Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

୧୫ବର୍ଷ ପରେ ସିବିଆଇରେ ଓଡ଼ିଶାର ଦବଦବା, ନାଗେଶ୍ୱରଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ

By admin • October 24, 2018 • ନ୍ୟୁଜ୍
M-Nageswar-Rao

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇରେ ଚାଲିଥିବା ବିବାଦରେ ଲାଭାନ୍ୱିତ ହୋଇଛନ୍ତି ଓଡ଼ିଶା କ୍ୟାଡର୍ ଆଇପିଏସ୍. ଏମ୍. ନାଗେଶ୍ୱର ରାଓ । ୧୯୮୬ ବ୍ୟାଚ୍ ଆଇପିଏସ୍ ଏମ୍. ନାଗେଶ୍ୱର ରାଓଙ୍କୁ ସିବିଆଇ ନିର୍ଦ୍ଦେଶକ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଏହା ପୂର୍ବରୁ ସେ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ମଧ୍ୟରେ ଚାଲିଥିବା ବିବାଦରୁ ଫାଇଦା ମିଳିଛି ଏମ୍. ନାଗେଶ୍ୱର ରାଓଙ୍କୁ । ଆଲୋକ ବର୍ମା ଓ ରାକେଶ ଅସ୍ଥାନାଙ୍କୁ ଛୁଟିରେ ଯିବାକୁ କୁହାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କେନ୍ଦ୍ର କ୍ୟାବିନେଟ୍ ଆପଏଣ୍ଟମେଣ୍ଟ କମିଟି ନାଗେଶ୍ୱର ରାଓଙ୍କୁ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶକ ଦାୟିତ୍ୱ ଦେଇଛି।Appointment-Letter

