କେବେ ଜଣାପଡିବ,ବଲିଉଡ ଅଭିନେତ୍ରୀଙ୍କ ମୃତ୍ୟୁର କାରଣ?

ଚାକଚକ୍ୟ ପୂର୍ଣ୍ଣ ବିଳାସମୟ ଦୁନିଆ ବଲିଉଡ। ସେଲିବ୍ରିଟଙ୍କ ଲାଇଫ୍ ଦେଖି ଏଭଳି ଜୀବନ କାଟିବାକୁ ଅନେକ ସ୍ୱପ୍ନ ଦେଖନ୍ତି।ସେଲିବ୍ରିଟଙ୍କ ନାଁ,ଲାଇଫ୍ ଷ୍ଟାଇଲ୍ଆ ପସନ୍ଦ କରନ୍ତି।ଷ୍ଟାରଙ୍କ ଚାକଚକ୍ୟ ତ ଆମେ ଦେଖିଥାଉ,କିନ୍ତୁ କ୍ୟାମେରାରେ ବଲିଉଡର ଡାର୍କ ସାଇଡ୍ କଏଦ ହୁଏନି। ବଲିଉଡରେ ଏପରି ଅଭିନେତ୍ରୀ ଥିଲେ,ଯେଉଁମାନେ ଡିପ୍ରେସନରେ ରହୁଥିଲେ, ଅତ୍ୟଧିକ ଚାପ ସହି ନପାରି ଜୀବନ ହାରିଛନ୍ତି।
ଟପ୍ ଅଭିନେତ୍ରୀଙ୍କ ମୃତ୍ୟୁ ସସପେନସ୍ ଜିଆ ଖାନ୍
ବୟସ ମାତ୍ର ୨୫ବର୍ଷ; ତାଙ୍କ ମୃତଦେହକୁ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଗଲା।୨୦୦୭ ମସିହାରେ ଜିଆ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କୁ ବିଗ୍ ବି ଅମିତାଭଙ୍କ ସହ କାମ କରିବାକୁ ସୁଯୋଗ ମିଳିଥିଲା। ହେଲେ ଜିଆଙ୍କ ମୃତ୍ୟୁ ଉପରୁ ଏବେବି ପରଦା ହଟିନି। ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଜିଆଙ୍କ ମାଆ ରାବିଆ ଖାନ୍ ଅଭିଯୋଗ କରିଥିଲେ। ତାଙ୍କର ହତ୍ୟା ପଛରେ ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଗଙ୍କ ହାତ ଥିବା ଜିଆଙ୍କ ମାଆ ଅଭିଯୋଗ ଆଣିଥିଲେ। ସୁରଜଙ୍କ ସହ ଜିଆଙ୍କର ଘନିଷ୍ଠ ସମ୍ପର୍କ ଥିଲା। ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା ବୋଲି ଜିଆଙ୍କ ମାଆ ଅଭିଯୋଗ କରିଥିଲେ। ହେଲେ ଆଜି ବି ଜିଆଙ୍କ ମୃତ୍ୟୁ ଉପରୁ ପରଦା ହଟିନି।
ଶିଖା ଯୋଶୀ
ଏହିଭଳି ମୃତ୍ୟୁକୁ ନେଇ ରହସ୍ୟ ଲାଗିରହିଥିବା ଆଉ ଜଣେ ଅଭିନେତ୍ରୀ ହେଉଛନ୍ତି ଶିଖା ଯୋଶୀ। ବିଏ.ପାସ ଫିଲ୍ମରେ ଶିଖାଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ଏହା ପରେ ମୁମ୍ବାଇର ଏକ ଆପାର୍ଟମେଣ୍ଟରୁ ଶିଖାଙ୍କ ଶବ ଉଦ୍ଧାର କରା ଯାଇଥିଲା। ବାଥରୁମରେ ଛୁରୀରେ ବେକ କାଟି ସେ ଆତ୍ମହତ୍ୟା କରିଥିଲେ। ବ୍ୟକ୍ତିଗତ ଜୀବନରେ ଅନେକ ସମସ୍ୟା ଯୋଗୁ ସେ ଜୀବନ ହାରିଥିବା ସନ୍ଦେହ କରାଯାଉଛି।ଦିବ୍ୟା ଭାରତୀ
