ଫିଲ୍ମ

ଏହି ଯୁବତୀଙ୍କୁ ଦେଖିଲେ,ଆଲିଆ ଭଟ୍ଟ ବି ନକଲି ଲାଗିବେ!

Alia Bhatt

କୁହାଯାଏ ସମାନ ମୁହଁ ଥିବା ୭ ଜଣ ପୃଥିବୀ ପୃଷ୍ଠରେ ବାସକରନ୍ତି।ଅର୍ଥାତ ବିଶ୍ୱରେ ଆଉ ୬ ଜଣ ଥିବେ ଯିଏକି ଆପଣଙ୍କ ଭଳି ଦେଖା ଯାଉଥିବେ।କିନ୍ତୁ ସେଲିବ୍ରିଟିଙ୍କ ଡୁପ୍ଲିକେଟ୍ ଲଗାତାର ମାର୍କେଟକୁ ଆସିବାରେ ଲାଗିଛନ୍ତି।କିଏ ଟିକଟକରେ ତ ଆଉ କିଏ ଇନଷ୍ଟାଗ୍ରାମରେ।ଏବେ ଆଲିଆ ଭଟ୍ଟଙ୍କ ଡୁପ୍ଲିକେଟ୍ ମାର୍କେଟରେ ନଜର ଆସିଛନ୍ତି।ଘଟଣାଟି ହେଉଛି ସେହି ସମୟର ଯେତେବେଳେ ଆଲିଆ ଓ ରଣବୀର ସିଂଙ୍କ ଫିଲ୍ମ ଗଲିବୟର ଟ୍ରେଲର ରିଲିଜ ହୋଇଥିଲା।ସେଥିରେ ଆଲିଆଙ୍କ ଏକ ଡାଇଲଗ୍ ଥିଲା ”ଧୋପତୁଙ୍ଗୀ ନା”।ଏହି ଡାଇଲଗ୍ ଖୁବ୍ ଫେମସ ହୋଇଥିଲା।

https://www.instagram.com/p/BvtncdwgsGW/

ଏହା ସେ ଝିଅଙ୍କୁ ବି ଫେମସ୍ କରିଦେଲା ଯେଉଁମାନଙ୍କ ବୟଫ୍ରେଣ୍ଡ କିମ୍ବା ସେମାନଙ୍କ ସହିତ ଗୁଲୁଗୁଲୁ କରୁଥିବା ଝିଅ ମଧ୍ୟ ନଥିଲା।ଅନେକ ୟୁଜର୍ସ ସୋସିଆଲ ମିଡିଆରେ ଏହି ଡାଇଲଗର ଟିକଟକ ଭିଡିଓ ସେୟାର କରିବାରେ ଲାଗିଲେ।କିନ୍ତୁ ଏମାନଙ୍କ ଭିତରେ ଜଣେ ଏମିତି ଝିଅ ଥିଲା ଯାହାର ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କୁ ଦିଓ୍ୱାନା କରିଥିଲା।ଝିଅଟି ହେଉଛି ସନାୟା ଆଶୁ ଆର୍ୟା। ସନାୟାର ଭିଡିଓକୁ ଖୁବ୍ ପସନ୍ଦ କରିଥିଲେ ୟୁଜର୍ସ।ଦେଖନ୍ତୁ ସନାୟାଙ୍କ ଭିଡିଓ

https://www.instagram.com/p/Bwra1FVB3jp/

ଉତ୍ତରାଖଣ୍ଡରେ ରୁହନ୍ତି ସନାୟା। ସେ ନିଜେ କୁହନ୍ତି ଯେ ସେ ଆଲିଆଙ୍କ ଜଣେ ବଡ ଫ୍ୟାନ୍। ତାଙ୍କ ଇନଷ୍ଟାଗ୍ରାମ୍ ଚେକ୍ କଲେ ଆପଣ ଜାଣିପାରିବେ ଯେ ସେ ଆଲିଆଙ୍କ ସବୁ ଷ୍ଟାଇଲ କପି କରି ନିଜ ଫଟୋ ସେୟାର କରିଛନ୍ତି। ସେ ଆଲିଆଙ୍କ ”ଧୋପତୁଙ୍ଗୀ” ଡାଇଲଗ୍ ର ଭିଡିଓ ଅପଲୋଡ୍ କରିଥିଲେ ଏବଂ ଚାହୁଁଚାହୁଁ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।ତେବେ ଖାସ୍ କଥା ହେଉଛି ସେ ମଥାରେ ଦୁପ୍ପଟା ଦେଇ ବିଲକୁଲ୍ ଆଲିଆ ଭଟ୍ଟଙ୍କ ଭଳି ଦେଖା ଯାଉଥିଲେ। ଏହାସହ ଭିଡିଓରେ ତାଙ୍କ ଏକ୍ସପ୍ରେସନ ଏବଂ ଲିପ୍ ସିଙ୍କ ମଧ୍ୟ ଖୁବ୍ ଭଲ ଥିଲା। ବାସ୍ ଆଉ କଣ। ଏହା ପରେ ସମସ୍ତେ ତାଙ୍କୁ ଆଲିଆ ଭଟ୍ଟଙ୍କ ଫଟୋ କପି ବୋଲି କହିବାରେ ଲାଗିଲେ।

https://www.instagram.com/p/BvlNx9WAd-G/

ଏହି ଭିଡିଓ ପାଇଁ ରାତାରାତି ପପୁଲାର ହୋଇଗଲେ ସନାୟା।ଖବରକାଗଜରେ ମଧ୍ୟ ତାଙ୍କ ନ୍ୟୁଜ୍ ବାହାରିବାରେ ଲାଗିଲା। ଫଲୋର୍ସ ମଧ୍ୟ ବଢିବାରେ ଲାଗିଲେ।ସୋସିଆଲ ମିଡିଆରେ ଲେଲିବ୍ରିଟିର ଷ୍ଟାଟସ୍ ମଧ୍ୟ ମିଳିଲା।ଏବେ ସନାୟାଙ୍କ ଇନଷ୍ଟାଗ୍ରାମରେ ୨୫ ହଜାରରୁ ମଧ୍ୟ ଅଧିକ ଫଲୋର୍ସ ଅଛନ୍ତି। ସେ ପ୍ରତି ୨-୪ ଦିନରେ ନିଜ ଫଟୋ ଅପଲୋଡ୍ କରନ୍ତି।
ପଢ଼ନ୍ତୁ-ସ୍ପପ୍ନରେ ସଲମାନଙ୍କୁ ବିବାହ କରିଥିବା ପାକିସ୍ତାନ ଅଭିନେତ୍ରୀ,ଡେଟିଂରେ ଅଟକି ଗଲେ

You Might Also Like

No Comments

Leave a Reply