ପାକିସ୍ତାନ ସରକାର ପାଇଁ ଅଶୁଭ ଏପ୍ରିଲ,ଏହି ମାସରେ ପ୍ରଧାନମନ୍ତ୍ରୀ ହରାଇ ଥାଆନ୍ତି ପଦ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏପ୍ରିଲ ମାସ ଏକ ବହୁତ ବଡ ଭୁମିକା ଲିଭାଇବାର ନଜିର୍ ରହିଛି ।ଲାଗୁଛି ଯେମିତି ଏପ୍ରିଲ୍ ମାସ ସହିତ ୟାର ଅହି ନକୁଳ ସମ୍ପର୍କ। ସରକାରଙ୍କ ଗାଦିଚ୍ୟୁତ ହେଉ ଅବା ଅନାସ୍ଥା ପ୍ରସ୍ତାବ। ଏପ୍ରିଲ ମାସରେ ବାରମ୍ବାର ଭାଙ୍ଗିଛି ପାକ୍ ସରକାର। ପ୍ରଧାନମନ୍ତ୍ରୀଙ୍କ ପାଇଁ ଯେପରି ଅଶୁଭ ପାଲଟି ଯାଇଛି ଏପ୍ରିଲ ମାସ। କ୍ଷମତାର ୫ ବର୍ଷ ବି ପୂରଣ କରିପାରୁ ନାହାନ୍ତି ଦେଶର ପ୍ରଧାନମନ୍ତ୍ରୀ। ଅଧାରୁ ଶେଷ ହେଉଛି କ୍ଷମତା। ଏବେ ଏଥିରେ ସାମିଲ ହୋଇଛନ୍ତି ଇମ୍ରାନ୍ ଖାନ୍।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏପ୍ରିଲ ରହସ୍ୟ
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହିତ ଏପ୍ରିଲ ମାସର ସମ୍ପର୍କ ଖୁବ୍ ଦ୍ୱନ୍ଦାତ୍ମକ ।ଏହି ମାସରେ ଜଣେ କି ଦୁଇ ଜଣ ନୁହେଁ ବରଂ ୪ ଜଣ ପଦ ହରାଇଛନ୍ତି । ତା’ପୁଣି ଏହି ଏପ୍ରିଲ ମାସରେ। ପ୍ରଥମେ ଖ୍ୱାଜା ନାଜିମୁଦ୍ଦିନଙ୍କୁ ୧୯୫୩ ମସିହାରେ ଏପ୍ରିଲ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ପଦ ଛାଡିଥିଲେ । ସେ କେବଳ ଦୁଇ ବର୍ଷ ଶାସନ ଭାର ସମ୍ଭାଳି ପାରିଥିଲେ।ଏହାପରେ ମିଆନ୍ ମହମ୍ମଦ ନୱାଜ ସରିଫଙ୍କ ସରକାରଙ୍କୁ ମଧ୍ୟ ଏପ୍ରିଲ ୧୮,୧୯୯୩ରେ ବହିସ୍କାର କରାଯାଇଥିଲା। ସେ ୧୯୯୦ ନଭେମ୍ବର ୬ରେ ପାକିସ୍ତାନର ବଜିରେ-ଏ-ଆଜମ ବନିଥିଲେ। ତାଙ୍କ ଶାସନ କାଳ ମୋଟ ଦୁଇ ବର୍ଷ ଥିଲା। ମହମ୍ମଦ ନୱାଜ ସରିଫଙ୍କ ପରେ ମଧ୍ୟ ଆଉ ଜଣେ ପ୍ରଧାନମନ୍ତ୍ରୀଙ୍କୁ ଏହି ଏପ୍ରିଲ ମାସରେ ହିଁ ଆସନ ହରାଇବାକୁ ପଡିଥିଲା।୩ ଜଣ ପ୍ରଧାନମନ୍ତ୍ରୀଙ୍କ ପରେ ଏବେ ଇମ୍ରାନ୍ ଖାନ୍ ପାଇଁ ବି ଏପ୍ରିଲ ମାସଟି ଅଶୁଭ ପ୍ରମାଣିତ ହୋଇଛି। ଇମ୍ରାନ୍ ଖାନ୍୨୦୧୮ ଅଗଷ୍ଟ ୧୮ ତାରିଖରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ବନିଥିଲେ। ୨୦୨୩ରେ ତାଙ୍କ କାର୍ଯ୍ୟକାଳ ସରିଥାଆନ୍ତା। ତେବେ ଏହାପୂର୍ବରୁ ହିଁ ସେ ଅନାସ୍ଥା ଭୋଟ୍ରେ ହାରିଛନ୍ତି। ତାଙ୍କୁ ଗାଦିଚ୍ୟୁତ ହେବାକୁ ପଡିଛି।
Connect With Us