ଜୀବନରେ ବେଳେବେଳେ ଏଭଳି କିଛି ଘଟଣା ଘଟେ ଯାହା ଗତିପଥ ବଦଳାଇ ଦିଏ। କାହାପାଇଁ ଏ ଟର୍ଣ୍ଣିଂ ପଏଣ୍ଟ ପ୍ରାଚୁର୍ଯ୍ୟ ଆଣିଦିଏ ତ କାହାପାଇଁ ସର୍ବନାଶକୁ ନିମନ୍ତ୍ରଣ କରେ। ବଲିଉଡର ଚର୍ଚ୍ଚିତ ନାୟିକା ସାଜି ଅନେକଙ୍କ ମନ ଜିଣିଥିବା ମନ୍ଦାକିନି ଓରଫ ୟସ୍ମିନ୍ ଜୋସେଫଙ୍କୁ ଜୀବନରେ ଏଭଳି କିଛି ଘଟଣା ଘଟିଥିଲା ଯାହା ତାଙ୍କ ବର୍ବାଦୀକୁ ନିମନ୍ତ୍ରଣ କରିଥିଲା। ଯାହା ଫଳରେ ବଲିଉଡରୁ ତାଙ୍କ ନାଁ ହଜିଯାଇଥିଲା । ଏକ ନାମ ଯାହା ରାତାରାତି ଏକ ଉଜ୍ଜ୍ୱଳ ତାରକା ପାଲଟିଥିଲା ସେଭଳି ନାୟିକାଙ୍କ କ୍ୟାରିୟର ଯେତେ ଶୀଘ୍ର ଉପରକୁ ଉଠିଥିଲା ସେତେ ଶୀଘ୍ର ତଳକୁ ଖସିଆସିବ ବୋଲି କେହି ବିଶ୍ୱାସ ବି କରିନଥିଲେl ଗୋଟାଏ ଅଘଟଣ ହିଁ ତାଙ୍କ ରାଇଜିଙ୍ଗ ଫିଲ୍ମ କ୍ୟାରୀୟରରେ ପୂର୍ଣ୍ଣଛେଦ ପକାଇଥିଲା।
୧୬ ବର୍ଷରେ ସୁପରହିଟ
ମନ୍ଦାକିନି ଖୁବ୍ କମ୍ ବୟସରୁ ହିଁ ଅଭିନୟରେ ପାଦ ଥାପିଥିଲେ।୧୯୮୫ ରେ ରାମ ତେରୀ ଗଙ୍ଗା ମେଲିରେ ନଜର ଆସିଥିଲେ ୧୬ ବର୍ଷର ଝିଅ ମନ୍ଦାକିନୀ। ଏହି ଚଳଚ୍ଚିତ୍ରଟି ଏକ ସୁପର ହିଟ୍ ହୋଇଥିଲା ଏବଂ ମନ୍ଦାକିନୀ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେl ଏହି ଚଳଚିତ୍ର ଆର.କେ ବ୍ୟାନରେ ପ୍ରସ୍ତୁତ ହୋଇଥିଲା, ହିରୋ ଥିଲେ ତାଙ୍କ ଭାଇ ରାଜୀବ କପୁର ।ବାସ୍ତବରେ, ମନ୍ଦାକିନୀଙ୍କ ଫିଲ୍ମରେ ଅଭିନୟ ଅପେକ୍ଷା ତାଙ୍କ ବୋଲ୍ଡ ଲୁକ୍ ପାଇଁ ସେ ବେଶୀ ସମୟ ହେଡଲାଇନ୍ ରହୁଥିଲେ। ଏହି ଚଳଚ୍ଚିତ୍ରଟି ମନ୍ଦାକିନଙ୍କୁ ସେସବୁ ସଫଳତା ଦେଇଥିଲା ଯାହା ଜଣେ ଅଭିନେତ୍ରୀ ତାଙ୍କର ପ୍ରଥମ ଚଳଚ୍ଚିତ୍ରରୁ ପାଇବା ପାଇଁ ସ୍ୱପ୍ନ ଦେଖନ୍ତି ରାମ ତେରୀ ଗଙ୍ଗା ମେଲି ପରେ ମନ୍ଦାକିନ ଗୋଟିଏ ପରେ ଗୋଟିଏ ଚଳଚିତ୍ର ର ଅଫର ପାଇବା ଆରମ୍ଭ କରିଥିଲେ।୮୫ ରୁ ୯୦ ମଧ୍ୟରେ ମନ୍ଦାକିନ ବହୁତ ଗୁଡିଏ ଚଳଚ୍ଚିତ୍ରରେ ସଫଳତାର ହାସଲ କରିଥିଲେ।
