଟନରସିପ୍ ବି ଦରକାର। ପରାଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଦାର ଯାଦବଙ୍କୁ ମନେ ପକାଇଛନ୍ତି କୋହଲି। ସେମାନେ ଖେଳିଲେ ଦଳକୁ ଆଉ ଜଣେ ବୋଲରଙ୍କ ବିକଳ୍ପ ମିଳିଥାଏ। ଆସନ୍ତା ମ୍ୟାଚରେ ଖେଳିବେ କେଦାର ଯାଦବ।
ଏଥିସହ ପଢ଼ନ୍ତୁ: ଅନ୍ଧବିଶ୍ୱାସକୁ ଦୂର କରିବାକୁ ବାଚସ୍ପତି ପ୍ରଦୀପ ଅମାତ ରିସ୍କ୍ ନେଇଥିଲେ !
Connect With Us