Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

‘ଠଗସ୍ ଅଫ୍ ହିନ୍ଦୁସ୍ତାନ’: ହ୍ରିତିକ ନା କଲେ, ହଁ ଭରିଥିଲେ ଆମୀର

By admin • October 13, 2018 • ଫିଲ୍ମ
THUGS OF HINDUSTAN POSTER

ଦିପାବଳୀରେ ରିଲିଜ ହେବ ଠଗସ୍ ଅଫ ହିନ୍ଦୁସ୍ତାନ । ନଭେମ୍ବର ୮ରେ ହଲକୁ ଆସିବ ଫିଲ୍ମ  । ଟ୍ରେଲରକୁ ସୋସିଆଲ୍ ମିଡିଆରେ ଜବରଦସ୍ତ ରେସପନ୍ସ ମିଳିଛି । ସବୁଠୁ ବେଶୀ ଦମଦାର ହୋଇଛି ଜାହାଜରେ ଫାଇଟ୍ ସିନ୍ । ଫ୍ୟୁରିଅସ୍, ରୋମାଣ୍ଟିକ୍‌, କମେଡି ଓ ଆକ୍ସନର ଫେଣ୍ଟାଫେଣ୍ଟି ତଡକା ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ ଟ୍ରେଲର। ଅମିତାଭ୍‌ ବଚ୍ଚନ, ଆମୀର ଖାନ୍‌, ଫାତିମା ସନାଙ୍କ ଜବରଦସ୍ତ ଫାଇଟ୍‌ ସିନ୍‌ ରହିଛି । ସେହିପରି ଆମୀର ବି ଫିଲ୍ମକୁ ସକସେସ୍ କରିବାକୁ ୧୦୦% ଦେଇଛନ୍ତି । ଗେଟଅପକୁ ବଦଳାଇଥିଲେ । ପରାଧୀନ ଭାରତକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଆସିବା ବେଳେ କେମିତି ଥିଲା ଦେଶର ଅବସ୍ଥା । ଇଂରେଜମାନେ ଦେଶକୁ କିଭଳି ଲୁଟୁଥିଲେ, ଲୋକଙ୍କୁ ଗୁଲାମ କରି ରଖିବା ଭଳି ଘଟଣାକୁ ସିନେମାଟିକ୍‌ ଫର୍ମାଟରେ ପ୍ରେଜେଣ୍ଟ କରାଯାଇଛି । ଗୋରା ସରକାର ବିରୋଧରେ ଯିଏ ମୁହଁ ଖୋଲୁଥିଲା, ତାଙ୍କ ଉପରେ ବାଜୁଥିଲା ଠଗ୍‌ ଷ୍ଟାମ୍ପ । ଇଂରେଜମାନଙ୍କ ଭାଷାରେ ଠଗ୍ ଅର୍ଥ ବଦମାସ୍‌ । ସେମାନଙ୍କ ପାଇଁ ଟେନସନ୍‌ ହୋଇଥିଲେ ଆଜାଦ୍‌ (ଅମିତାଭ ବଚ୍ଚନ) ଓ ଲଣ୍ଡାକୋ (ଫତିମା)। ଯେଉଁମାନେ ଇଂରେଜମାନଙ୍କର ଜାହାଜ ଓ ଅନ୍ୟ କିଛି ସମ୍ପତ୍ତି ଲୁଟି ନେଇଥି୍ଲେ । ସେସବୁ ଫେରି ପାଇବାକୁ ଫିରଙ୍ଗିର (ଆମୀର ଖାନ୍‌) ସାହାଯ୍ୟ ନେଉଛନ୍ତି ଇଂରେଜମାନେ ।ଫିରଙ୍ଗିକୁ ଢ଼ାଳ କରି ଆଜାଦ୍ ପାଖରେ ପହଞ୍ଚିବାକୁ ରୋଡମ୍ୟାପ୍ କରୁଛନ୍ତି । ତେବେ ଫିରଙ୍ଗି କଣ ଇଂରେଜମାନଙ୍କୁ ସାହାର୍ଯ୍ୟ କରୁଛି ? ବିଗ୍ ବି, ଆମୀରଙ୍କ ସହ ଅନ୍ୟାନ୍ୟ କ୍ୟାରେକ୍ଟରରେ ଦଙ୍ଗଲ୍‌ ଫେମ୍‌ ଫତିମା ଓ ବାର୍ବି ଡଲ୍‌ କଟ୍ରିନା କୈଫ ବି ନଜର ଆସୁଛନ୍ତି । AMITAV THUGHSଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ ପ୍ଲଟ୍‌
ୟଶରାଜ ବ୍ୟାନରରେ ନିର୍ମାଣ ହୋଇଛି ଫିଲ୍ମ । ପ୍ରଯୋଜନା କରିଛନ୍ତି ଆଦିତ୍ୟ ଚୋପ୍ରା । ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଜୟ କୃଷ୍ଣ ଆଚାର୍ଯ୍ୟ ।୧୮୯୩ରେ ଫିଲିପ୍‌ ମେଡୋଜ୍‌ ଟେଲରଙ୍କ ରଚିତ ଉପନ୍ୟାସ ‘କନଫେସନ୍‌ ଅଫ୍‌ ଏ ଠଗ୍‌’ ଉପରେ ଆଧାରିତ । ଉପନ୍ୟାସରେ ରହିଛି ବ୍ରିଟିଶ ଶାସନ କାଳରେ ଭାରତରେ ପ୍ରଚଳିତ ଠଗୀ ପ୍ରଥାର କଥା ।୧୯ ଦଶକରେ ଏହି ନୋବେଲ୍‌ ବ୍ରିଟେନରେ ଜବରଦସ୍ତ ବିକ୍ରି ହୋଇଥିଲା ।Aamir-Khan-Thugs-of-Hindostହ୍ରିତିକ ନା କଲେ, ହଁ ଭରିଲେ ଆମୀର
ପୂର୍ବରୁ ଠଗସ୍‌ ଅଫ୍‌ ହିନ୍ଦୁସ୍ତାନ ପାଇଁ ହ୍ରିତିକ ରୋଶନଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ଶୁଣିବାକୁ ମିଳିଥିଲା ଲିଡ୍‌ କ୍ୟାରେକ୍ଟର ପାଇଁ ତାଙ୍କ ନାଁ । କିନ୍ତୁ ସେତେବେଳେ ହୋମ୍ ବ୍ୟାନରରେ ନିର୍ମିତ ଫିଲ୍ମ ‘କାବିଲ୍‌’ରେ ବ୍ୟସ୍ତ ଥିଲେ ହ୍ରିତିକ । ଏଥିପାଇଁ ଠଗସ୍‌ ଅଫ ହିନ୍ଦୁସ୍ତାନ ଅଫରକୁ ନାଁ କରିଥିଲେ । ଏହାବାଦ୍ ଆଉ ଗୋଟିଏ କଥା ବି ଚର୍ଚ୍ଚା ହେଉଥିଲା  । ଏହି ଫିଲ୍ମ ପାଇଁ ହ୍ରିତିକ କୁଆଡେ ୬୦ କୋଟି ଟଙ୍କା ଦାବି କରିଥିଲେ । ହ୍ରିତିକଙ୍କ ପେମେଣ୍ଟ ହାଇ ଥିବାରୁ ତାଙ୍କଠାରୁ ମୁହଁ ଫେରାଇ ଆଣିଥିଲା ପ୍ରଡକସନ୍‌ ସଂସ୍ଥା । ଏଣ୍ଟ୍ରି ମାରିଥିଲେ ଆମୀର ଖାନ୍‌ ।