ଉଭୟ ଆଲୋକ ବର୍ମା ଓ ରାକେଶ ଅସ୍ଥାନା ପରସ୍ପର ବିରୋଧରେ ଆଣିଥିଲେ ଦୁର୍ନୀତି ଅଭିଯୋଗ । ଏପରିକି ସିବିଆଇର ଜଣେ ଡିଏସପକି ଦେବେନ୍ଦ୍ର କୁମାରଙ୍କୁ ହାତକଡ଼ି ପିନ୍ଧାଇଥିଲେ ଆଲୋକ ବର୍ମାଙ୍କ ଟିମ୍ । ଲାଞ୍ଚ ଅଭିଯୋଗରେ ରାକେଶ ଅସ୍ଥାନାଙ୍କ ନାଁରେ ମାମଲା ବି ରୁଜୁ ହୋଇଛି । ଗିରଫରୁ ବର୍ତ୍ତିବା ପାଇଁ ରାକେଶ ଅସ୍ଥାନା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗିରଫଦାରୀରୁ ସାମୟିକ ଭାବରେ ବର୍ତ୍ତିଗଲେ ଗୁଜୁରାଟ କ୍ୟାଡର ଆଇପିଏସ୍ ରାକେଶ ଅସ୍ଥାନା । କିନ୍ତୁ କେନ୍ଦ୍ର ସରକାରଙ୍କୁ କୋପରୁ ବର୍ତ୍ତି ପାରିଲେ ନାହିଁ । ବିବାଦ ବଢୁଥିବାରୁ କେନ୍ଦ୍ରର ଆସ୍ଥା ହରାଇଲେ ଅସ୍ଥାନା । ବିରୋଧୀ କଂଗ୍ରେସ ଓ ବାମପନ୍ଥୀଙ୍କର ସିଧାସଳଖ ଟାର୍ଗେଟରେ ଆସିଗଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସିବିଆଇ ଅଫିସ । ଫଳରେ ବାଧ୍ୟ ହୋଇ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନଙ୍କୁ ଛୁଟିରେ ଯିବା ପାଇଁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର । ତାଙ୍କ ସ୍ଥାନରେ ଏମ୍. ନାଗେଶ୍ୱର ରାଓଙ୍କୁ ସିବିଆଇର ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ମିଳିଛି ।Rakesh-and-ALokପୂର୍ବରୁ ଉମାଶଙ୍କର ମିଶ୍ର ଥିଲେ
ଏମ୍. ନାଗେଶ୍ୱର ରାଓଙ୍କ ନିଯୁକ୍ତି ଓଡ଼ିଶା ପାଇଁ ଏକ ଖୁସିର ଖବର । ଓଡ଼ିଶା ଅଗ୍ନିଶମ ବିଭାଗର ପୂର୍ବତନ ମୁଖ୍ୟ ଏମ୍. ନାଗେଶ୍ୱର ରାଓଙ୍କୁ ଆଜିଠାରୁ ମିଳିଲା ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ଟପ୍ ପୋଜିସନର ଦାୟିତ୍ୱ । ତାଙ୍କ ପୂର୍ବରୁ ଓଡ଼ିଆ ଆଇପିଏସ୍ ଉମାଶଙ୍କର ମିଶ୍ର ସିବିଆଇ ନିର୍ଦ୍ଦେଶକ ଭାବରେ କାର୍ଯ୍ୟଭାର ତୁଲାଇଛନ୍ତି । ୧୯୬୮ ବ୍ୟାଚ୍ ଆଇପିଏସ୍ ଉମାଶଙ୍କର ମିଶ୍ର ୨୦୦୩ ମସିହା ଡିସେମ୍ୱର ୬ ତାରିଖରେ ସିବିଆଇ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ହୋଇଥିଲେ । ଏହା ମଧ୍ୟରେ ସିବିଆଇର ନମ୍ବର ଓ୍ୱାନ ଅଫିସର ପଦବୀ ରେସରେ ବି ଆସିଥିଲା ପ୍ରକାଶ ମିଶ୍ରଙ୍କ ନାଁ । ତେବେ ଓଡ଼ିଶା ପୋଲିସ ଗୃହ ନିର୍ମାଣ ବିଭାଗ ଅନିୟମିତିତାରେ ଫସି ଯାଇଥିଲେ ପ୍ରକାଶ ମିଶ୍ର । ଯଦିଓ ଓଡ଼ିଶା ସରକାରଙ୍କର ମନ୍ଦ ଉଦ୍ଦେଶ୍ୟ ପଦାରେ ପଡ଼ିଥିଲା, କିନ୍ତୁ ପ୍ରକାଶ ମିଶ୍ରଙ୍କୁ ସିବିଆଇ ନିର୍ଦ୍ଦେଶକ କରାଇ ନଦେବାରେ ବିଜେଡି ସରକାର ସଫଳ ହୋଇଥିଲେ । ଏବେ କିନ୍ତୁ ଏମ୍. ନାଗେଶ୍ୱର ରାଓଙ୍କ କ୍ଷେତ୍ରରେ ସେମିତି କୌଣସି ପ୍ରତିବନ୍ଧକ ଲାଗି ନାହିଁ । ଏମ୍. ନାଗେଶ୍ୱର ରାଓଙ୍କ ବିରୋଧରେ ମଧ୍ୟ ଆସିଥିଲା ଦୁର୍ନୀତିର ଅଭିଯୋଗ ।
ଚିଟଫଣ୍ଡ ଦୁର୍ନୀତି ତଦନ୍ତ ଆଗେଇବ ?
ଦିବଂଗତ ଆଇପିଏସ୍ ତଥା ପୂର୍ବତନ ଅଗ୍ନିଶମ ଡିଜି ବିନୟ ଭୂଷଣ ବେହେରା ଏମ୍. ନାଗେଶ୍ୱର ରାଓଙ୍କ ବିରୋଧରେ ଆଣିଥିଲେ ଡ୍ରେସ୍ କିଣାରେ ଅନିୟମିତତା ଅଭିଯୋଗ । ୨୦୧୪ ମସିହାରେ ଅଗ୍ନିଶମ ବିଭାଗର ୟେଲୋ ୟୁନିଫର୍ମ କିଣିବାରେ ଅନିୟମିତତା ହୋଇଛି ଓ ସେଥିରେ ଏମ୍. ନାଗେଶ୍ୱର ରାଓଙ୍କ ସଂପୃକ୍ତି ଅଭିଯୋଗ ଆଣିଥିଲେ ବିନୟ ଭୂଷଣ ବେହେରା । କିନ୍ତୁ ଅଭିଯୋଗ ପ୍ରମାଣିତ ହୋଇପାରି ନଥିଲା । ନାଗଶ୍ୱର ରାଓଙ୍କୁ ମିଳିଥିଲା କ୍ଲିନ୍ ଚିଟ୍ । ପ୍ରଥମେ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଓ ଆଜିଠୁ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ ଭାର ସମ୍ଭାଳିଛନ୍ତି ଏମ୍. ନାଗେଶ୍ୱର ରାଓ । ଏବେ ଅପେକ୍ଷା ଓଡ଼ିଶା କ୍ୟାଡର୍ ଆଇପିଏସ୍ ଏମ୍. ନାଗେଶ୍ୱର ରାଓ ଚିଟଫଣ୍ଡ ଦୁର୍ନୀତିକୁ ପୁଣି ଗତିଶୀଳ କରାଇବେ କି ?
ଏଥିସହ ପଢ଼ନ୍ତୁ: ୧୯୮୩ ଓ୍ୱାର୍ଲଡ କପ୍ ଟିମ୍ ଅଲରାଉଣ୍ଡର କୀର୍ତ୍ତିଙ୍କୁ କାଉଣ୍ଟର୍ କରିବେ ଧୋନି-ଗମ୍ଭୀର !

ALOK VERMACBI DIRECTORM NAGESWAR RAOODISHA IPSRAKESH ASTHANA
Tweet
0
୧୯୮୩ ଓ୍ୱାର୍ଲଡ କପ୍ ଟିମ୍ ଅଲରାଉଣ୍ଡର କୀର୍ତ୍ତିଙ୍କୁ କାଉଣ୍ଟର୍ କରିବେ ଧୋନି-ଗମ୍ଭୀର !
କୋହଲିଙ୍କ ଫାଷ୍ଟେଷ୍ଟ୍ ୧୦ହଜାର ରନ୍ : ୧୦ହଜାର ରନ୍ କ୍ଲବରେ ସାମିଲ ହେବାକୁ ଟିମ୍ ଇଣ୍ଡିଆର କ୍ୟାପଟେନ୍ ହେବା ଜରୁରୀ!

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.