ବିଧାନସଭାରେ ଉପସ୍ଥାପନ ହୋଇଛି ରାଜ୍ୟ ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରହିଛି।ପର୍ଯ୍ୟଟନ କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ୬୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୨୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।ସେହିପରି ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୩୨୦ ଟଙ୍କାର ବ୍ୟୟବରାଦ କରିଛନ୍ତି।
ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ବୃଦ୍ଧି ପାଇଛି। ଗ୍ରାମାଞ୍ଚଳରେ ଏହି ସହାୟତା ରାଶିକୁ ୨ ହଜାରରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ, ସହରାଞ୍ଚଳରେ ଏହି ସହାୟତା ରାଶିକୁ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ପାଣ୍ଠି ପାଇଁ ୫୦ କୋଟି, କ୍ରୀଡା ଓ ଯୁବସେବା ବିଭାଗ ପାଇଁ ୧୨୧୭ କୋଟିର ବ୍ୟୟବରାଦ କରାଯାଇଛି।ହସ୍ପିଟାଲ ପାଇଁ ୧୦୦ କୋଟି, ବନବିଭାଗ ପାଇଁ ୨୧୮୪ କୋଟି,କାଳିଆ ଯୋଜନାରେ ୩୧୭୨ କୋଟି,ବସୁଧା ଯୋଜନାରେ ୪୭୫୦ କୋଟି ଓ ପାଇପ ଯୋଗେ ଜଳଯୋଗାଣ ପାଇଁ ୧୩,୨୧୫ କୋଟିର ବ୍ୟୟବରାଦ ହୋଇଛି।
ଏଥର ବଜେଟରେ ଅନେକ ନୂଆ ଯୋଜନା ମଧ୍ୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।
୧-ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ- ୧୨୦ କୋଟି।
୨-ମୁଖ୍ୟମନ୍ତ୍ରୀ ସଂମ୍ପୂର୍ଣ୍ଣ ପୁଷ୍ଟି ଯୋଜନା- ୨୫୦ କୋଟି ।
୩ -ଆମ ହସ୍ପିଟାଲ ଯୋଜନା – ୭୫୦ କୋଟି।
୪ ମୁଖ୍ୟମନ୍ତ୍ରୀ ମତ୍ସଜୀବୀ କଲ୍ୟାଣ ଯୋଜନା – ୨୧୦ କୋଟି ।
୫- ବନ ସୁରକ୍ଷା ସମିତି – ୨୫୦ କୋଟି।
୬ – ୧୨-ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟିର ବ୍ୟୟବରାଦ ।
୭ ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ -୧୪୪୬ କୋଟି ।
୮-ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଉଦ୍ୟୋଗ- ୧୦୦ କୋଟି ।
୯-ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ – ୮୧୧ କୋଟି।
୧୦-ଆମ ବସଷ୍ଟାଣ୍ଡ ପାଇଁ ବଜେଟରେ ୧୫୦ କୋଟିର ବ୍ୟବସ୍ଥା।
୧୧ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯ କୋଟି।
୧୨ -ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି।
୧୩-ବିଦେଶ ବିମାନ ଉଡାଣ ଯୋଜନା ପାଇଁ ୧୦୦ କୋଟିର ବ୍ୟବସ୍ଥା ନେଇ ଘୋଷଣା କରାଯାଇଛି।