ସେହି ଗୋଟାଏ ଫଟ ଯାହା ନିମନ୍ତ୍ରିତ କରିଥିଲା ମନ୍ଦାକିନିଙ୍କ ବର୍ବାଦୀ
୧୯୯୦ ଦଶନ୍ଧିରେ, ମନ୍ଦାକିନୀଙ୍କ ଜୀବନରେ ବର୍ବାଦୀର ଆରମ୍ଭ ହୋଇଥିଲା। ତାଙ୍କ କ୍ୟାରୀୟରରେ ଏଭଳି ଦାଗ ଲାଗିଥିଲା ଯେ ଏହି ତାରକା ନିଜେ ଚଳଚିତ୍ର ଦୁନିଆରୁ ହଜିଗଲେ । ବାସ୍ତବରେ, ୯୦ ଦଶକର ଆରମ୍ଭରେ, ମନ୍ଦାକିନଙ୍କ ନାମ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ସହିତ ଜଡିତ ଥିଲା।ଦାଉଦଙ୍କ ସହିତ ମନ୍ଦାକିନଙ୍କ ଫଟୋ ଖବରକାଗଜରେ ଖୁବ୍ ଭାଇରାଲ୍ ହୋଇଥିଲା। କୁହାଯାଏ ଯେ ମନ୍ଦାକିନୀ ଏବଂ ଦାଉଦ ମଧ୍ୟରେ ଏକ ପ୍ରେମ ସମ୍ପର୍କ ଥିଲା।
ମାର୍ଚ୍ଚ ୧୨, ୧୯୯୩ ରେ ମୁମ୍ବାଇରେ ସିରିଏଲ ବୋମା ବିସ୍ଫୋରଣ ମୁଖ୍ୟ ଅଭିଯୁକ୍ତ ଦାଉଦ ଦେଶରୁ ପଳାଇ ଯାଇଥିବାବେଳେ ପୋଲିସ ତଦନ୍ତରେ ବହୁ ବଲିଉଡ ଅଭିନେତାଙ୍କ ସମେତ ମନ୍ଦାକିନିଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣିଥିଲା। ଏକ ଗୁଜବ ମଧ୍ୟ ସାମ୍ନାକୁ ଆସିଥିଲା ଯେ ଦାଉଦ ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକଙ୍କୁ ହତ୍ୟା କରିଥିଲେ ଯିଏ ତାଙ୍କ ଚଳଚ୍ଚିତ୍ରରେ ମନ୍ଦାକିନୀଙ୍କୁ କାଷ୍ଟ କରିବାକୁ ମନା କରିଦେଇଥିଲେ।ଦାଉଦଙ୍କ ନାମ ମନ୍ଦାକିନୀଙ୍କ ପାଇଁ କଳଙ୍କ ସାବ୍ୟସ୍ତ ହୋଇଥିଲା , ଯାହାକି ତାଙ୍କ କ୍ୟାରିଅରର ଟର୍ଣ୍ଣିଙ୍ଗିପଏଣ୍ଟ ବୋଲି କୁହାଯାଏ।୧୯୯୬ ରେ, ମନ୍ଦାକିନିଙ୍କୁ ଶେଷ ଥର ପାଇଁ ‘ଜୋରଦାର ‘ ନାମକ ଚଳଚିତ୍ର ରେ ଦେଖିବାକୁ ମିଳିଥିଲେ। ଏହାପରେ ସେ ବଲିଉଡରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା