Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

୨୦ବର୍ଷର ଅପେକ୍ଷା ପରେ କେନ୍ଦ୍ରାପଡ଼ା ଦେଖିଲା ଇଞ୍ଜିନ

By admin • June 29, 2019 • ନ୍ୟୁଜ୍

ଏଥର ଟ୍ରେନରେ ଯାତ୍ରା କରିବେ କେନ୍ଦ୍ରାପଡ଼ାବାସୀ।ଯାହାର ଟ୍ରେଲର ଆଜି(୨୯ ଜୁନ) ଦେଖିବାକୁ ମିଳିଛି।ଯାଜପୁର ଜିଲ୍ଲା ହରିଦାସପୁର ଷ୍ଟେସନରୁ ଏକ ଇଞ୍ଜିନ ଆଜି ବାହାରିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ବାଜିପଡ଼ା ଷ୍ଟେସନକୁ।ପାରାଦୀପ-ହରିଦାସପୁର ରେଲଓ୍ୱେ ଟ୍ରାକରେ ଟ୍ରାଏଲ ରନ୍ କରିଥିଲା ଇଞ୍ଜିନ।ପରୀକ୍ଷାମୂଳକ ଭାବେ ୧୭ଜଣିଆ ଟିମ୍ ୪୨.୪ କିଲୋମିଟର ଯାତ୍ରା କରିଥିଲେ।ବିଦ୍ୟୁତ ସଂଯୋଗରେ ଇଞ୍ଜିନ୍ ଚଳାଚଳକୁ ସମ୍ପୂର୍ଣ୍ଣ ସଫଳତାର ସହ ରେଲଓ୍ୱେ ଟେକନିକାଲ୍ ଟିମ୍ ସମ୍ପାଦନ କରିଛନ୍ତି।ଯଦିଓ ଇଞ୍ଜିନ ଚଳାଚଳକୁ ସଫଳତା ମିଳିଛି ତେବେ ପାସେଞ୍ଜରଙ୍କ ପାଇଁ ଟ୍ରେନ କେବେଠୁ ଆରମ୍ଭ ହେବ ତାହା ସ୍ପଷ୍ଟ ହୋଇନାହିଁ।

ବାକି ୬ଜିଲ୍ଲାକୁ କେବେ ଗଡ଼ିବ?
ଅପରପକ୍ଷରେ ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡ଼ା ଜିଲ୍ଲାରେ ଏପର୍ଯ୍ୟନ୍ତ ଟ୍ରେନରେ ଯାତ୍ରା ସମ୍ଭବ ହୋଇନାହିଁ।କେବଳ କେନ୍ଦ୍ରାପଡ଼ା ନୁହେଁ, ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ମାଲକାନାଗିରି ଏବଂ ନବରଙ୍ଗପୁର ପରି ୭ଟି ଜିଲ୍ଲାରେ ଏଯାଏଁ ଟ୍ରେନ୍ ଚଳାଚଳ ସମ୍ଭବ ହୋଇନାହିଁ।ସେପଟେ ହରିଦାସପୁର-ପାରାଦୀପ ରେଲଓ୍ୱେ ପ୍ରକଳ୍ପ ୨୦ବର୍ଷ ପରେ ମଧ୍ୟ ଅଧା ପନ୍ତରିଆ।ଯଦିଓ ଏହି ପ୍ରକଳ୍ପକୁ୧୯୯୬-୯୭ରେ ମଞ୍ଜୁରୀ ମିଳିଥିଲା।କିନ୍ତୁ ୪ଏପ୍ରିଲ ୧୯୯୯ରେ କେନ୍ଦ୍ରାପଡ଼ାର ମାର୍ଶାଘାଇରେ ପ୍ରକଳ୍ପର ଶୁଭ ଦେଇଥିଲେ ତତ୍କାଳୀନ ରେଳମନ୍ତ୍ରୀ ନିତୀଶ କୁମାର।ଡୁବୁରୀ ଏବଂ ପାରାଦୀପ ମଧ୍ୟ ଦୂରତାକୁ ଅଧା କରି,ଶିଳ୍ପାୟନ ଲାଗି ଏହି ପ୍ରକଳ୍ପ ଆରମ୍ଭ କରା ଯାଇଥିଲା। ବିଦେଶକୁ ଆଇରନ୍ ଓର ରପ୍ତାନୀ ଏବଂ ପାରାଦୀପ ବନ୍ଦର ଦେଇ କୁକିଂ କୋଲ୍ ଆମାଦାନୀ କରିବାରେ ବଡ଼ ଭୂମିକା ନେବା ଲକ୍ଷ୍ୟରେ ଏହି ପ୍ରକଳ୍ପ କାମ ଆରମ୍ଭ ହେଲା।

