ବାଟ ଓଗାଳିଲା ଓମିକ୍ରନ୍

ସିନେ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଲା ଓମିକ୍ରନ୍।ବହୁପ୍ରତିକ୍ଷିତ ଫିଲ୍ମ ଆର୍ଆର୍ଆର୍ର ଘୁଞ୍ଚିଲା ରିଲିଜ ଡେଟ୍।ଫିଲ୍ମ ରିଲିଜ ଉପରେ ଏବେ ଅନିଶ୍ଚିତକାଳ ପାଇଁ ରୋକ ଲାଗିଛି।ଏନେଇ ଆର୍ଆର୍ଆର୍ର ଅଫିସିଆଲ୍ ଆକାଉଣ୍ଟରେ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଫିଲ୍ମ RRR
ଆସନ୍ତା ଜାନୁଆରୀ ୭ ତାରିଖରେ ପରଦାକୁ ଆସିଥାନ୍ତା ଫିଲ୍ମ।ସାଉଥସୁପରଷ୍ଟାର ରାମଚରଣ, ଜୁନିଅର ଏନ୍ଟିଆର୍ ଓ ନିର୍ଦ୍ଦେଶକ ରାଜାମୌଲୀ ମିଶି ଫୁଲ୍ଦମ୍ରେ ଜୋରଦାର ପ୍ରମୋସନ କରୁଥିଲେ।ଫିଲ୍ମ ଓ ଷ୍ଟାରଙ୍କ ପ୍ରମୋସନ ଦର୍ଶକଙ୍କୁ ମଧ୍ୟ ବେଶ୍ ଆଟ୍ରାକ୍ଟ କରିଥିଲା। କିନ୍ତୁ ଏତେ ସବୁ ପରେ ଏବେ ଦର୍ଶକଙ୍କୁ ନିରାଶ ହେବାକୁ ପଡିଛି।କଟକଣାକୁ ଦୃଷ୍ଟିରେ ରଖି ଏହି ଫିଲ୍ମର ରିଲିଜ ଡେଟ୍କୁ ମେକର୍ସମାନେ ଘୁଞ୍ଚାଇ ଦେଇଛନ୍ତି।ସମସ୍ତଙ୍କ ହିତକୁ ଧ୍ୟାନରେ ରଖି ରିଲିଜ ତାରିଖ ଟାଳିବାକୁ ପଡିଥିବା ନେଇ ଆର୍ଆର୍ଆର୍ର ଅଫିସିଆଲ୍ ଆକାଉଣ୍ଟରେ ସୂଚନା ଦିଆଯାଇଛି।
Connect With Us