ମୁମ୍ବାଇ- ସୁପରହିଟ୍ ଫିଲ୍ମ ୩ ଇଡିୟଟସ୍ର ରାଜୁ ରସ୍ତୋଗୀଙ୍କୁ ତ ଆପଣ ଜାଣିଥିବେ। ଏହି ଚରିତ୍ରରେ ଅଭିନୟ କରିଥିବା ଶରମନ୍ ଯୋଶୀଙ୍କୁ ତ ଆପଣ ଜାଣିଥିବେ। ଶରମନ୍ ଯୋଶୀଙ୍କ ଭଉଣୀ ଗଙ୍ଗା କେଉଁଠି ହଜି ଯାଇଛି । ସେ ନିଜ ଭଉଣୀକୁ ସବୁ ଗଳିରେ ବୁଲି ବୁଲି ଖୋଜୁଛନ୍ତି । ଗତ କିଛି ଦିନ ତଳେ ସେ ମୁମ୍ବାଇରେ ନିଜ ହଜି ଯାଇଥିବା ଭଉଣୀର ପୋଷ୍ଟର ମାରିବା ସହିତ ସମସ୍ତଙ୍କୁ ପଚାରି ବୁଝୁଥିଲେ। ତେବେ ଏହା ରିୟଲ ନୁହେଁ ଏହା ହେଉଛି ରିଲ୍ ଲାଇଫର ଏକ କାହାଣୀ। ଏହା ହେଉଛି ଫିଲ୍ମ ‘କାଶୀ ଇନ୍ ସର୍ଚ୍ଚ ଗଙ୍ଗା’ର କାହାଣୀ। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଶରମନ୍ ଯୋଶୀ, ଯେଉଁଥିରେ ତାଙ୍କ ଭଉଣୀ କେଉଁଠି ନିଖୋଜ ହୋଇଯାଇଛି।
(Courtesy: Sharman Joshi in Kaashi in Search of Ganga, Twitter)
୨୬ ଅକ୍ଟୋବରରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଧୀରଜ କୁମାର । ଫିଲ୍ମରେ କାଶୀ ଭୂମିକାରେ ନଜର ଆସିବେ ଶରମନ ଯିଏ ଶ୍ମଶାନରେ ଶବଦାହ କାମ କରେ । ଶରମନ ପ୍ରଥମ ଥର ପାଇଁ ବଡ ପରଦାରେ ଏଭଳି ଭୂମିକାରେ ନଜର ଆସିବେ। ଫିଲ୍ମର କାହାଣୀ କାଶୀ ଉପରେ ଆଧାରିତ । କାଶୀ-ଇନ୍ ସର୍ଚ୍ଚ ଅଫ ଗଙ୍ଗା ଗୋଟେ ରୋମାଣ୍ଟିକ ଥ୍ରିଲର ଫିଲ୍ମ। ଫିଲ୍ମରେ ଶରମନଙ୍କ ସହିତ ନଜର ଆସିବେ ଅଭିନେତ୍ରୀ ଐଶର୍ଯ୍ୟା ଦିବାନ। ଐଶର୍ଯ୍ୟା ଦିବାନ ଏହି ଫିଲ୍ମରୁ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିବେ । ଫିଲ୍ମରେ ଐଶର୍ଯ୍ୟାଙ୍କ ଭୂମିକାର ନାଁ ଦେବିନା, ଯିଏ ଜଣେ ହାଇପ୍ରୋଫାଇଲ ଜର୍ଣ୍ଣାଲିଷ୍ଟ।
ହସ ଖୁସିରେ ଚାଲୁଥିବା ଏହି ପରିବାରରେ ଆସୁଛି ଏକ ବଡ ମୋଡ। ଅଚାନକ କାଶୀର ଭଉଣୀ ଗଙ୍ଗା ହଜିଯାଉଛି । ତା ପରେ କାଶୀ ଦେବିନା ସହିତ ତାକୁ ଖୋଜିବା ମିଶନରେ ଲାଗିପଡୁଛି । କାହାଣୀର ଏହି ଟୁଇଷ୍ଟରୁ ଫିଲ୍ମର ଟାଇଟଲ ଦିଆଯାଇଛି, କାଶୀ-ଇନ୍ ସର୍ଚ୍ଚ ଅଫ ଗଙ୍ଗା। ଫିଲ୍ମର କାହାଣୀ ରଚନା କରିଛନ୍ତି ମନୀଷ କିଶୋର । ଫିଲ୍ମର ସୁଟିଂ ବାରାଣାସୀ ବ୍ୟତୀତ ମୁମ୍ବାଇ ଏବଂ ମସୁରୀରେ କରାଯାଇଛି। ଶରମନଙ୍କ ବ୍ୟତୀତ ଫିଲ୍ମରେ ମନୋଜ ଯୋଶୀ, ମନୋଜ ପାହୱା, ଅଖିଳେନ୍ଦ୍ର ମିଶ୍ର ଏବଂ ଗୋବିନ୍ଦା ନାମଦେ ମୁଖ୍ୟ ଭୂମିକାରେ ନଜର ଆସିବେ।
No Comments