Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବାଜପେୟୀଙ୍କ ପାଇଁ ସଫ୍ଟ:ମନମୋହନଙ୍କ ବେଳକୁ ନିୟମ କଡାକଡି

By admin • June 26, 2019 • ନ୍ୟୁଜ୍, ପଲିଟିକ୍ସ

ମୋଦିଙ୍କ ଆର୍ଥିକ ନୀତିକୁ ସମାଲୋଚନା କରୁଥିବା ମନମୋହନ ସିଂ,ନିଜ ଗଡଫାଦର ନରସିଂହ ରାଓଙ୍କ ନିଷ୍ପତ୍ତିରେ ଫସିଛନ୍ତି।ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମିଳୁଥିବା ସରକାରୀ ସୁବିଧା ସୁଯୋଗର ହୋଇଛି କାଣ୍ଟଛାଣ୍ଟ।ପ୍ରଚଳିତ ପ୍ରଥାରେ ପୂର୍ଣ୍ଣଛେଦ ପକାଇଛନ୍ତି ନରେନ୍ଦ୍ର ମୋଦି ସରକାର। ମନମୋହନ ସିଂଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରିଛନ୍ତି ସରକାର।ଫଳରେ ମନମୋହନ ସିଂଙ୍କୁ ୧୪ବଦଳରେ ୫ଜଣ କର୍ମଚାରୀଙ୍କୁ ନେଇ ନିଜ ଅଫିସ ଚଳାଇବାକୁ ପଡୁଛି।୨ଜଣ ବ୍ୟକ୍ତିଗତ ସଚିବ,ଜଣେ ଜୁନିଅର କ୍ଲକ୍ ଏବଂ ୨ଜଣ ପିଅନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅଫିସରେ କାମ କରୁଛନ୍ତି।ଯଦିଓ ୧୪ଜଣ ଅଧିକାରୀ ଯୋଗାଇ ଦେବା ପାଇଁ ମନମୋହନ ସିଂ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ,କିନ୍ତୁ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ୪ଦିନ ପୂର୍ବରୁ ମନମୋହନଙ୍କୁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ମୋଦି।

ନରସିଂହ ରାଓ-ମନମୋହନ

ଗଡଫାଦର ରାଓଙ୍କ ନିଷ୍ପତ୍ତି
ପି.ଭି.ନରସିଂହ ରାଓଙ୍କ ସରକାର ସମୟରେ ନିଷ୍ପତ୍ତି ହୋଇଥିଲା ଯେ ପ୍ରଧାନମନ୍ତ୍ରୀ ପଦରୁ ଯିବାର ୫ବର୍ଷ ଯାଏଁ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ମିଳୁଥିବା ସୁବିଧା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଯୋଗାଇ ଦିଆଯିବ।୧୪ଜଣ କର୍ମଚାରୀ,ଅଫିସ ଖର୍ଚ୍ଚ,ସ୍ୱାସ୍ଥ୍ୟସେବା ଏବଂ ୬ଟି ବିମାନ ଟିକେଟ୍ ମିଳିବ।ଏପରିକି ବର୍ଷେ ଯାଏଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ SPGର ସୁରକ୍ଷା ଯୋଗାଇ ଦେବାକୁ ନରସିଂହ ରାଓ ସରକାର ନିଷ୍ପତ୍ତି ନେଇଥିଲେ।କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ସେହି ସମସ୍ତ ସୁବିଧାର ଅବଧି ପରେ ବୃଦ୍ଧି କରାଯାଉଥିଲା।ସେଥିପାଇଁ ନରସିଂହ ରାଓ,ଆଇ.କେ.ଗୁଜରାଲ ଓ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ପଦ ଛାଡିବାର ୫ବର୍ଷ ପରେ ମଧ୍ୟ ସରକାରୀ ସୁବିଧା ଉପଭୋଗ କରୁଥିଲେ।

