ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ବିଭିନ୍ନ ସମୟରେ ବିଭିନ୍ନ ବିବାଦରେ ଯୋଡି ହୋଇଛନ୍ତି। ରାଜନୈତିକ ଫାଇଦା ନେବାର ଅଭିଳାଷ ବା ଆସ୍ପର୍ଦ୍ଧା ହେତୁ ସେ ବିଭିନ୍ନ ସମୟରେ ସମାଲୋଚନାର ଶିଖରରେ ରହି ଆସିଛନ୍ତି। ବିଭିନ୍ନ ଅନୁଷ୍ଠାନ ସହ ଯୋଡି ହେଇ ମଙ୍ଗ ନେବା ଓ ଲୋକପ୍ରିୟତା ହାସଲ କରି ରାଜନୈତିକ ସ୍ୱାର୍ଥ ଆଳରେ ନୀରବ ରହି ଆସିଛନ୍ତି ସୌମ୍ୟ। ଚିଟ ଫଣ୍ଡ ମାମଲା ଓ ନବନିର୍ମାଣ ସଙ୍ଗଠନର ମୁଖ୍ୟ ପୁରୋଧା ସାଜି ଆନ୍ଦୋନର ମଙ୍ଗ ଧରିଥିବା ସୌମ୍ୟ ପଟ୍ଟନାୟକ ରାଜ୍ୟସରକାରଙ୍କ ଦୃଷ୍ଠି ଆକର୍ଶଣ କରି ରାଜ୍ୟସଭା ସିଟ୍ ହାତେଇଥିଲେ। ଦିନେ ନବୀନ ବାବୁଙ୍କ ଶାସନ ପ୍ରକିୟାକୁ ଅଙ୍ଗୁଳି ଉଠାଉଥିବା ସୌମ୍ୟ ପଟ୍ଟନାୟକ ଆଜି ତାଙ୍କରି ଦୟାରେ ବିଧାୟକ। କିନ୍ତୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ତାଙ୍କ ଭିତରେ ପ୍ରତିଶୋଧ ପ୍ରବଣତା ଦେଖାଦେଇଥିବା ଚର୍ଚ୍ଚା ହେଉଛି। ଜୁଲାଇ ୧୧ ରେ ମେ ଫେୟାର କନଭେନସନରେ ଆୟୋଜିତ ଅମିତ ଶାହା ଓ ବିଜେପିର ଯାତ୍ରା ପୁସ୍ତକର ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଯୋଗଦେଇ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ଅମିତ ଶାହାଙ୍କୁ ପ୍ରଶଂସା କରିବା ଓ ବିଜେପିକୁ ମାର୍ଗଦର୍ଶନ ଦେବା ବିଜେଡି ମହଲରେ ଅସନ୍ତୋଷର ମଞ୍ଜି ବୁଣିଛି।
ବିଜେପି ଆଡକୁ ଢ଼ଳିବେ କି ସୌମ୍ୟ
ବିଜେପି ଦ୍ୱାରା ଆୟୋଜିତ ସଭାରେ ଯୋଗଦେଇ ସୌମ୍ୟ ପଟ୍ଟନାୟକ ଅମିତ ଶାହାଙ୍କୁ ପ୍ରଶଂସା କରିଛନ୍ତି। କେତେବେଳେ ସମ୍ପାଦକୀୟ ଲେଖି ତା ଆଉ କେତେବେଳେ ଗଣମାଧ୍ୟମରେ ବୟାନ ଦେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୌମ୍ୟ। କେବଳ ସେତିକି ନୁହେଁ ସେ ବିଜେପିର ଜୟଯାତ୍ରା କାମନା ମଧ୍ୟ କରିଛନ୍ତି। ନିର୍ବାଚନ ପରିଚାଳନା ପାଇଁ ବୁଥ୍ ପରିଚାଳନା ଗୁରୁତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସୌମ୍ୟ ପଟ୍ଟନାୟକ। ବିଜେଡିରେ ବିଧାୟକ ଥାଇ ସେ ବିଜେପିର ବିକାଶ ପାଇଁ ମନ୍ତବ୍ୟ ଦେବା କିଛି ଅନ୍ୟ ଦିଗକୁ ଇସାରା କରୁଛି। ଏପରିକି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ତାଙ୍କୁ ସ୍ଥାନ ନ ମିଳିବା ହେତୁ ସେ ନିଜ ଅସନ୍ତୋଷ ବ୍ୟକ୍ତ କରିବାକୁ ଏପରି କହୁଥିବା ଚର୍ଚ୍ଚା ହେଉଛି। ୨୦୨୪ ରେ ବିଜେଡିରେ ନିଜ ସ୍ଥାନ ସମ୍ଭାବନା କ୍ଷୀଣ ଜାଣିବା ପରେ ବିଜେପି ଆଡକୁ ଢ଼ଳିପାରନ୍ତି ବେଲି ଚର୍ଚ୍ଚା ହେଉଛ। ପ୍ରଶଂସାର ପ୍ରତି ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୌମ୍ୟଙ୍କ ବଡପଣିଆ କଥା କହିଛନ୍ତି। ତାଙ୍କ ଭଳିଆ ଜଣେ ବ୍ୟକ୍ତିତ୍ୱକୁ ଅଣଦେଖା କରାଯାଇପାରିବ ନାହିଁ ସେ ମତ ରଖିଛନ୍ତି।ବିଜୁ ଜନତା ଦଳରେ ଉପଯୁକ୍ତ ଗୁରୁତ୍ତ୍ୱ ମିଳୁନଥିବାରୁ ସୌମ୍ୟପଟ୍ଟନାୟକ ଆଗକୁ ଦଳ ପରିବର୍ତ୍ତନ କରିପାରନ୍ତି ବୋଲି ରାଜନୈତିକ ଗୁଞ୍ଜରଣ ଆରମ୍ଭ ହୋଇଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା