ସଂରକ୍ଷଣ ପାଇଁ ପଞ୍ଚାୟତ ସ୍ତରରେ ଦସ୍ତଖତ ଅଭିଯାନ ଚଳାଇବ ବିଜେପି

ପଛୁଆ ବର୍ଗଙ୍କୁ ପଂଚାୟତ ନିର୍ବାଚନରେ ସଂରକ୍ଷଣ ପାଇଁ ପଂଚାୟତସ୍ତରରେ ଦସ୍ତଖତ ଅଭିଯାନ ଚଳାଇବ ବିଜେପି ବିଗତ କିଛି ଦିନର କାର୍ଯ୍ୟକଳାପରୁ ରାଜ୍ୟ ସରକାରଙ୍କ ପଛୁଆ ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରିବାର ଆନ୍ତରିକତାର ଅଭାବ ଥିବା ଯୁକ୍ତି ବାଢ଼ିଛନ୍ତି ବିଜେପି ବିଧାୟକ ।ଆଗାମୀ ପଂଚାୟତ ନିର୍ବାଚନରେ ରାଜ୍ୟ ସରକାର କୋର୍ଟଙ୍କ ଆଳ ଦେଖାଇ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରାଇବାକୁ ଷଡ଼ଯନ୍ତ୍ର କରିବା ଅତ୍ୟନ୍ତ ଦୁର୍ଭଗ୍ୟଜନକ ଏବଂ ପଛୁଆ ବର୍ଗ ବିରୋଧୀ ବୋଲି ସେମାନେ ମତପ୍ରକାଶ କରିଛନ୍ତି।

ଓଡିଶା ସରକାର ଉଦାସୀନ କାହିଁକି?
ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଓଡ଼ିଶା ସରକାର ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନ।ତେଣୁ ରାଜ୍ୟର ୫୪ ପ୍ରତିଶତ ପଛୁଆ ବର୍ଗଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ବିଜେପି ତା’ର ଆନ୍ଦୋଳନକୁ ଜୋରଦାର କରିବ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାପାଳ ଏବଂ ବ୍ଲକ ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ।ଏହାସହିତ ରାଜ୍ୟତମାମ ପଂଚାୟତ ସ୍ତରରେ ଦସ୍ତଖତ ସଂଗ୍ରହ ଅଭିଯାନ କରାଯାଇ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।
Connect With Us