Featured/ ନ୍ୟୁଜ୍

ଗୀତାକୁ ଛୁଇଁ କାହିଁକି କୋର୍ଟରେ ନିଆଯାଏ ଶପଥ

‘’ମୁଁ ଗୀତା ଛୁଇଁ ଶପଥ କରି କହୁଛି ଯାହା କହିବି ସତ କହିବି,ସତ ଛଡା ମିଛ କହିବି ନାହିଁ’’ ଉଦ୍ଧୃତ ବାକ୍ୟଟି ସହିତ ଆମେ ସମସ୍ତେ ପ୍ରାୟତଃ ପରିଚିତ।ବିଶ୍ୱର ସର୍ବବୃହତ୍ ଗଣନାନ୍ତ୍ରୀକ ରାଷ୍ଟ୍ର ଭାରତର  ନ୍ୟାୟପାଳିକା ଉପରେ ହିଁ ସମସ୍ତଙ୍କର ଅତୁଟ ଭରସା ରହିଛି। ବିଚାରରେ ନିରପେକ୍ଷତା ଆମ ନ୍ୟାୟିକ ବ୍ୟବସ୍ଥାର ବିଶେଷତ୍ତ୍ୱ। ତେବେ ପ୍ରମାଣ ଉପରେ ପର୍ଯ୍ୟବେଷିତ ନ୍ୟାୟିକବ୍ୟବସ୍ଥାରେ ଶପଥପାଠର ଏକ ପ୍ରଥା ରହିଛି।ଯେଉଁ ପ୍ରକ୍ରିୟାରେ ଅଭିଯୁକ୍ତ ନିଜର ମତ ରଖିବା ପୁର୍ବରୁ ଧର୍ମଗ୍ରନ୍ଥ ଛୁଇଁ ଶପଥ କରିଥାଏ।ଆସନ୍ତୁ ଆମ ବିଚାର ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ଏ ପ୍ରକ୍ରିୟା ବିଷୟରେ ଜାଣିବା।

ନ୍ୟାୟାଳୟ

ଗୀତା ଛୁଇଁବାର ପ୍ରଥା କେବେଠୁ…
ବିଚାର ସମୟରେ ଗୀତା ଛୁଇଁବାର ପ୍ରଥା ମୋଗଲ ଶାସନ ସମୟରୁ ପ୍ରଚଳିତ ହୋଉଥିବା ବିଶେଷଜ୍ଞ ହେମନ୍ତ ସିଂ ସ୍ପଷ୍ଟ କରିଛନ୍ତି।ସେ ସମୟରୁ ହିଁ ଧର୍ମଗ୍ରନ୍ଥ ଉପରେ ହାତରଖି ଶପଥ କରି ଉଭୟପକ୍ଷ ମତ ରଖୁଥିଲେ ।ଧର୍ମଗ୍ରନ୍ଥ ଛୁଇଁ ମିଛ କୁହାଯାଏ ନାହିଁ ତେଣୁ ଉଭୟପକ୍ଷଠୁ ପ୍ରକୃତ ସତ ଜାଣିବାପାଇଁ ସେମାନଙ୍କୁ ଧର୍ମଗ୍ରନ୍ଥ ଛୁଆଁଯାଉଥିଲା।ଧର୍ମଗ୍ରନ୍ଥ ଉପରେ ହାତ ରଖି ସେମାନେ ନିଜର କଥା ଉପସ୍ଥାପନ କରୁଥିଲେ।ଯାହା ଫଳରେ ବିଚାର ସତ ଉପରେ ଆଧାରିତ ଥିଲା ବୋଲି ବିଶ୍ୱାଷ କରାଯଉଥିଲା।କେବଳ ମୋଗଲ ଶାସନ ନୁହେଁ ଇଂରେଜ ଶାସନ ସମୟରେ ମଧ୍ୟ ଏ ପ୍ରଥା ପ୍ରଚଳିତ ଥିଲା। ନ୍ୟାୟିକ ବ୍ୟବସ୍ଥାକୁ ତ୍ରୁଟିଶୁନ୍ୟ କରିବାକୁ Indian Oath ACT 1873 ନାମରେ ଏକ ଆଇନ୍ ପ୍ରଣୟନ କରାଯାଇଥିଲା।ଏହି ଆଇନ୍ ଅନୁଯାୟୀ ସତ ଜାଣିବାକୁ ବିଚାର ପ୍ରକ୍ରିୟା ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କୁ ଧର୍ମଗ୍ରନ୍ଥ ଛୁଆଁ ଯାଉଥିଲା। ସ୍ୱାଧିନ ଭାରତରେ ମଧ୍ୟ ଏ ପ୍ରଥା ପ୍ରଚଳିତ ହୋଇଛି । ୧୯୬୯ମସିହାରେ ଏ ଆଇନ୍ କ୍ଷେତ୍ରରେ ସଂସ୍କାର ଅଣାଯାଇଛି। Indian Oath ACT 1873ରେ ସାମାନ୍ୟ ପରିବର୍ତ୍ତନ ଆଣି ଭାରତର ନ୍ୟାୟିକ ବ୍ୟବସ୍ଥାକୁ ସାର୍ବଜନୀନ ଓ ଧର୍ମନିରପେକ୍ଷବାଦର ପରିଚାୟକ ରୁପେ ଉପସ୍ଥାପିତ କରିବାକୁ Indian Oath ACT 1969 ପ୍ରଚଳନ କରାଯାଇଛି। ଏହି ଆଇନ୍ ଅନୁଯାୟୀ ଏବେ ବିଚାର ସମୟରେ ଈଶ୍ୱରଙ୍କ ନାମରେ ଶପଥ କରିବାକୁ ନିଷ୍ପତ୍ତି ନିଆଯାଇଛି।

