କ୍ରିକେଟ୍ ପ୍ରେମୀଙ୍କୁ ଝଟକା!

ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ମାମଲା ବଢ଼ୁଥିବାରୁ ଦକ୍ଷିଣ ଆଫ୍ରିକା (ସିଏସଏ) କଟକଣା କରିବାକୁ ନିଷ୍ପତ୍ତି ନେଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ଓ ଦିନିକିଆ ସିରିଜ୍ ପୂର୍ବରୁ ଫ୍ୟାନଙ୍କୁ ବଡ଼ ଝଟକା ଲାଗିଛି।ଉଭୟଙ୍କ ମଧ୍ୟରେ ଖେଳାଯିବାକୁ ଥିବା ସବୁ ମ୍ୟାଚ୍ ଖାଲି ଷ୍ଟାଡିୟମରେ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଦର୍ଶକଙ୍କୁ ନା !
ଦକ୍ଷିଣ ଆଫ୍ରିକା ସରକାର କରୋନା ଗାଇଡଲାଇନ୍ ପାଳନ କରି ୨ହଜାର ଲୋକଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ଦେଇଥିଲା।କିନ୍ତୁ ଏବେ ବୋର୍ଡ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଏହି ବଡ଼ ନିଷ୍ପତ୍ତି ନେଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ବୋର୍ଡ ଦର୍ଶକଙ୍କୁ ମଇଦାନ ଭିତରକୁ ଆସିବାକୁ ଅନୁମତି ଦେଇନାହିଁ।ଟିମ୍ ଇଣ୍ଡିଆ ଆସିବା ପୂର୍ବରୁ ଭାରତ-ଏ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ବର୍ତ୍ତମାନର ସ୍ଥିତି କାରଣରୁ ପୂର୍ବରୁ ହିଁ ଗସ୍ତ ବାତିଲ ହେବାର ଆଶଙ୍କା ଦେଖା ଦେଇଥିଲା, କିନ୍ତୁ ବିସିସିଆଇ ଏହି ଗସ୍ତକୁ ସହମତି ଦେଇଛି।
Connect With Us