ଖୁବ୍ କମ୍ ଦିନରେ ଓ ଅଳ୍ପ ବୟସରେ ବଲିଉଡରେ ନାଁ କମାଇଥିବା ଆଉ ଜଣେ ଅଭିନେତ୍ରୀ ହେଉଛନ୍ତି ଦିବ୍ୟା ଭାରତୀ। ୧୯୯୦ରେ ବଲିଉଡରେ ଦିବ୍ୟା କ୍ୟାରିୟର ଆରମ୍ଭ କରିଥିଲେ। ସଫଳତା ତାଙ୍କ ପାଦ ଛୁଇଁଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ନିଜ ଆପାର୍ଟମେଣ୍ଟର ପଞ୍ଚମ ମହଲାର ବାଲକୋନୀରୁ ପଡିଯାଇ ତାଙ୍କର ମୃତ୍ୟୁ ହୋଇଥିଲା।ମୃତ୍ୟ ବେଳକୁ ଦିବ୍ୟାଙ୍କୁ ମାତ୍ର ୧୯ବର୍ଷ ବୟସ ହୋଇଥିଲା।ପୋଲିସ ଏହି ମାମଲାର ତଦନ୍ତ କରିଥିଲା। ମାତ୍ର ଦିବ୍ୟାଙ୍କ ମୃତ୍ୟୁ ଆଜି ବି ରହସ୍ୟ ଘେରରେଶ୍ରୀଦେବୀ
ନିକଟରେ ରହସ୍ୟମୟୀ ଭାବେ ଆଉ ଜଣେ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଛି। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଶ୍ରୀଦେବୀ। ବଲିଉଡର ହାଇଏଷ୍ଟ ପେଡ୍ ଅଭିନେତ୍ରୀ ଭାବେ ସେ ଜଣାଶୁଣା। ନିକଟରେ ଦୁବାଇର ଏକ ହୋଟେଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ବର୍ଷ ବୟସ ହୋଇଥିଲା। ବାଥ୍ ଟବରୁ ଶ୍ରୀଦେବୀଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ପ୍ରଥମ ପାଣିରେ ବୁଡିଯାଇ ମୃତ୍ୟୁ ହୋଇଥିବା କୁହାଗଲା, ପରେ କିନ୍ତୁ ହାର୍ଟ ଆଟାକରେ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହା ଯାଇଥିଲା। ଏବେବି ଶ୍ରୀଦେବୀଙ୍କ ମୃତ୍ୟୁ, ରହସ୍ୟ ଘେରରେ।ସିଲ୍କ ସ୍ମିତା
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ପ୍ରକୃତ ନାମ ହେଉଛି ବିଜୟଲକ୍ଷ୍ମୀ।୧୯୯୬ରେ ସେ ଆତ୍ମହତ୍ୟା କରିଥିଲେ।ମାତ୍ରାଧିକ ଆଲକହଲ୍ ଓ ପ୍ରେମରେ ବିଫଳ ହେବା ଯୋଗୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।ପରେ ତାଙ୍କ ସ୍ମୃତିରେ ବଲିଉଡରେ ଏକ ଫିଲ୍ମ ଡ୍ୟାର୍ଟି ପିକ୍ଚର ନିର୍ମାଣ ହୋଇଥିଲା। ସେଥିରେ ବିଦ୍ୟା ବାଲାନ ଅଭିନୟ କରିଥିଲେ।ପରବିନ୍ ବାବି
ପରବିନ୍ ବାବି ହେଉଛନ୍ତି ଫେମସ୍ ଅଭିନେତ୍ରୀ। ନିଜ ସମୟରେ ସବୁଠୁ ଗ୍ଲାମରସ ଆକ୍ଟର ଥିଲେ। ସେ ହେଉଛନ୍ତି ପ୍ରଥମ ଅଭିନେତ୍ରୀ, ଯାହାଙ୍କର ଫଟୋ ଆମେରିକାର ଟାଇମ୍ ମ୍ୟଗାଜିନରେ ସ୍ଥାନ ପାଇଥିଲା। କିନ୍ତୁ ୨୦୦୫ ମସିହା ଜାନୁୟାରୀ ୨୦ରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା। ମୁମ୍ବାଇସ୍ଥିତ ଆପାର୍ଟମେଣ୍ଟରେ ସେ ଦୀର୍ଘଦିନ ହେବ ଏକାକୀ ରହୁଥିଲେ, ସେହି ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ପରବିନ୍ ବାବି ଆତ୍ମହତ୍ୟା କରିଥିବା ଜଣା ପଡିଥିଲା। କିନ୍ତୁ ତାଙ୍କ ମୃତ୍ୟର ରହସ୍ୟ ଏବେବି ଖୋଲିଲାନି।
Connect With Us