ହାତ ଚିହ୍ନରେ ଲଢ଼ିବାକୁ କଣ କଂଗ୍ରେସ ବିଧାୟକ ଅମଙ୍ଗ?

ଭୁବନେଶ୍ୱର: ନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଜି(ସୋମବାର) ୪୪ ବିଧାୟକ ପ୍ରାର୍ଥୀ ଖୋଜିଛି କଂଗ୍ରେସ । ୨୦୧୯ ନିର୍ବାଚନରେ କିଏ ହେବ କଂଗ୍ରେସର ପ୍ରାର୍ଥୀ, କେଉଁ ଆସନରୁ କାହାକୁ ପ୍ରାର୍ଥୀ କଲେ ବିଜୟ ସମ୍ଭାବନା ଅଧିକ, ତାହାକୁ ନେଇ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି। ଏଥର ପ୍ରାର୍ଥୀ ଚୟନ ପ୍ରକ୍ରିୟା ନୂଆଦିଲ୍ଲୀ ବଦଳରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି । ଏଆଇସିସି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସାଥେସାନ୍ ଓ ପ୍ରଭାରୀ ଜିତେନ୍ଦ୍ର ସିଂ ଏବଂ ରାଜ୍ୟ ନେତୃବୃନ୍ଦ ପ୍ରସ୍ତୁତ କରିଛନ୍ତି ପ୍ରାର୍ଥୀ ତାଲିକା। ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟକୁ ଏଆଇସିସିର ସିଇସି (ସେଣ୍ଟ୍ରାଲ ଇଲେକ୍ସନ କମିଟି)କୁ ପଠାଯିବ। ସିଇସିର ତର୍ଜମା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମୋହର ବାଜିବା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବକହୁଥିଲେ ୫୦
ତେବେ ପିସିସି ସଭାପତି ହେବା ପରେ ୫ସେପ୍ଟେମ୍ବର ସୁଦ୍ଧା ୫୦ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ କହିଥିଲେ ନିରଞ୍ଜନ ପଟ୍ଟନାୟକ । ସେପ୍ଟେମ୍ବର ମାସ ଯାଇ ଅକ୍ଟୋବର୫ ହେବାକୁ ବସିଲାଣି । ପ୍ରାର୍ଥୀ ଘୋଷଣା କଥା ପଚାରିବାରୁ ବିରକ୍ତ ହେଉଛନ୍ତି ପିସିସି ସଭାପତି । ତେଣୁ ତରବରିଆ ଭାବେ ପ୍ରଥମ ପର୍ଯ୍ୟାୟରେ ୪୪ ଜଣ ପ୍ରାର୍ଥୀଙ୍କ ନାଁକୁ ସିଇସିର ସ୍କ୍ରିନିଂ କମିଟି ନିକଟକୁ ପଠାଯାଇଛି। ମାତ୍ର ଚୂଡାନ୍ତ ହୋଇଥିବା ପ୍ରାର୍ଥୀ ତାଲିକା ମଧ୍ୟରୁ ଅନେକ ବିଧାୟକ ହାତ ଚିହ୍ନରେ ଲଢ଼ିବାକୁ ଅମଙ୍ଗରୀତାଙ୍କ ବାଟରେ ନବ-କୃଷ୍ଣ..
ରୀତା ସାହୁଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ଧାରା କଂଗ୍ରେସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ବିଜେପୁରର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିବାକୁ ଚାହିଁଥିଲା କଂଗ୍ରେସ। ମାତ୍ର ରୀତା କଂଗ୍ରେସ ପ୍ରସ୍ତାବକୁ ବାଏଁ ବାଏଁ ଉଡାଇ ଦେଇ ବିଜେପୁରରେ ଶଙ୍ଖ ଫୁଙ୍କିଥିଲେ। ଏବେ ରୀତାଙ୍କ ପଦାଙ୍କ ଅନୁସରଣ କରିବାକୁ ଯାଉଛନ୍ତି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ପ୍ରାର୍ଥୀ ତାଲିକା ପ୍ରସ୍ତୁତି