ଆଧାରକୁ ମିଳିଲା ସାମ୍ବିଧାନିକ ମାନ୍ୟତା, କିନ୍ତୁ ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ସିମ୍ ପାଇଁ ଆଧାର ଜରୁରୀ ନୁହେଁ

ନୂଆଦିଲ୍ଲୀ :ସମାଜର ଶୋଷିତ ବର୍ଗଙ୍କୁ ଆଧାରକାର୍ଡ ସଶକ୍ତ କରୁଛି, ଏହା ସେମାନଙ୍କ ପରିଚୟ ପାଲଟଛି। ଅନ୍ୟ ପରିଚୟ ପତ୍ର ଠାରୁ ଆଧାର କାର୍ଡ ଭିନ୍ନ, ଏହାର ନକଲ କରାଯାଇ ପାରିବ ନାହିଁ କାରଣ ଏହାର ସ୍ୱତନ୍ତ୍ରତା ରହିଛି । ସେଥିପାଇଁ ଆଧାର କାର୍ଡ ସାମ୍ବିଧାନିକତା ମାନ୍ୟତା ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି।ଏପରିକି ଆଧାରକାର୍ଡର ସୁରକ୍ଷା ପାଇଁ ବଳିଷ୍ଠ ପଦକ୍ଷେପ ନିଆଯାଇଛି, କିନ୍ତୁ ଆଧାର ଡାଟା ସୁରକ୍ଷା ପାଇଁ ସରକାର କଡା ଆଇନ ଆଣନ୍ତୁ ବୋଲି ସୁପ୍ରିମକୋର୍ଟ ଅନୁଭବ କରୁଛି ବୋଲି ଜଷ୍ଟିସ ଏ.କେ,ସିର୍କି କହିଛନ୍ତି।ଆଧାରକାର୍ଡର ବୈଧତାକୁ ନେଇ ପ୍ରଧାନ ବିଚାରପତି ଦିପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ୫ଜଣିଆ ବେଞ୍ଚ ବ୍ୟାଙ୍କ ଏବଂ ଘରୋଇ ଅନୁଷ୍ଠାନ ଆଧାର ମାଗିବା ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ତେବେ 5ଜଣିଆ ଖଣ୍ଡପୀଠରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ ବାଦ ଦେଲେ ଅନ୍ୟ ସମସ୍ତେ ଆଧାର କାର୍ଡର ବୈଧତା ସପକ୍ଷରେ ରହିଛନ୍ତି । ଫଳରେ ଆଧାରକୁ ମିଳିଛି ସାମ୍ବିଧାନିକ ମାନ୍ୟତା।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
୧-ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଆଧାର ଅନବଶ୍ୟକ ।
୨-ସ୍କୁଲରେ ଆଡମିଶନ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ ।
୩-ମୋବାଇଲ ସିମ୍ ନେବା ସମୟରେ ଆଧାରକାର୍ଡ ପ୍ରଦାନ ଜରୁରୀ ନୁହେଁ ।
୪ -ପ୍ୟାନ(ପରମାନେଣ୍ଟ ଆକାଉଣ୍ଟ ନମ୍ବର) ଆବେଦନ ସମୟରେ ଆଧାର ବାଧ୍ୟତାମୂଳକ
୫-ଆୟକର ଦାଖଲ(ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ) ସମୟରେ ଆଧାର ଜରୁରୀ।
୬-ଘରୋଇ କମ୍ପାନୀ ଗୁଡିକ ଆଧାର ମାଗି ପାରିବେ ନାହିଁ ।
ଆଧାର ଶୁଣାଣି କରିଥିବା ଖଣ୍ଡପୀଠ ବାୟୋମେଟ୍ରିକ ତଥ୍ୟ ସଂଗ୍ରହ କରାଯିବା ପରେ ଆଧାର କାର୍ଡ ପ୍ରସ୍ତୁତ ହେଉଛି। ତେଣୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରୁ ସୁବିଧା ପାଇବା ଲାଗି ଆଧାର କାର୍ଡ ବାଧ୍ୟତାମୂଳକ କରାଯିବା ଠିକ୍। କିନ୍ତୁ ବେଆଇନ ଅନୁପ୍ରବେଶକାରୀଙ୍କୁ ଆଧାରକାର୍ଡ ନ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସିବିଏସଇ, ୟୁଜିସି ଏବଂ ନିଟ୍ ପରୀକ୍ଷା ସମୟରେ ପରୀକ୍ଷାର୍ଥଙ୍କ ଲାଗି ଆଧାର କାର୍ଡ ଅନାବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
Connect With Us