Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଦେଶର ସମ୍ମାନ ବଢ଼ାଇଲେ; କିନ୍ତୁ ଅର୍ଜୁନ ସମ୍ମାନ ପାଇଲେନି ଦୂତୀ

By admin • September 26, 2018 • ନ୍ୟୁଜ୍, ସ୍ପୋର୍ଟସ୍
dutee-chand

ଭୁବନେଶ୍ୱର: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ୨୦୧୮ପାଇଁ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ଆଓ୍ୱାର୍ଡ ପ୍ରଦାନ କରାଯାଇଛି। ସେହିପରି ଓ୍ୱାର୍ଲଡ ଚମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ମହିଳା ଓ୍ୱେଟଲିଫ୍ଟର ସାଇଖମ ମିରାବାଇ ଚାନୁଙ୍କ ମଧ୍ୟ ରାଜୀବ ଗାନ୍ଧି ଖେଳରତ୍ନ ଆଓ୍ୱାର୍ଡ ପ୍ରଦାନ ହୋଇଛି। ଉଭୟଙ୍କୁ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମେଡାଲ, ମାନପତ୍ର ସହ ସାଢେ ୭ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଏହାସହ ୨୦୧୮ ପାଇଁ ବିଭିନ୍ନ ଖେଳ ଲାଗି ୮ଜଣ ପ୍ରଶିକ୍ଷକ ବା ଗୁରୁଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ପ୍ରଦାନ ହୋଇଛି। ୪ଜଣଙ୍କୁ ଧ୍ୟାନଚାନ୍ଦ ସମ୍ମାନ ସହ ୨୦ଜଣ ଖେଳାଳିଙ୍କୁ ଅର୍ଜୁନ ସମ୍ମାନ ପ୍ରଦାନ କରାଯାଇଛି।VIRAT KOHALI AWARDଆଥଲେଟିକ୍ସ ଗୁରୁତ୍ୱ କିନ୍ତୁ..
ସର୍ବାଧିକ ଆଥଲେଟିକ୍ସ ଓ ବକ୍ସିଂ ଖେଳ ଲାଗି ୩ଟି ଲେଖାଏଁ ଅର୍ଜୁନ ସମ୍ମାନ ପ୍ରଦାନ ହୋଇଛି । ତେବେ ୧୯୬୧ ମସିହାରୁ ପ୍ରଦାନ ହୋଇ ଆସୁଥିବା ଅର୍ଜୁନ ପୁରଷ୍କାରରେ ଚଳିତ ଥର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରତିବର୍ଷ ହକି ଲିଜେଣ୍ଡ ଧ୍ୟାନଚାନ୍ଦଙ୍କ ଜୟନ୍ତୀ ୨୯ ଅଗଷ୍ଟରେ ଜାତୀୟ କ୍ରୀଡା ସମ୍ମାନ ପ୍ରଦାନ ହୋଇ ଆସୁଥିଲା। ହେଲେ ଏ ବର୍ଷ ସେହି ସମୟରେ ଇଣ୍ଡୋନେସିଆରେ ଏସିଆନ ଗେମ୍ସ ଚାଲୁଥିବାରୁ ଜାତୀୟ କ୍ରୀଡା ସମ୍ମାନ ପ୍ରଦାନ ଉତ୍ସବକୁ ଘୁଞ୍ଚାଇ ଦିଆ ଯାଇଥିଲା। କୁହାଗଲା ଆଓ୍ୱାର୍ଡ ପ୍ରଦାନ ବେଳେ ଜାକର୍ତ୍ତାର ଏସିଆନ ଗେମ୍ସର ପ୍ରଦର୍ଶନକୁ ବିଚାରକୁ ନିଆଯିବ। କିନ୍ତୁ ଅର୍ଜୁନ ଆଓ୍ୱାର୍ଡ ପ୍ରଦାନ ବେଳେ ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ଏସିଆନ ଗେମ୍ସ ପ୍ରଦର୍ଶନକୁ ବିଚାରକୁ ନିଆଗଲା ପରି ଲାଗୁନାହିଁ । ଅବଶ୍ୟ ଆଥେଲିଟକ୍ସ ଲାଗି ଅର୍ଜୁନ ସମ୍ମାନ ପାଇଥିବା ନିରଜ ଚୋପ୍ରା, ୨୦୧୮ ଏସିଆନ ଗେମ୍ସରେ ଜାଭଲିନ୍ ଥ୍ରୋ ପାଇଁ ସୂର୍ଣ ପଦକ ଜିତିଛନ୍ତି। ସେହିପରି ନାଏବ ସୁବେଦାର ଜିନସନ୍ ଜନସନ୍ ଏବଂ ହିମା ଦାସ ଏସିଆନ ଗେମ୍ସରେ ସୂର୍ଣ ପଦକ ଜିଣିଛନ୍ତି ।Dutee-Chandଦୂତୀ କଣ ଅଯୋଗ୍ୟ ?