ବୈଠକ ପରେ ଶଗରିଆ ପିସିସିର ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଦେଶ କଂଗ୍ରେସ କମିଟିର ଅନୁସୂଚିତ ଜାତି ସେଲର ଅଧ୍ୟକ୍ଷ ପଦରୁ ଶଗରିଆଙ୍କୁ ହଟାଇବାକୁ ବିରୋଧ କରି ସେ ଏପରି ପଦକ୍ଷେପ ନେଇଥିବା କହିଛନ୍ତି । ଏମିତି ବି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ଶଗରିଆଙ୍କ ସଂପର୍କରେ ତିକ୍ତତା କାହାକୁ ଅଛପା ନାହିଁ । କୃଷ୍ଣଙ୍କୁ ତାରା ବାହିନୀପତି, କୁଆଡେ କୋରାପୁଟରେ କାମ କରାଇ ଦେଉନାହାଁନ୍ତି । ତେଣୁ ଶଗରିଆ ବିଜେଡି ଲିଙ୍କରେ ରହିଥିବା ଅନେକ ଦିନ ଧରି ଚର୍ଚ୍ଚା ହେଉଛି । ଏମିତି ବି ଦେଖିବାକୁ ଗଲେ, କୋରାପୁଟରେ ବିଜେଡି ସଂଗଠନ ଦୁର୍ବଳ। ତେଣୁ କୃଷ୍ଣ ଶଗରିଆଙ୍କ ସହାୟତାରେ ବିଜେଡି କୋରାପୁଟରେ କମବ୍ୟାକ୍ କରିବାକୁ ଅଣ୍ଟା ଭିଡୁଛି
ମୁଖ୍ୟମନ୍ତ୍ରୀଙ୍କ ସହ ନବଙ୍କ ପରିବାର
ତେବେ ଟିକେଟ୍ ନେବାକୁ ଅନିଚ୍ଛୁକ ବିଧାୟକଙ୍କ ମଧ୍ୟରେ ସର୍ବାଗେ ରହିଛନ୍ତି ଝାରସୁଗୁଡା ବିଧାୟକ ନବ କିଶୋର ଦାସ। ଝାରସୁଗୁଡାରେ କଂଗ୍ରେସର ସ୍ଥିତି ସୁଦୃଢ, ମାତ୍ର ଅସୁବିଧା ରହିଛି ପୁଅ ବିଶାଲଙ୍କ ପାଖରେ। ୨୦୧୯ରେ ପୁଅ ବିଶାଲଙ୍କୁ ରାଜନୀତିର ମଇଦାନକୁ ଆଣିବାକୁ ଚାହୁଁଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ ଦାସ। ତେଣୁ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଟିକେଟ ପାଇଁ ଲବି କରୁଛନ୍ତି ବାପ-ପୁଅ । ଯାହାକି କଂଗ୍ରେସ ରାଜନୀତିରେ ସମ୍ଭବ ନୁହେଁ ବୋଲି ଜାଣିଛନ୍ତି ନବ ଦାସ। ତେଣୁ ଝାରସୁଗୁଡା ବିମାନବନ୍ଦର ଲୋକାର୍ପଣ ଅବସରରେ ପୁରା ପରିବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ପୁଅ ବିଶାଲଙ୍କୁ ଇଣ୍ଟ୍ରୋଡ୍ୟୁସ କରାଇଛନ୍ତି ନବ। ଆଉ କଂଗ୍ରେସକୁ ଝଟକା ଦେଇ ବିଜେଡିରେ ସାମିଲ ହେବା ସହ ଝାରସୁଗୁଡା ଓ ବ୍ରଜରାଜ ନଗର ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି । ଯଦିଓ ବିଦେଶରେ ଥାଇ ବିଜେଡିରେ ମିଶିବାକୁ ଖଣ୍ଡନ କରୁଛନ୍ତି ନବ ଦାସ, ତେବେ କଂଗ୍ରେସ ଟିକେଟ ପାଇଁ ଆଗ୍ରହୀ ଥିଲା ଲାଗୁ ନାହାଁନ୍ତି ଝାରସୁଗୁଡା ବିଧାୟକଠିକ୍ ସେହିପରି ସୁନ୍ଦରଗଡର ଦୁଇ ବିଧାୟକ ବି ପିସିସିର ନିଷ୍ପତ୍ତିକୁ ନେଇ ଖପ୍ପା । କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ସ୍ପିଡରେ ବ୍ରେକ୍ ଲଗାଇବା ଟାର୍ଗେଟରେ ବୀରମିତ୍ରପୁରର ସମତାକ୍ରାନ୍ତି ଦଳ ବିଧାୟକ ଜର୍ଜ ତିର୍କୀଙ୍କୁ କଂଗ୍ରେସରେ ସାମିଲ କରିଛନ୍ତି ନିରଞ୍ଜନ । ଏହା ସତ ଯେ ଜର୍ଜ କଂଗ୍ରେସ ମିଶିବା ପରେ କଂଗ୍ରେସ ପ୍ରତି ସଂଖ୍ୟାଲଘୁଙ୍କ ସମର୍ଥନ ବଢ଼ିବ । ମାତ୍ର କଂଗ୍ରେସ ସମର୍ଥକ ହିନ୍ଦୁ ଭୋଟର ଜର୍ଜଙ୍କ ମିଶିବାକୁ ବିରୋଧ କଲେଣି। ଆଉ ଏହାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଓ ତଳସରା ବିଧାୟକ ପ୍ରଫୁଲ୍ଲ ମାଝୀ। ତେଣୁ ଦୁହେଁ ବିଜୁ ଜନତା ଦଳ ସହ ଭିତିରିଆ ସଂପର୍କରେ ରହିଛନ୍ତି
ପ୍ରକାଶ-ସୁର୍ଯ୍ୟା ରାଓ ଅନାଗ୍ରହୀ
ହାତ ଚିହ୍ନରେ ଲଢିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଆଉ ଜଣେ ହେଲେ ସାଲେପୁଅ ବିଧାୟକ ପ୍ରକାଶ ବେହେରା। କାରଣ ସାଲେପୁର ବିଧାୟକଙ୍କୁ ମିଳିଛି ବିଜେଡି ଅଫର। ତେଣୁ ପ୍ରକାଶ ବେହେରା ଯେ କୌଣସି ମୁହୁର୍ତ୍ତରେ କଂଗ୍ରେସ ଛାଡି ବିଜେଡିରେ ମିଶିପାରନ୍ତି ବୋଲି ଚର୍ଚ୍ଚା। ପାରଳାଖେମୁଣ୍ଡି ବିଧାୟକ କେ.ସୁର୍ଯ୍ୟା ରାଓଙ୍କୁ ଆଉ ଗୁରୁତ୍ୱ ଦେଉନି କଂଗ୍ରେସର ରାଜ୍ୟ ନେତୃତ୍ୱ। ସେଠାରେ ତିରୁପତିଙ୍କ ପାଣୀଗ୍ରାହୀଙ୍କୁ ଦଳ ପ୍ରୋଜେକ୍ଟ କରୁଛି । କଂଗ୍ରେସ ଦ୍ୱାରା ଆୟୋଜିତ ସବୁ ସଭାରେ ତିରୁପତିଙ୍କୁ ଦେଖିବାକୁ ମିଳୁଛି । ତେଣୁ ତିରୁପତି ପାଣିଗ୍ରାହୀଙ୍କ ଆବିର୍ଭାବ ଦେଖି ହାତ ଛାଡିବାକୁ ପ୍ରସ୍ତୁତ ହୋଇଛନ୍ତି ବିଧାୟକ ସୁର୍ଯ୍ୟା ରାଓ।ବିଶ୍ୱାଳ ଭାଇଙ୍କୁ ଟାଣୁଛନ୍ତି ଋଷି
କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କ ଭାଇ ତଥା ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳଙ୍କ ସହ ବିଜେଡି ବିଧାୟକ ଦେବାଶିଷ(ଋଷି) ସାମନ୍ତରାୟ ଭୁବନେଶ୍ୱର ଉପକଣ୍ଠ ଅଡଶପୁରର ଏକ ଗେଷ୍ଟ ହାଉସରେ ଗୋପନ ବୈଠକ କରିଥିବାର ଖବର ରହିଛି । ପାରାଦୀପ ନିର୍ବାଚନ ମଣ୍ଡଳୀ ଉପରେ ଆଖି ରଖିଥିବା କଟକ-ବାରବାଟୀ ବିଧାୟକ ଋଷି ସାମନ୍ତରାୟ, ବୈଜୟନ୍ତଙ୍କୁ ପଣ୍ଡାଙ୍କୁ ଫ୍ୟୁଜ୍ କରିବାକୁ ରଞ୍ଜୀବ ବିଶ୍ୱାଳଙ୍କୁ ବିଜେଡିରୁ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅଫର ଦେଇଛନ୍ତି । ଏହାସହ ବିଷ୍ଣୁ ଦାସଙ୍କୁ ଜଗତ୍ସିଂହପୁରରୁ ହଟାଇ ଦେବାକୁ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦିଆଯାଇଛି ନିର୍ଭର ପ୍ରତିଶୃତି । ବଦଳରେ ଦାମଦୋର ରାଉତଙ୍କୁ ଚେକମେଟ୍ ଦେବାକୁ ପାରାଦୀପରେ ବିଶ୍ୱାଳ ଭାଇଙ୍କ ସହଯୋଗ ଲୋଡିଛନ୍ତି ଦେବାଶିଷ ସାମନ୍ତରାୟ। ତେଣୁ ରାଜନୀତିରେ ମାହିର ଚିରଞ୍ଜୀବ ଓ ରଞ୍ଜୀବ ଯଦି ବିଜେଡି ଅଫର ଗ୍ରହଣ କରନ୍ତି, ତେବେ ନିର୍ବାଚନ ପୂର୍ବରୁ କଂଗ୍ରେସରେ ବଡ ଅଦଳ ବଦଳ ହେବାର ସମ୍ଭାବନା ଅଧିକ।
Connect With Us