Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବାବୁଶାନଙ୍କ ବଦଳିଲା ଠିକଣା:ପାଉଣ୍ଡ କମାଇବାକୁ ଲଣ୍ଡନରେ କରୁଛନ୍ତି ଗୋଲମାଲ ଲଭ

By admin • June 17, 2019 • ଫିଲ୍ମ

ରଜରେ ଓଡ଼ିଆ ସିନେ ଦର୍ଶକଙ୍କୁ ଝୁମାଇଲା ଦୁଇ ଦୁଇଟା ଲଭ ଷ୍ଟୋରୀ।ଚିରାଚରିତ ଫ୍ୟାମିଲି କାହାଣୀ ବଦଳରେ ଓଡ଼ିଆ ସିନେପ୍ରେମୀ,ଏଥର ରୋମାନ୍ସ ଓ କମେଡି ଫିଲ୍ମକୁ ପସନ୍ଦ କରିଛନ୍ତି।ବାବୁଶାନ ଓ ତମନ୍ନାଙ୍କ‘ଗୋଲ୍‌ମାଲ୍ ଲଭ୍’ ଏବଂ ‘ତୁ ମୋ ଲଭ୍ ଷ୍ଟୋରୀ-ଟୁ’ ଦର୍ଶକଙ୍କ ରଜ ବଜାରକୁ ଖୁବ ତାଜା କରିଦେଲା।ତୁ ମୋ ଲଭ୍ ଷ୍ଟୋରୀର ସିକ୍ୱେଲ୍‌ରେ ସ୍ୱରାଜ-ଭୂମିକାଙ୍କ ସହ ପୁରୁଣା ହିଟ୍ ଯୋଡି ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିଛି।
‘ଗୋଲ୍‌ମାଲ୍ ଲଭ୍’ରେ ନାୟକ ବାବୁଶାନଙ୍କ ଲଣ୍ଡନ୍‌ରେ ସେଟ୍‌ଲ ହୋଇ ପାଉଣ୍ଡ କମାଇବାର ସ୍ୱପ୍ନ ଦେଖୁଛନ୍ତି। ବାବୁଶାନଙ୍କ ଡ୍ରିମ୍ ହେଉଛି ଜଣେ NRI(ପ୍ରବାସୀ ଭାରତୀୟ)ଙ୍କୁ ବାହାହେବା।ହଠାତ୍ ତାଙ୍କୁ ମିଳି ଯାଉଛନ୍ତି ନାୟିକା ତମନ୍ନା, ଯିଏ ଲଣ୍ଡନରେ ରୁହନ୍ତି।ଏଭଳି କାହାଣୀ ରଜ ବଜାରକୁ ସରଗରମ କରିଛି ଫିଲ୍ମ ଗୋଲ୍‌ମାଲ୍ ଲଭ୍।ଫୁଲ୍ କମେଡ଼ିରେ ଭରପୁର ଏହି ଫିଲ୍ମରେ ପ୍ରଥମ ଥର ପାଇଁ ବାବୁଶାନ୍ ଓ ତମନ୍ନାଙ୍କ ଯୋଡ଼ି ନଜର ଆସିଛନ୍ତି।ରଜ ୩ଦିନ ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ଼ ଜମିଥିଲା।

ଖାସ୍‌ କରି ବାବୁସାନ୍‌ଙ୍କ ଫ୍ୟାନ୍ ଫିଲ୍ମ ଦେଖିବାକୁ ପରିବାର ଲୋକ ଯିବାର ଦେଖିବାକୁ ମିଳିଥିଲା ତରଙ୍ଗ ପ୍ରଡକସନର ଏହି ଫିଲ୍ମରେ ଅଶୋକ ପତି ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ଦିବଂଗତ ଅଭିନେତା ସଲିଲ୍ ମିତ୍ରଙ୍କ ସହ ବିଜୟ ମହାନ୍ତି,ଜୀବନ ପଣ୍ଡା ଓ ଶ୍ରୀତମ୍ ପ୍ରମୁଖ ଅଭିନୟ କରିଛନ୍ତି।ଅଭିଜିତ ମଜୁମଦାରଙ୍କ କମ୍ପୋଜିସନ୍‌ରେ ସର୍ଜିକାଲ୍ ଷ୍ଟ୍ରାଇକ୍,ପ୍ୟାର୍ କରିବି କୁଞ୍ଚମ୍ କୁଞ୍ଚମ୍ ଭଳି ଏହି ଫିଲ୍ମର ଗୀତ ଗୁଡ଼ିକ ରିଲିଜ୍ ପୂର୍ବରୁ ହିଟ୍ ହୋଇସାରିଛି। 

ତରଙ୍ଗର ଦ୍ୱିତୀୟ ରଜ ଭେଟି ଭାବେ ପରଦାକୁ ଆସିଛି ରୋମାନ୍ସର ଡବଲ୍ ଡୋଜ୍  ତୁ ମୋ ଲଭ୍ ଷ୍ଟୋରି-ଟୁ।ତୁ ମୋ ଲଭ୍ ଷ୍ଟୋରୀର ଏହି ସିକ୍ୱେଲ୍‌ରେ ଧମାଲ୍ କରିଛି ଦୁଇଟି ହିଟ୍ ଯୋଡ଼ି ସ୍ୱରାଜ-ଭୂମିକା ଓ ସିଦ୍ଧାନ୍ତ-ଅନୁ ଚୌଧୁରୀ।ପ୍ରେମ୍ ଆନନ୍ଦ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ତାପସ ସରଘରିଆ।ଭୁବନେଶ୍ୱର,ବାରିପଦା ଓ ଆଣ୍ଡାମାନ୍‌ରେ ସୁଟିଂ ହୋଇଛି।ସ୍ୱରାଜ ଏବଂ ଭୂମିକା ‘ତୁ ମୋ ଲଭଷ୍ଟୋରୀ ପ୍ରଥମ ଅବଦାନ ସୁପର ହିଟ ହୋଇଥିଲା।ପାର୍ଟ-୨ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁଛି।

Babusan mohantyGolmal LoveSidhant mohapatraTu Mo Love Story-2
Tweet
0
ପାକିସ୍ତାନ ବିପକ୍ଷରେ ହିଟ୍ ମ୍ୟାନ୍ ସୋ, ଶତକ ମାରିଲେ ରୋହିତ ଶର୍ମା
ସୋନିଆ ଗାନ୍ଧିଙ୍କ ଦୁର୍ଗରେ ରେଲଓ୍ୱେ ଓ ଗଙ୍ଗା ଏକ୍ସପ୍ରେସରେ ପଶିବ BJP

About the Author

admin

You Might Also Like

  • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

  • ନୂଆ ବର୍ଷରେ ଭୂତ ଆସିବ! ଟ୍ୱିଣ୍ଟି-20ର ପ୍ରଥମ ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ’

  • ରାନୁଙ୍କ ସହ ଧୋକା !

  • ବଙ୍ଗାଳୀ ତଡ଼କା ସହ ଫେରିଲା ରଙ୍ଗବତୀ,ସୋସିଆଲ ମିଡିଆରେ ଧମାକା

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.