Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ନବାବ ସହରରେ ଦିଓ୍ଵାଲି ଗିଫ୍ଟ ଦେଲେ ରୋହିତ

By admin • November 7, 2018 • ସ୍ପୋର୍ଟସ୍
Rohit-Sharma

୨୪ ବର୍ଷ ପରେ ଲକ୍ଷ୍ନୌକୁ ଫେରିଥିଲା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ । ଅଟ୍ଟଳ ବିହାରୀ ବାଜପେୟୀ ଇଣ୍ଟରନ୍ୟାସନାଲ୍‌ କ୍ରିକେଟ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏହାକୁ ସ୍ମରଣୀୟ କରିଛନ୍ତି ରୋହିତ ଶର୍ମା । ଧୂଆଁଧାର ଶତକ ମାରିଲେ, ଦଳକୁ ବିଜୟୀ କରାଇ ଦେଶବାସୀଙ୍କୁ ଦେଇଛନ୍ତି ଦୀପାବଳି ଗିଫ୍ଟ । ୭୧ରନରେ ଓ୍ୱେଷ୍ଟଇଣ୍ଡିଜକୁ ହରାଇ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିବା ସହ ଆଗୁଆ ୨-୦ରେ ସିରିଜ ହାତେଇଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଚିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୨ ଓ୍ୱିକେଟର କରି ୧୯୫ ରନ୍ କରିଥିଲା । ଜବାବରେ ଟିମ୍ ଇଣ୍ଡିଆର ଘାଇଲା ବୋଲିଂ ଆଗରେ ଆତ୍ମସମର୍ପଣ କରିଥିଲେ ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନ୍ । ୨୦ ଓଭରରେ ୯ ଓ୍ୱିକେଟ ହରାଇ ୧୨୪ ରନ ଅଟକିଥିଲା । ନଜର ପକାନ୍ତୁ ବିଜୟର କିଛି କାରଣ ଉପରେ ।India-Win-T-20-Seriesରୋହିତଙ୍କର ଅପରାଜିତ ଇନିଂସ
ରୋହିତ ଶର୍ମାଙ୍କ ଅପରାଜିତ ଶତକ ବଳରେ ରନ୍ ପାହାଡ଼ ଠିଆ କରିଥିଲା ଭାରତ । ଟି-ଟ୍ୱେଣ୍ଟିରେ ସେ ଚତୁର୍ଥ ଶତକ ହାସଲ କରିଛନ୍ତି । ୬୧ ବଲରେ ଅପରାଜିତ ୧୧୧ ରନ୍ । ୭ଟି ବିଶାଳ ଛକା ଓ ୮ଟି ଚୌକା ମାରିଥିଲେ ରୋହିତ । ଟି-ଟ୍ୱେଣ୍ଟିରେ ସର୍ବାଧିକ ଶତକ ମାରିଛନ୍ତି । ତାଙ୍କ ପଛକୁ ଅଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟର କୋଲିନ୍ ମୁନରୋ(୩ଟି ଶତକ) । ସେହିପରି ଟ୍ୱେଣ୍ଟି ଟ୍ୱେଣ୍ଟରେ ମୋଟ୍‌ ୨ହଜାର ୨୦୩ ରନ୍‌ ସଂଗ୍ରହ କରିଛନ୍ତି ରୋହିତ । ଏହି ଫର୍ମାଟରେ ଭାରତୀୟ ଖେଳାଳି ଭାବରେ ଟପ୍ ସ୍କୋରର ହୋଇଛନ୍ତି । ତାଙ୍କ ପଛକୁ ବିରାଟ କୋହଲି ୨୧୦୨ ରନ୍‌ କରିଛନ୍ତି । ପାକିସ୍ତାନର ସୋଏବ ମଲ୍ଲିକଙ୍କ ୨୧୯୦ ରନ୍‌କୁ ଟପି ଛନ୍ତି ରୋହିତ ଶର୍ମା । ସର୍ବାଧିକ ରନ୍‌ ସେ୍କାରର ହେଉଛନ୍ତି ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ୍‌ (୨୨୭୧ରନ୍‌) ।