ନ୍ୟାୟାଳୟ

 

ରାମାୟଣ ବଦଳରେ ଗୀତା କାହିଁକି?
ଭାରତରେ ଅନେକ ପ୍ରକାରର ଧର୍ମଗ୍ରନ୍ଥ ରହିଛି। ଧାର୍ମିକ ବିଶ୍ୱାସ ଉପରେ ଜନସାଧାରଣଙ୍କର ଜୀବନଚର୍ଯ୍ୟା ଆଧାରିତ। ଏଠାରେ ଇଶ୍ୱରବିଶ୍ୱାସୀଙ୍କ ସଂଖ୍ୟା ଢ଼େର୍ ଅଧିକ। ପୁରାଣର ପାରମ୍ପାରିକ ପ୍ରଥା ଉପରେ ଏବେବି ଅମାପ ବିଶ୍ୱାସ ରହିଛି। ରାମଙ୍କ ଜୀବନ ଆଧାରୀତ ରାମାୟଣ ଗ୍ରନ୍ଥକୁ ମଧ୍ୟ ସର୍ବୋତ୍କୃଷ୍ଟ ଗ୍ରନ୍ଥ ଭାବେ ସମ୍ମାନ ଦିଆଯାଏ। ତେବେ ରାମାୟଣରେ ଏକ ଆଦର୍ଶ ଜୀବନ ପନ୍ଥା ସମ୍ବନ୍ଧରେ ବର୍ଣ୍ଣନା ଥିଲା ବେଳେ ଗୀତାରେ ଜୀବନ ପାଇଁ ମାର୍ଗଦର୍ଶନ ସମ୍ବନ୍ଧରେ ବିସ୍ତୃତ ବର୍ଣ୍ଣନା ରହିଥିବାରୁ କୋର୍ଟରେ ବିଚାର ସମୟରେ ଗୀତା ଛୁଇଁବାର ପ୍ରଥା ପ୍ରଚଳିତ ହେବା କୁହାଯାଏ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା

You Might Also Like

No Comments

Leave a Reply