Featured/ ନ୍ୟୁଜ୍/ ପଲିଟିକ୍ସ/ ସ୍ପୋର୍ଟସ୍

କେଉଁ ସମ୍ଭାବନା କଥା କହୁଛନ୍ତି ସିନ୍ଧୁ?

ହରଭଜନ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଭେଟିବାପରେ ଅନେକ ରାଜନୈତୀକ ଆଲୋଚନା ମୁଣ୍ଡ ଟେକିଛି।ଉଭୟଙ୍କର ଏକ ଫଟ ପୋଷ୍ଟ କରି  ସିଦ୍ଧୁ ଲେଖିଥିଲେ-ସମ୍ଭାବନାରେ ପରିପୂର୍ଣ୍ଣ ଏକ ଚିତ୍ର। ଗତ କିଛି ଦିନ ହେବ ଗଣମାଧ୍ୟମରେ କଳ୍ପନାଜଳ୍ପନା କରାଯାଉଛି ଯେ କଂଗ୍ରେସ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ଜଳନ୍ଧରରୁ ହରଭଜନଙ୍କୁ ଲଢାଇବାକୁ ଚାହୁଁଛି। ତେବେ ଭାଜୀ ଏପର୍ଯ୍ୟନ୍ତ କଂଗ୍ରେସରେ ଯୋଗ ଦେଇନାହାଁନ୍ତି। ଏପରିକି କଂଗ୍ରେସ ଏ ବାବଦରେ କିଛି କହିନାହିଁ ।

ରାଜନୈତୀକ ଇନିଂସ ଆରମ୍ଭ କରିବେକି ହରଭଜନ ସିଂ!
ହରଭଜନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଅବସର ପରେ ସମସ୍ତେ ତାଙ୍କ କ୍ୟାରିୟରରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ନେଇ ଆଲୋଚନା ଆରମ୍ଭ ହୋଇଛି। ସେ କେଉଁ ଦଳ ପାଇଁ କୋଚ୍ ହେବେ ନା ସେ ରାଜନୈତିକ ଇନିଂସ ଆରମ୍ଭ କରିବେ ଏହାକୁ ନେଇ ଉତ୍କଣ୍ଠା ଆରମ୍ଭ ହୋଇଛି।ଏହାପୂର୍ବରୁ, ୨୦୧୭ ବିଧାନସଭା ନିର୍ବାଚନରେ ହରଭଜନ କଂଗ୍ରେସରେ ଯୋଗଦେବା ବିଷୟରେ ଆଲୋଚନା ମଧ୍ୟ ତୀବ୍ର ହୋଇଥିଲା, କିନ୍ତୁ ଏହିପରି କିଛି ଘଟି ନଥିଲା।ତେଣୁ ଏବେ  ନବଜୋତ ସିଂ ସିଦ୍ଧୁ କେଉଁ ସମ୍ଭାବନା କଥା କହୁଛନ୍ତି ତାହା ଚର୍ଚ୍ଚାର କାରଣ ପାଲଟିଛି।

You Might Also Like

No Comments

Leave a Reply