ଫିଲ୍ମର ସୁଟିଂ
ଠଗ୍‌ସ ଅଫ ହିନ୍ଦୁସ୍ତାନରେ ସମୁଦ୍ର ଭିତରେ ଜାହାଜରେ ରହିଛି ଫାଇଟ୍ ସିନ୍ । ପାଣି ଭିତରେ ବି କିଛି ସିନ୍ ରହିଛି  । ଖାସ୍ ଏଥିପାଇଁ ୟଶରାଜ ଷ୍ଟୁଡିଓରେ ଏକ ବଡ଼ ଜାହାଜର ସେଟ୍‌ ବି ଲଗାଯାଇଥିଲା । କିଛି ସୁଟିଂ ଦକ୍ଷିଣ ୟୁରୋପର ମାଲ୍‌ଟାରେ ବି ହୋଇଛି । ଫିଲ୍ମରେ ଆଉ ଯେଉଁ ଜାହାଜ ଦେଖାଯାଇଛି, ସେସବୁକୁ ଗ୍ରାଫିକ୍ସ କରାଯାଇଛି । ହଲ୍ଉଡ ଷ୍ଟାଇଲରେ ଗ୍ରାଫିକ୍ସ ଓ ଆନିମେସନ୍ କାମ ବି ହୋଇଛି । ହଲିଉଡ୍‌ ଫିଲ୍ମ ସିରିଜ୍‌ ‘ପାଇରଟ୍ସ ଅଫ୍‌ ଦ କାରାବିଆନ୍‌’ ଭଳି ଠଗସ୍‌ ଅଫ ହିନ୍ଦୁସ୍ତାନରେ କମେଡି ଓ ସମୁଦ୍ର ଲଢ଼େଇ ସିନ୍‌ ରହିଛି । ‘ପାଇରଟ୍ସ ଅଫ୍‌ ଦ କାରାବିଆନ୍‌’ ସିରିଜ ଦେଖି ପ୍ରଭାବିତ ହୋଇଥିଲେ ପ୍ରଯୋଜକ ଆଦିତ୍ୟ ଚୋପ୍ରା । ଅପକମିଂ ପ୍ରୋଜେକ୍ଟରେ ସେମିତି ଛୁଙ୍କ ଦେବାକୁ ଭାବିଥିଲେ  ଆଦିତ୍ୟ ।

