ନ୍ୟୁଜ୍/ ଫିଲ୍ମ

ମାମୁଁ ଭଣଜାଙ୍କ ସମାନ କୀର୍ତ୍ତି,ଅମୀରଙ୍କ ରାସ୍ତାରେ ଇମ୍ରାନ୍

ବଲିଉଡ୍ ଅଭିନେତା ଆମୀର ଖାନ୍‌ଙ୍କ ରାସ୍ତାକୁ ଅନୁସରଣ କରୁଛନ୍ତି ତାଙ୍କ ଭଣଜା ଇମ୍ରାନ୍‌ ଖାନ୍‌। ଦୀର୍ଘ ୧୧ ବର୍ଷ ପରେ ସେ ପତ୍ନୀଙ୍କ ଠାରୁ ଅଲଗା ହେବେ। ସେ ତାଙ୍କ ପତ୍ନୀ ଅବନ୍ତିକା ମଲିକଙ୍କୁ ଛାଡପତ୍ର ଦେବେ। ଏନେଇ ଚର୍ଚ୍ଚା ଜୋର୍‌ ଧରିଛି। ଛାଡପତ୍ର ପାଇଁ ଅନେକଥର ସମାଲୋଚନାର ଶରବ୍ୟ ହୋଇଥିବା ଅମୀର ଖାଁ ଙ୍କ ପରି ତାଙ୍କ ଭଣଜା ମଧ୍ୟ ସମାନ ହରକତ୍ ଦେଖାଇଥିବାରୁ ଇମ୍ରାନ୍ ଏବେ ମାମୁଁଙ୍କ ରାସ୍ତାରେ ଚାଲୁଥିବା ଚର୍ଚ୍ଚା ହେଉଛି।

ଅମୀର ଖାଁ,କିରଣ ରାଓ,ରୀନା ଦତ୍ତ

ମାମୁଁଙ୍କର ଛାଡପତ୍ର କାର୍ଡର ରିପିଟ୍ ଟେଲିକାଷ୍ଟ
ଅମୀର ଖାଁଙ୍କ ପରେ ଏବେ ଛାଡପତ୍ର କରିବାକୁ ଯାଉଛନ୍ତି ଭଣଜା ଇମ୍ରାନ୍ ଖାଁ।‘ଜାନେ ତୁ ୟା ଜାନେ ନା’ ଅଭିନେତା ଇମ୍ରାନ୍‌ ଖାନ୍‌ ୨୦୧୧ରେ  ଅବନ୍ତିକା ମଲିକଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ଝିଅ ଅଛି। ଯାହାର ନାଁ ଇମାରା ମଲିକ ଖାନ। ତେବେ ବିବାହର କିଛି ବର୍ଷ ପରେ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ଅବନ୍ତିକାଙ୍କ ମଧ୍ୟରେ ଝଡଗା ଆରମ୍ଭ ହୋଇଥିଲା। ଏହାପରେ ଦୁହେଁ ଦୀର୍ଘ ସମୟ ଧରି ପରସ୍ପରଠାରୁ ଅଲଗା ରହୁଛନ୍ତି। ଉଭୟ ଆଇନଗତ ଭାବରେ ଛାଡପତ୍ର ପାଇଁ ଆବେଦନ କରିନାହାଁନ୍ତି। କିନ୍ତୁ ସୁଚନା ଅନୁଯାୟୀ କୁହାଯାଉଛି କି ଇମ୍ରାନ ଏବଂ ଅବନ୍ତିକା ଦୁହେଁ କୁବ୍‌ ଶୀଘ୍ର ଛାଡପତ୍ର ନେଇପାରନ୍ତି।

You Might Also Like

No Comments

Leave a Reply