ଶ୍ରୀଦେବୀଙ୍କ ଝିଅ ସହ ଆତ୍ମାର ଭେଟଘାଟ ହେଲା ମନାଲିରେ!

ଅଶୀ ଦଶକର ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର।ଧଡକ ଜରିଆରେ ବଲିଉଡରେ ନିଜର ଡେବ୍ୟୁ କରିଛନ୍ତି ।ଏହି ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ବେଶ୍ ପ୍ରଶଂସା କରିଥିଲେ।ତେବେ ଏହି ଫିଲ୍ମ ପରେ ଜାହ୍ନବୀ ଏବେ ଆଉ ଏକ ଫିଲ୍ମରେ ବ୍ୟସ୍ତ ଅଛନ୍ତି।ନିଜର ଅପକମିଂ ଫିଲ୍ମ ପାଇଁ ସେ ଏବେ ମନାଲି ଯାଇଥିବା ବେଳେ ସାଇଟ୍ରସ ହୋଟେଲରେ ରହୁଛନ୍ତି ।ଫିଲ୍ମର ମନାଲିର ବନ ବିହାର ସମ୍ପର୍କିତ କିଛି ଦୃଶ୍ୟ ରହିଛି।ତେବେ ଏହି ସୁଟିଂ ସମୟରେ ଜାହ୍ନବୀଙ୍କ ସହ ବହୁତ ଅଜବ ଘଟଣା ଘଟିଛି ।

ମନାଲିରେ ସୁଟିଂ ସମୟରେ ଜାହ୍ନବୀଙ୍କୁ ଧଳାରଙ୍ଗ ବସ୍ତ୍ର ପରିହିତା ଜଣେ ମହିଳା ଗୀତ ଗାଇ ଗାଇ ଯାଉଥିବାର ଦେଖିଥିଲେ।ଏହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ କି ସତରେ କଣ ଜାହ୍ନବୀ ଏପରି କିଛି ଦେଖିଥିଲେ। ତେବେ ଆମେ କହି ରଖୁଛୁ ଯେ ଏହି ଜାହ୍ନବୀଙ୍କ ଫିଲ୍ମର ଏକ ଦୃଶ୍ୟ ମାତ୍ର।
ଫିଲ୍ମରେ ରାଜକୁମାର ରାଓ ମଧ୍ୟ ଅଛନ୍ତି।ହରର ରୋମାଣ୍ଟିକ ଥିମ ଉପର ନିର୍ମାଣ ହେଉଥିବା ଏହି ଫିଲ୍ମରେ ରାଜକୁମାର ରାଓ ଭୂତ ଭୂମିକା ନିଭାଉଛନ୍ତି। ବରୁଣ ଶର୍ମା ମଧ୍ୟ ଏଥିରେ ଅଭିନୟ କରୁଛନ୍ତି । ଫିଲ୍ମ କଥା ଛାଡନ୍ତୁ,ସୁଟିଂ ପାଇଁ ଏହି ଟିମ ଏବେ ସପ୍ତାହେ କାଳ ମନାଲିରେ ରହିବେ ।ତେଣୁ ମନାଲିରେ ପର୍ଯ୍ୟଟନ ଶିଳ୍ପ ଆହୁରି ବଢିବ ବୋଲି ଆଶା କରାଯାଉଛି ।
Connect With Us