ଖର୍ଚ୍ଚ ବଢୁଛି ଅନୁଦାନ ମଧ୍ୟ
ଯାଜପୁର ଜିଲ୍ଲା ହରିଦାସପୁରର ଓ ଜଗତସିଂହପୁର ଜିଲ୍ଲାର ପାରାଦୀପର ମଧ୍ୟରେ ଥିବା ୮୨କିଲୋମିଟର ରେଲଓ୍ୱେ ଟ୍ରାକ୍ ବିଛାଯାଇ ୨୦୦୪ସୁଦ୍ଧା ଟ୍ରେନ୍ ଦୌଡିବ ବୋଲି ସ୍ଥିର ହୋଇଥିଲା।ଏଥିପାଇଁ ଜଗତସିଂହପୁର,କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାରେ ୧୭୮୦ଏକର ଜମି ଅଧିଗ୍ରହଣ ହେଲା।କିନ୍ତୁ ୨୦୧୯ ଜୁନ ସୁଦ୍ଧା ଏହି ଟ୍ରାକରେ କେବଳ ଇଞ୍ଜିନଟିଏ ଦୌଡ଼ିଛି। ଆଉ ଗତ ୨୦ବର୍ଷ ମଧ୍ୟରେ ପ୍ରକଳ୍ପ ଖର୍ଚ୍ଚ ବଢ଼ି ୧୮୦୨କୋଟି ଟଙ୍କାରେ ପହଞ୍ଚିଛି।ଏହା ମଧ୍ୟରେ ବିଭିନ୍ନ ନଦୀ ଏବଂ କେନାଲ ଉପରେ ୩୧ଟି ବଡ଼ ବ୍ରିଜ୍ ସହ ୧୬୪ଟି କ୍ଷୁଦ୍ର ପୋଲ ନିର୍ମାଣ ସରିଛି।
ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ଚଳିତ ବର୍ଷ ବଜେଟରେ ୪୦୦କୋଟି ଏବଂ ଗତ ବର୍ଷ ବଜେଟରେ ୨୦୦କୋଟି ଟଙ୍କା ଅନୁମୋଦନ ହୋଇଛି।ତଥାପି ହରିଦାସପୁର-ପାରାଦୀପ ପ୍ରକଳ୍ପକୁ ଶେଷ କରିବା ପାଇଁ ହରିଦାସପୁର-ପାରାଦୀପ ରେଲଓ୍ୱେ କମ୍ପାନୀ ଲିମିଟେଡ୍ ନାମରେ ଏକ SPV(ସ୍ପେଷାଲ ପପ୍ରୋଜ ଭେଇକିଲ୍)ଗଠନ ହୋଇଛି।SPVରେ ଓଡ଼ିଶା ସରକାର ଏବଂ ବିଭିନ୍ନ ରାଷ୍ଟ୍ରାୟତ କମ୍ପାନୀ ସହ ଚୁକ୍ତିନାମା କରିଛି ରେଳବିଭାଗ।ଲେଖା-ଦେବେନ୍ଦ୍ର ନାୟକ

Bartaman OdishaHaridaspur-ParadipJajpurKendraparaRail ConnectionTrain
Tweet
0
ଦୁର୍ଘଟଣା ଯାହା ବଦଳାଇଥିଲା ଅମଜଦଙ୍କ ଜୀବନ
ମାତ୍ର ୧୬ବର୍ଷ ବୟସରେ ଅଲିମ୍ପିକ୍ସ ଡେବ୍ୟୁ କରିଥିଲେ ଭାରତର ଉଡନ୍ ପରୀ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.