What a player @ImRo45 🎇🎇#INDvWI pic.twitter.com/Ig7UhubLxI

— BCCI (@BCCI) November 6, 2018


ରୋହିତ-ଧଓ୍ୱନ ପାର୍ଟନରସିପ୍, ଲୋକେଶଙ୍କ ଜମାଣିଆ ବ୍ୟାଟିଂ
ରୋହିତ ଓ ଶିଖର ଧଓ୍ୱର(୪୩ରନ୍) ୧୪ଓଭରରେ ପ୍ରଥମ ଓ୍ୱିକେଟ ଯୋଡିରେ ୧୨୩ ରନ୍ କରିଥିଲେ । ମ୍ୟାଚ୍ ଶେଷ ଆଡକୁ ଲୋକେଶ ରାହୁଲ ବି ଜମାଣିଆ ସର୍ଟ ମାରିଥିଲେ । ୧୫ ଓଭରରେ ଗୋଟିଏ ଦଳୀୟ ସ୍କୋର ଥିଲା ୧୨୯/୧। କିନ୍ତୁ ଶେଷ ୫ ଓଭରରେ ବାହାରିଥିଲା ୬୬ ରନ୍ । ଲୋକେଶ ରାହୁଲ ୧୪ଟି ବଲ୍ ଖେଳି ଦୁଇଟି ଚୌକା ଓ ଗୋଟିଏ ଛକା ବଳରେ ୨୬ ରନ୍ କରିଥିଲେ । ଶେଷ ଓଭରରେ ବାହାରିଥିଲା ୨୦ରନ୍ ।
ଏଥିସହ ପଢ଼ନ୍ତୁ: ନନ୍ଦିନୀଙ୍କ ମୁଖ୍ୟମନ୍ତ୍ରୀ ଚେୟାର ଛଡ଼ାଇ ନେଇଥିଲା TISSA; ଆଉ ବିଜୁ ଯୁବ ବାହିନୀ….
ଶାଣିତ ବୋଲିଂ
ରୋହିତ, ଧଓ୍ୱନ ଓ ଲୋକେଶ ରାହୁଲ ବ୍ୟାଚିଂ ଭାର ସମ୍ଭାଳିଲେ । ବୋଲର ନିଜ ଦାୟିତ୍ୱ ତୁଲାଇଲେ । ଦ୍ୱିତୀୟ ଓଭରରେ ସାଇ ହୋପଙ୍କୁ ପାଭିଲନ୍ ଫେରାଇ ଓ୍ୱେଷ୍ଟଇଣ୍ଡିଜକୁ ପ୍ରଥମ ଝଟକା ଦେଇଥିଲା ଟିମ୍ ଇଣ୍ଡିଆ । ଷଷ୍ଠ ଓଭରରେ ହେଟମେୟରଙ୍କୁ ଆଉଟ୍ କରିଥିଲେ ଖଲିଲ ଅହମ୍ମଦ । ଅଷ୍ଟମ ଓଭରରେ ଡାରେନ୍ ବ୍ରାଭୋ ଓ ନିକୋଲାସ୍ ପୁରନଙ୍କୁ ଆଉଟ୍ କରି କାରାବେୟାନ୍ ଦଳ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ଭାରତୀୟ ଧୁରନ୍ଧର । ମାତ୍ର ୧୨୪ ରନ୍ କରି ପାରିଥଲେ ।
ଚାପି ଦେଲେ ଖଲିଲ-କୁଳଦୀପKuldeep-Khalilଏହି ମ୍ୟାଚରେ ଖଲିଲ, କୁଳଦୀପ, ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରାହ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ । କିନ୍ତୁ ଖଲିଲ ଅହମ୍ମଦଙ୍କ ଫାଷ୍ଟ ବୋଲିଂ ଓ କୁଳଦୀପଙ୍କ ଯାଦୁକରୀ ସ୍ପିନ୍ କମାଲ କରିଥିଲା । ୮ ଓଭରରେ ଓ୍ୱେଷ୍ଟଇଣ୍ଡିଜ ୪ଟି ଓ୍ୱିକେଟ ହରାଇ ୫୨ ରନ୍ କରିଥିଲା । ଏମାନଙ୍କ ଚାପରେ ପ୍ରଥମରୁ ଚାପି ହୋଇଥିଲା ଓ୍ୱେଷ୍ଟଇଣ୍ଡିଜ । ଯଦିଓ ପରେ ଏଦୁହେଁ ଅଧିକ ରନ୍ ବ୍ୟୟ କରିଥିଲେ । ଏହି ମ୍ୟାଚରେ ସବୁଠୁ ଅଧିକ ରନ୍ ଦେଇଥିଲେ ଖଲିଲ୍ ଓ କୁଳଦୀପ ।
ପଢ଼ନ୍ତୁ କ୍ରିକେଟ ଖବର: ବିଶ୍ୱକପ୍ ପରେ ଅଲବିଦା: ଧୋନି, ଯୁବରାଜ ଓ ଗେଲଙ୍କୁ ମିସ୍ କରିବ ବାଉଣ୍ଡରି ଲାଇନ୍

Khaleel AhammedKuldeep YadavROHIT SHARMATeam India
Tweet
0
ନନ୍ଦିନୀଙ୍କ ମୁଖ୍ୟମନ୍ତ୍ରୀ ଚେୟାର ଛଡ଼ାଇ ନେଇଥିଲା TISSA; ଆଉ ବିଜୁ ଯୁବ ବାହିନୀ....
ଓଡ଼ିଶାରେ ରହିଛି ଆଞ୍ଚଳିକ ଦଳର ଦବଦବା: କିନ୍ତୁ କ୍ରେଜ୍ କମୁଥିବା ବିଜୁଙ୍କ ନାଁରେ, ପାର୍ଟି ଗଢ଼ିବେ ଦାମ

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.