Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଦୁର୍ଘଟଣା ଯାହା ବଦଳାଇଥିଲା ଅମଜଦଙ୍କ ଜୀବନ

By admin • June 29, 2019 • ଫିଲ୍ମ

ବଲିଉଡର ଗବର ସିଂହ ଅର୍ଥାତ୍ ଅମଜଦ୍ ଖାନ୍ ଜଣେ ଲୋକପ୍ରିୟ କଳାକାର।ସିନେମା କ୍ୟାରିୟରରେ ଉଭୟ ନେଗେଟିଭ୍ ଓ ପଜିଟିଭ୍ ଚରିତ୍ରରେ ଅଭିନୟ କରିଛନ୍ତି ଅମଜଦ୍।ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି।ଫିଲ୍ମ ‘ସୋଲେ’ର ଗବର୍ ଆଜି ବି ତାଙ୍କୁ ଦର୍ଶକଙ୍କ ହୃଦୟରେ ଜୀବିତ ରଖିଛି।କେବେ ହସାଉଥିବା ତ କେବେ ଖଳନାୟକ ହୋଇ ଦର୍ଶକଙ୍କୁ ଡରାଉଥିବା ଅମଜଦଙ୍କ ଜୀବନରେ ଏମିତି ଘଟିଥିଲାଯାହାର କଳ୍ପନା କେହି କରିନଥିବେ।ଅମଜଦ ଖାନଙ୍କ ଜୀବନର ଗତିପଥକୁ ସଂପୂର୍ଣ୍ଣ ପରିବର୍ତ୍ତନ କରିଥିଲା ସେହି ଘଟଣା।

୧୯୭୯ରେ ଆସିଥିବା ଫିଲ୍ମ ‘ଦ ଗ୍ରେଟ ଗେମ୍ବଲର’ର ସମୟର କଥା।ସେତେବେଳେ ଫିଲ୍ମର ସୁଟିଂ ଗୋଆରେ ଚାଲିଥିଲା। ଅମଜଦ୍ ଖାନ୍ ତାଙ୍କ ପତ୍ନୀ ଓ ପିଲାଙ୍କ ସହ ଗୋଆ ଯାଉଥିଲେ।ରାସ୍ତାରେ ହଠାତ ଭୟଙ୍କର ଦୁର୍ଘଟଣା ହୋଇଥିଲା।ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ସହାୟତାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।ଖବର ଶୁଣି ଅମିତାଭ ବଚ୍ଚନ ତାଙ୍କୁ ଦେଖିବା ପାଇଁ ହସ୍ପିଟାଲ ପହଞ୍ଚିଥିଲେ।ଅମିତାଭ୍ ଜାଣିବାକୁ ପାଇଲେ ଅମଜଦ୍ ଠିକ୍ ଭାବରେ ନିଃଶ୍ୱାସ ନେଇପାରୁନାହାନ୍ତି।ଏହାସହ ଅମଜାଦଙ୍କ ୧୩ଟି ହାଡ ଭାଙ୍ଗିଯାଇଛି ଏବଂ ଫୁସଫୁସରେ ଖୁବ ଗଭୀର ଆଘାତ ଲାଗିଛି। ଶୀଘ୍ର ଅପରେସନ କରିବାକୁ ପଡିବ।

ଅପରେସନ୍ ପୂର୍ବରୁ ହସ୍ପିଟାଲରେ ଅନେକ ପେପର ଓ୍ୱାର୍କ କରିବାର ଥିଲା।ସେତେବେଳେ ଅମଜଦଙ୍କ ପତ୍ନୀଙ୍କର ମଧ୍ୟ ଚିକିତ୍ସା ଚାଲିଥିଲା।ମୁମ୍ବାଇରୁ ଏତେ ଶୀଘ୍ର ଅମଜାଦଙ୍କ ପରିବାର ଲୋକେ ଆସିବା ମଧ୍ୟ ସମ୍ଭବ ନଥିଲା।ତେଣୁ ସବୁ କାଗଜପତ୍ରରେ ଅମିତାଭ ନିଜେ ସାଇନ୍ ଦେଇଥିଲେ।ତାପରେ ଅପରେସନ ଆରମ୍ଭ ହୋଇଥିଲା।କୁହାଯାଏ,ଏହି ଘଟଣା ପରଠୁ ଅମଜାଦ ଓ ଅମିତାଭଙ୍କ ମଧ୍ୟରେ ବନ୍ଧୁତ୍ୱ ଗଭୀର ହୋଇଥିଲା।
ଏହି ଦୁର୍ଘଟଣା ଅମଜାଦଙ୍କ ଜୀବନକୁ ବଦଳାଇ ଦେଇଥିଲା।ଏକ ଇଣ୍ଟରଭ୍ୟୁରେ ଅମଜାଦ ଖାନଙ୍କ ପତ୍ନୀ ଶୈଲା କହିଥିଲେ କି,ଏହି ଦୁର୍ଘଟଣା ପରେ ସବୁ ଯେପରି ଅଟକିଯାଇଥିଲା।ମେଡିସିନର ସାଇଡ୍ ଇଫକ୍ଟେ ଏବଂ ଚାଲି ବୁଲି ନପାରିବା ଯୋଗୁଁ ଅମଜଦଙ୍କ ଓଜନ ଦିନକୁ ଦିନ ବଢିବାରେ ଲାଗିଥିଲା।ଶେଷରେ ୧୯୯୨ ଜୁଲାଇ ୨୭ରେ  ଆଖି ବୁଜିଥିଲେ ଅମଜଦ।

Amajad KhanAmitabh BachchanBollywoodSholay
Tweet
0
ଶ୍ରୀଦେବୀଙ୍କ ଝିଅ ସହ ଆତ୍ମାର ଭେଟଘାଟ ହେଲା ମନାଲିରେ!
୨୦ବର୍ଷର ଅପେକ୍ଷା ପରେ କେନ୍ଦ୍ରାପଡ଼ା ଦେଖିଲା ଇଞ୍ଜିନ

About the Author

admin

You Might Also Like

  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

  • ନୂଆ ବର୍ଷରେ ଭୂତ ଆସିବ! ଟ୍ୱିଣ୍ଟି-20ର ପ୍ରଥମ ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ’

  • ରାନୁଙ୍କ ସହ ଧୋକା !

  • ବଙ୍ଗାଳୀ ତଡ଼କା ସହ ଫେରିଲା ରଙ୍ଗବତୀ,ସୋସିଆଲ ମିଡିଆରେ ଧମାକା

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.