ନ୍ୟୁଜ୍/ ପଲିଟିକ୍ସ

ମହାରାଷ୍ଟ୍ରରେ କିଏ କରିବ ସରକାର? ଶିବସେନାର BJPକୁ ତାତ୍ସଲ୍ୟ-‘ଇତନା ସନାଟ୍ଟା କ୍ୟୁୟୁଁ ହେ ଭାଇ’

ବିଧାନସଭା ନିର୍ବାଚନରେ ବିଜେପି–ଶିବସେନା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଛି।ହେଲେ ତାଥାପି ସରାକାର ହେଇପାରୁନି। ଅପରପକ୍ଷରେ ହରିୟାନାରେ ସ୍ପଷ୍ଟ ବହୁମତ ମିଳିନି,ତଥାପି ବିଜେପି ସରାକାର କରିସାରିଲାଣି।ମହାରାଷ୍ଟ୍ରରେ ସରକାର କରିବାରେ ଅସମର୍ଥ ବିଜେପି କ’ଣ ପାଇଁ ?
ନିର୍ବାଚନ ରେଜଲ୍ଟ ଘୋଷଣା ପୂର୍ବରୁ ଶିବସେନା ଉଦ୍ଧବ ଠାକେର ପ୍ରେସମିଟରେ କହିଥିଲେ ୫୦:୫୦ସୂତ୍ରକୁ ଆମେ ମାନିବାକୁ ପ୍ରସ୍ତୁତ।ଅର୍ଥାତ ବିଜେପି ଅଢ଼େଇ ବର୍ଷ ଓ ଶିବସେନା ଅଢ଼େଇ ବର୍ଷ ସରକାରର ନେତୃତ୍ୱ ନେବ।ସବୁଠୁ ଆଶ୍ଚର୍ଯ୍ୟର କଥା ଅକ୍ଟୋବର୨୮ରେ ଶିବସେନା ଓ ବିଜେପି ଅଲଗା ଅଲଗା ରାଜ୍ୟପାଳଙ୍କୁ ଦେଖା କରିଛନ୍ତି।ଯାହା ମହାରାଷ୍ଟ୍ରର ନିର୍ବାଚନ ପରେ ବି ନିର୍ବାଚନୀର ଗରମ ଦେଖିବାକୁ ମିଳୁଛି।

ମହାରାଷ୍ଟ୍ରରେ ସରାକାର କରିବାକୁ ହେଲେ ମ୍ୟାଜିକ୍ ନମ୍ବର ୧୪୫ ବିଧାୟକ ଆବଶ୍ୟକ।ବିଜେପି-ଶିବସେନା ମେଣ୍ଟରୁ ଜିତିଛନ୍ତି ୧୬୧।ମାନେ ୧୬ ସିଟ୍ ଅଧିକ ଅଛି।କିନ୍ତୁ ୧୬୧ସଂଖ୍ୟାକୁ ଉଭୟ ଦଳ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି।୧୦୫ ଆସନରେ ଜିତି ବିଜେପି ସବୁଠୁ ବଡ଼ ପାର୍ଟି ହୋଇଛି।କିନ୍ତୁ ଶିବସେନାର ଗଣିତ କହୁଛି ବିଜେପି ଦୁର୍ବଳ ହୋଇଛି।୨୦୧୪ ନିର୍ବାଚନ ତୁଳନାରେ ଏଥର ବିଜେପିର ୧୭ ବିଧାୟକ କମ ଅଛିନ୍ତି।ଏକାକି ସରକାର ଗଠନ ଲାଗି ବିଜେପିକୁ ଆହୁରି ୪୦ଟି ଆସନରେ ଜିତିବାର ଥିଲା। ଅବଶ୍ୟ ୨ ସ୍ୱାଧିନ ବିଧାୟକ ବିଜେପିକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି।ଏହା ଭିତରେ ୨୬ଅକ୍ଟୋବାରେ ଶିବସେନା ବିଧାୟକ ଦଳର ବୈଠକ ବସିଥିଲା।ବୈଠକରେ ସେନାର ସମସ୍ତ ବିଧାୟକ ଏକ ସ୍ୱରରେ କହିଥିଲେ“ବିଜେପି ଅଧ୍ୟକ୍ଷ ଅମିତ ଶାହ,ଲୋକସଭା ନିର୍ବାଚନରେ ୫୦-୫୦ର ଫର୍ମୂଲା ଦେଇଥିଲେ।ତେଣୁ ଏବେ ମୁଖ୍ୟମନ୍ତ୍ରୀର କାର‌୍ୟ୍ୟକାଳ ବିଜେପି-ଶିବସେନାର ଅଢେଇ-ଅଢେଇ ବର୍ଷ ହେବା ଜରୁରୀ।

ସେପଟେ ଉଦ୍ଧବ ଠାକେର କହିଛନ୍ତି “ଲୋକସଭା ହେଉ କି ବିଧାନସଭା ନିର୍ବାଚନ,ଶିବସେନା ସବୁବେଳେ କମ ସିଟରେ ନିର୍ବାଚନ ଲଢିଛି।ମୁଁ ସବୁବେଳେ ବିଜେପିର କଥା ରଖିବି ବୋଲି କିଛି  ମାନେ ଅଛି! ତାଙ୍କ ପାଖରେ ବିକଳ୍ପ ବି ରହିଛି।କିନ୍ତୁ ଆମେ ଅଲଗା ରାସ୍ତାରେ ଯିବୁନି।କାରଣ ଶିବସେନା ଓ ବିଜେପି ହିନ୍ଦୁତ୍ୱ ବିଚାର ଧାରାର ପାର୍ଟି”।

ଅନ୍ୟପଟେ ଶିବସେନାର ମୁଖପତ୍ର “ସାମନା” ଖବର କାଗଜର ସମ୍ପାଦକୀୟ ପୃଷ୍ଟାରେ ମହାରାଷ୍ଟ୍ର ମାନ୍ଦାବସ୍ଥାକୁ ଆକ୍ଷେପ କରାଯାଇଛି।ବିମୁଦ୍ରୀକରଣ ଓ ଜିଏସଟିକୁ  ଟାର୍ଗେଟ କରି ଲେଖା ହୋଇଛି–“ଇତେନେ ସନାଟ୍ଟା କ୍ୟୁୟୁଁ ହେ ଭାଇ”
ଅପର ପକ୍ଷରେ ବିଜେପି ନେତା ସମସ୍ତେ ଚୁପ ଥିବାବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଡଭିସ କହିଛନ୍ତି “ସରକାର ବିଜେପି କରିବ, ଆଉ ମୁ ୫ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବି”।ଏପରିକି ନିର୍ବାଚନ ଫଳାଫଳ ଆସିବା ଦିନ ହିଁ ପ୍ରଧାନମନ୍ତ୍ରୀ ଏବଂ ଅମିତ ଶାହ କହିଥିଲେ ହରିୟାଣାରେ ଖଟ୍ଟର ଏବଂ ମହାରାଷ୍ଟ୍ରରେ ଫର୍ଣ୍ଣାଡଭିସଙ୍କ ନେତୃତ୍ୱରେ ପୁଣି ସରକାର ହେବ।

You Might Also Like

No Comments

Leave a Reply