ଅପରପକ୍ଷରେ ଏସିଆନ ଗେମ୍ସରେ ମହିଳା ୧୦୦ ଓ ୨୦୦ମିଟର ଦୌଡରେ ଦ୍ୱିତୀୟ ସ୍ଥାନରେ ୨ଟି ରୌପ୍ୟ ପଦକ ଆଣିଛନ୍ତି। ଦୀର୍ଘ ବର୍ଷ ପରେ ମହିଳା ବର୍ଗରେ ଉଭୟ ୧୦୦ ଓ ୨୦୦ମିଟରରେ ଗୋଟିଏ ଏସିଆନ ଗେମ୍ସରୁ ଜଣେ ଭାରତୀୟ ଖେଳାଳି ପଦକ ଆଣିଛନ୍ତି ଦୂତୀ ଚାନ୍ଦ । ଏହାସହ ୨୦୧୭ରେ ଭୁବନେଶ୍ୱରରେ ଅନୁଷ୍ଠିତ ଏସିଆନ ଚମ୍ପିଆନସିପରେ ୨ଟି ପଦକ ଜିଣିଥିଲେ ଦୂତୀ। ଏସବୁ ରେର୍କଡକୁ ତର୍ଜମା କଲେ ଲାଗୁଛି ଦୂତୀ ଚାନ୍ଦ ଅର୍ଜୁନ ସମ୍ମାନ ପାଇଁ ହକଦାର । ହେଲେ ଦୂତୀଙ୍କ ସଫଳତାକୁ ଜାତୀୟ କ୍ରୀଡା ସମ୍ମାନ ପ୍ରଦାନ ଚୟନକାରୀ କମିଟି ଅଣଦେଖା କଲାପରି ମନେ ହେଉଛି ।DUTEE CHANDମହିଳା ୨୦୦ ମିଟର ଦୌଡ଼ରେ ଦୀର୍ଘ ୧୬ ବର୍ଷ  ପ୍ରତୀକ୍ଷାର ଅନ୍ତ ଘଟାଇ ଥିଲେ ଦୂତୀ। ୨୦୦୨ରେ ସରସ୍ୱତୀ ଶାହ ୨୦୦ ମିଟର ମହିଳା ଦୌଡ଼ରେ ଗୋଲ୍ଡ ମେଡାଲ ଜିତିଥିଲେ । ଏହି ୨୦୦ ମିଟରରେ ଦେଶକୁ ୧୬ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା । ଓଡ଼ିଆ ଝିଅ ଦୂତୀ ଗତ ଅଗଷ୍ଟ ୨୯ରେ ରୌପ୍ୟ ପଦକ  ଜିତି ଦେଶ ପାଇଁ ଗୌରବ ଆଣିଲେ।
ସମ୍ମାନିତ ୭ ଓଡ଼ିଆ
ତେବେ ଓଡ଼ିଶାରୁ ପୂର୍ବରୁ ୭ଜଣ ଖେଳାଳି ଅର୍ଜୁନ ଆଓ୍ୱାର୍ଡ ପାଇଛନ୍ତି । ୧୯୮୧ରେ ମହିଳା ସାଇକେଲ ଚାଳକ ମୀନତି ମହାପାତ୍ର ପ୍ରଥମ ଓଡ଼ିଆ ଭାବେ ପାଇଥିଲେ ଅର୍ଜୁନ ସମ୍ମାନ। ଏହାପରେ ବିଜୟ ଶତପଥୀ, ରଚିତା ପଣ୍ଡା, ହକି ତାରକା ଦିଲ୍ଲୀପ ତୀର୍କି, ଇଗନେସ୍ ତୀର୍କି, ଜ୍ୟୋତି ସୁନୀତା କୁଲୁ, ଏବଂ କେ.ରବିକୁମାର। ହେଲେ ୭ବର୍ଷ ପରେ ଓଡ଼ିଆମାନେ ଆଶା କରୁଥିଲେ ଦୂତୀଙ୍କୁ ଏବର୍ଷ ମିଳିବ ଅର୍ଜୁନ ଆଓ୍ୱାର୍ଡ। କିନ୍ତୁ ଜାତୀୟ କ୍ରୀଡା ସମ୍ମାନ ପାଇବାକୁ ଓଡ଼ିଶାକୁ ଅପେକ୍ଷା କରିବାକୁ ପଡିବ।

Arjuna Awards 2018Dutee ChandMinistry of Youth Affairs & SportsNational Sports Awards 2018
Tweet
0
ରିଲ୍ ନୁହେଁ, ରିଏଲରେ ଭୂତକୁ ସାମ୍ନା କରି ହୋଟେଲ୍ ରୁମ୍ ଛାଡିଲେ ବଲିଉଡ ସେଲିବ୍ରିଟି
ଆଧାରକୁ ମିଳିଲା ସାମ୍ବିଧାନିକ ମାନ୍ୟତା, କିନ୍ତୁ ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ସିମ୍ ପାଇଁ ଆଧାର ଜରୁରୀ ନୁହେଁ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.