ଅପେକ୍ଷା ଥିଲା ନିର୍ବାଚନ ଫଳାଫଳକୁ
ମନମୋହନ ସିଂ,୨ଫେବ୍ରୁଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କ ଅଫିସରେ କାମ କରୁଥିବା ୧୪ଜଣ କର୍ମଚାରୀଙ୍କୁ ପୁଣି ୫ବର୍ଷ ଯାଏଁ କାର୍ଯ୍ୟ କରିବାକୁ ଜଣାଇଲେ।କୌଣସି ଉତ୍ତର ନ ଆସିବାରୁ ୧୮’ମାର୍ଚ୍ଚରେ ପୁଣି ଥରେ ଚିଠି ଲେଖିଲେ ମନମୋହନ ସିଂ।ତେବେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ,ମେ’୨୫ରେ ଗୃହ ମନ୍ତ୍ରାଳୟରୁ ଆସିଥିଲା ଉତ୍ତର।ଶୁଣିବାକୁ ମିଳୁଛି ୧୪ ନୁହେଁ,୫ଜଣ କର୍ମଚାରୀଙ୍କୁ ନେଇ ଅଫିସ ଚଳାଇବା ଲାଗି ଗୃହ ବିଭାଗ ମନମୋହନ ସିଂଙ୍କୁ ଅବଗତ କରାଇଥିଲା।ଗୃହବିଭାଗରୁ ଉତ୍ତର ପାଇବା ପରେ ଅତି କମରେ ୯ଜଣ କର୍ମଚାରୀ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମନମୋହନ।କିନ୍ତୁ ୨ସପ୍ତାହ ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରିନସପାଲ୍ ସେକେଟ୍ରାରୀ ନିପେନ୍ଦ୍ର ମିଶ୍ର,ମନମୋହନ ସିଂଙ୍କୁ ଫୋନ କରିଥିଲେ।ତାଙ୍କ ଅନୁରୋଧଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ନିପେନ୍ଦ୍ର ମିଶ୍ର କହିଥିବାର ଚର୍ଚ୍ଚା ହେଉଛି।

ବାଜପେୟୀଙ୍କୁ ମିଳିଲା ୧୪ବର୍ଷ ସୁବିଧା
ଅଟଳ ବିହାରୀ ବାଜପେୟୀ ୨୦୦୪ରୁ ପ୍ରଧାନମନ୍ତ୍ରୀ ପଦରୁ ଯାଇଥିଲେ ମଧ୍ୟ  ତାଙ୍କୁ ୧୦ବର୍ଷ ଯାଏଁ ସମସ୍ତ ସରକାରୀ ସୁବିଧା ଉପଲ୍ବଧ କରାଇଥିଲା ମନମୋହନ ସିଂଙ୍କ ସରକାର।୨୦୧୪ରେ ମୋଦି ସରକାର ଆସିବା ପରେ ମଧ୍ୟ ବାଜପେୟୀଙ୍କ ଅଫିସ ପାଇଁ ୧୨ଜଣ ଅଧିକାରୀଙ୍କୁ ନିଯୁକ୍ତ କରାଇଥିଲେ।ଯେଉଁମାନେ ବାଜପେୟୀଙ୍କ ମୃତ୍ୟୁ ୨୦୧୮ ଯାଏଁ କାମ କରିଥିଲେ। ସେହିଭଳି ନରସିଂହ ରାଓଙ୍କୁ ମଧ୍ୟ ୬ବର୍ଷ ଯାଏଁ ସମ୍ପୂର୍ଣ୍ଣ ସୁବିଧା ମିଳିଥିଲା।ପରେ ୯ଜଣ କର୍ମଚାରୀ ରାଓଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ଅଫିସରେ କାମ କରୁଥିଲେ।ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ଗୁଜୁରାଲ ୬ବର୍ଷ ପର୍ଯ୍ୟନ୍ତ ସମସ୍ତ ସୁବିଧା ସୁଯୋଗ ପାଇଲେ।ପରେ ତାଙ୍କ ଅଫିସ ଷ୍ଟାଫ୍ ସଂଖ୍ୟା ୭କୁ ହ୍ରାସ ପାଇଥିଲା।ଦେବଗୌଡ଼ା ମଧ୍ୟ ୬ବର୍ଷ ଫୁଲ ଷ୍ଟାଫଙ୍କୁ ନେଇ କାମ କଲେ।ଏବେ ତାଙ୍କ ଅଫିସର ଷ୍ଟାଫ୍ ସଂଖ୍ୟା ୨ରେ ପହଞ୍ଚିଛି।
ଲେଖା-ଦେବେନ୍ଦ୍ର ନାୟକ     

Atal Bihari VajpayeeBartaman OdishaManmohan SinghNarasimha RaoNarendra Modi
Tweet
0
ସଫଳ କ୍ରିକେଟରଙ୍କ କ୍ୟାରିୟର ସରିଗଲା;କିନ୍ତୁ ଖେଳି ପାରିଲେନି ବିଶ୍ୱକପ
ହାରିଛି ପାକିସ୍ତାନ:ପୁଣି ଭାରତ ସହ ଖେଳିପାରେ ସେମିଫାଇନାଲ!

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.