ପ୍ରକୃତିର ଅମୂଲ୍ୟ ବରଦାନ ଟସର ପୋକ ଅନେକଙ୍କ ପାଇଁ ଜୀବନ ଏବଂ ଜୀବିକାର ମାଧ୍ୟମକମ୍ ପରିଶ୍ରମରେ ଲାଭବାନ ହେଉଛନ୍ତି ଟସର ଚାଷୀ ସ୍ୱାବଲମ୍ବୀ ହେଉଛନ୍ତି ଅନେକ ପରିବାର ଟସରର ଚାହିଦା, କେବଳ ଓଡ଼ିଶାରେ ନୁହେଁ, ଦେଶ ଡ଼େଇଁ ବିଦେଶରେ ପହଞ୍ଚିଲାଣିଟ୍ରାଡିସନାଲ୍ କଷ୍ଟ୍ୟୁମ୍ ହିସାବରେ ଟସର ତିଆରି ରେଶମ ଏବେ ଲୋକଙ୍କର ପସନ୍ଦ। ବିଶ୍ୱସ୍ତରରେ ରେଶମ ବସ୍ତ୍ରର ଡିମାଣ୍ଡକୁ, ଫୁଲଫିଲ୍ କରିବାର କ୍ଷେତ୍ର ପାଲଟିଛି ଓଡ଼ିଶା ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼ ଏବଂ ଯାଜପୁର ଜିଲ୍ଲାରେ ଅଧିକ ମାତ୍ରାରେ ଟସର ଚାଷ ହେଉଛି। ଏପରିକି ଏସିଆ ମହାଦେଶର ସର୍ବବୃହତ୍ ଟସର ଫାର୍ମ,ଯାଜପୁର ଜିଲ୍ଲା ସୁକିନ୍ଦାରେ ରହିଛି।

୧୯୭୨ ମସିହାରେ ସୁକିନ୍ଦାର ମଙ୍ଗଳପୁର ଠାରେ ପ୍ରତିଷ୍ଠା ହୋଇଥିବା ଟସର ଫାର୍ମର ଉନ୍ନତି ପାଇଁ ଓଡ଼ିଶା ସରକାର ନେଲେଣି ଅନେକ ପଦକ୍ଷେପ। ୬୫୦ ଏକରର ଏହି ଟସର ଫାର୍ମରେ ୧୮୦୦ ପରିବାରକୁ ଯୋଡିବା ଲକ୍ଷ୍ୟରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ। ଘରୋଇ ଉଦ୍ୟୋଗର ସହାୟତାରେ ଟସର ଚାଷୀଙ୍କୁ ପ୍ରାୟ ୧୫ ହଜାର ଟଙ୍କାର କୃଷି ଉପକରଣ ପ୍ରଦାନ ସହ ବୈଷୟିକ ଶିକ୍ଷା ପ୍ରଦାନ ହେଉଛି। ଫଳରେ ଟସର ଚାଷୀଙ୍କ ପାଇଁ ରୋଜଗାରର ହବ୍ ପାଲଟିଛି ସୁକିନ୍ଦା ଟସର ଫାର୍ମ

ଟସର ଚାଷ ଏକ ସିଜିନାଲ୍ ବିଜନେସ୍ ହୋଇଥିବାରୁ କମ୍ ପରିଶ୍ରମରେ ଲାଭବାନ ହେଉଛନ୍ତି ଚାଷୀ ୨୦୦ ଗ୍ରାମ ଟସର ବିହନକୁ ୨୫୦୦ ଟଙ୍କା ଦେଇ କିଣୁଛନ୍ତି। ଅମଳ ପରେ ଏଥିରୁ ୩୫ ହଜାରୁ ୫୦ ହଜାର ଲାଭ କରିପାରୁଛନ୍ତି ଚାଷୀ। ଜୁଲାଇରେ ବିହନ ବୁଣି ଅଗଷ୍ଟରେ ଅମଳ କରାଯାଉଥିଲା ବେଳେ ଦ୍ୱିତୀୟ ପର‌୍ୟ୍ୟାୟରେ ସେପ୍ଟେମ୍ବରରେ ବିହନ ବୁଣି ନଭେମ୍ବରରେ ଅମଳ କରୁଛନ୍ତି। ଗୋଟାଏ କିଲୋ ଟସର ପୋକ ପାଖାପାଖି ୧୧ ଜଣଙ୍କୁ କର୍ମ ନିଯୁକ୍ତି ଦେଇ ପାରୁଛି।

ଟସର ପୋକ ବଂଶ ବୃଦ୍ଧି ପାଇଁ ଫାର୍ମର ଖାଲିଥିବା ସ୍ଥାନରେ ବ୍ୟାପକ ଅସନ ଏବଂ ଅର୍ଜୁନ ଗଛ ଲଗା ଯାଉଛି। ଟସର ଶିଳ୍ପ ବିକାଶ ଲାଗି ଆଗାମୀ ଦିନରେ ବଉଳପାଳ ଠାରେ ମଧ୍ୟ ଅସନ ଏବଂ ଅର୍ଜୁନ ଗଛ ଲଗାଯିବ।
ଟସର ବସ୍ତ୍ରର ଚାହିଦା ବଢ଼ିବା ସହ ମହିଳାମାନେ ରୋଜଗାରକ୍ଷମ ହେଉଛନ୍ତି ତେବେ କଥା ହେଉଛି ବୟନ ଶିଳ୍ପର ସେତେଟା ସୁବିଧା ନଥିବାରୁ ଟସର ସୂତାକୁ ବିକିବାକୁ ବାଧ୍ୟ ହେଉଛନ୍ତି ଟସର ଚାଷୀ କିନ୍ତୁ ଆଗାମୀ ଦିନରେ ସୁକିନ୍ଦା ଟସର କୃଷକ ସମବାୟ ସଂସ୍ଥା, ସୂତା ବିକ୍ରିରେ ସୀମିତ ରହିବ ନାହିଁ। ରେଶମ ଶାଢ଼ୀ, ଧୋତି, ପୋଷାକ ତିଆରି କରି ବୁଣାକାରଙ୍କୁ ରୋଜଗାରକ୍ଷମ କରିବ।  

ଫଳରେ ଖଣି ଏବଂ ଶିଳ୍ପ ସମୃଦ୍ଧ ସୁକିନ୍ଦାରେ କୃଷିର ବିକାଶ ଘଟିବ। ସନ୍ତୁଳିତ ପରିବେଶର ମାଧ୍ୟମ ସାଜିବ ଟସର ଚାଷ।
ଏ ଷ୍ଟୋରୀ ଲେଖିଛନ୍ତି:ବିଜୟ କେତନ ବରାଳ