ଆମୀର-କଟ୍ରିନା-ଆଦିତ୍ୟ କେମିଷ୍ଟ୍ରି
ପୁଣି ଥରେ ସିଲଭର ସ୍କ୍ରିନ୍‌ରେ ଧମାଲ୍‌ କରିବେ ଆମୀର-କଟ୍ରିନା-ଆଦିତ୍ୟ ଚୋପ୍ରା । ଦ୍ୱିତୀୟ ଥର ଗୋଟିଏ ଫିଲ୍ମରେ ଏକାଠି କାମ କରିଛନ୍ତି । ପୂର୍ବରୁ ଏମାନଙ୍କ କେମିଷ୍ଟ୍ରିରେ ବ୍ଲକବଷ୍ଟର ହୋଇଥିଲା ଧୁମ୍‌-୩ ।

ବିଜୟ ଅପେକ୍ଷାରେ ବିଜୟ
ଠଗସ୍ ଅଫ ହିନ୍ଦୁସ୍ତାନର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଜୟ କୃଷ୍ଣ ଆଚାର୍ଯ୍ୟ । ପୂର୍ବରୁ ଧୁମ୍‌ ସିରିଜ୍‌, ରାବଣ ଓ ଗୁରୁ ଭଳି ସୁପରହିଟ୍‌ ଫିଲ୍ମର ସେ ଥିଲେ ଡାଏଲଗ୍‌ ଡିରେକ୍ଟର । ଧୁମ୍‌-୩ ଓ ଟସନ୍‌ର ନିର୍ଦ୍ଦେଶନା ବି ଦେଇଛନ୍ତି  ଧୁମ୍‌-୩ ହିଟ୍‌ ହେବା ପରେ ବିଜୟ କୃଷ୍ଣଙ୍କୁ ପୁଣି ଥରେ ମୌକା ଦେଇଛନ୍ତି ଆଦିତ୍ୟ ଚୋପ୍ରା ।

ପୂର୍ବରୁ ଦିପାବଳୀରେ ୟଶରାଜ ବ୍ୟାନରରେ ଦିଲଓ୍ୱାଲେ ଦୁଲହନିଆ ଲେ ଜାୟେଙ୍ଗ (୧୯୯୫), ମୋହବତେଁ (୨୦୦୦), ବୀରଜାରା (୨୦୦୪), ଜବ୍ ତକ୍ ହୈ ଜାନ୍ (୨୦୧୨) ଭଳି ବ୍ଲକବଷ୍ଟସ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛି  । ଏବେ ଦିପାବଳୀରେ ଦର୍ଶକଙ୍କ ଦିଲ୍ ଜିତିବାକୁ ଆସୁଛି ଠଗସ ଅଫ ହିନ୍ଦୁସ୍ତାନ।

ଏଥିସହ ପଢ଼ନ୍ତୁ-ସାଜିଦ୍ ଖାଁଙ୍କ ବିରୋଧରେ ମହିଳା ଜର୍ଣ୍ଣାଲିଷ୍ଟ ଆଣିଲେ ଯୌନ ଶୋଷଣ ଅଭିଯୋଗ, #MeToo ଚକ୍ରବ୍ୟୁହରେ ବଲିଉଡ୍

AMIR KHANAmitabh BachanKATRINA KAIFTHUGHS OF HINDUSTAN
Tweet
0
ବିଜେଡିର ୧୪ ଜଣିଆ କଥାକାର ଟିମ୍, ବୈଜୟନ୍ତଙ୍କୁ କାଉଣ୍ଟର କରିବେ ଅମର-ଅତନୁ
ଟିମ୍ ଇଣ୍ଡିଆକୁ ପାକିସ୍ତାନ କହିଲା ‘ଖେଳ ବନ୍ଦ କରନ୍ତୁ, ଆପଣଙ୍କ ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କ ହତ୍ୟା ହୋଇଛି’

About the Author

admin

You Might Also Like

  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

  • ନୂଆ ବର୍ଷରେ ଭୂତ ଆସିବ! ଟ୍ୱିଣ୍ଟି-20ର ପ୍ରଥମ ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ’

  • ରାନୁଙ୍କ ସହ ଧୋକା !

  • ବଙ୍ଗାଳୀ ତଡ଼କା ସହ ଫେରିଲା ରଙ୍ଗବତୀ,ସୋସିଆଲ ମିଡିଆରେ ଧମାକା

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.