Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ସୁନ୍ଦରଗଡ଼ରୁ ଜୁଏଲ ଓରାମକୁ ଆଉଟ୍ କରିବାକୁ ହକି ବିଶ୍ୱକପର ସ୍ପନସରସିପ୍!

By admin • September 10, 2018 • ସ୍ପୋର୍ଟସ୍
hockey-worldcup

ଭୁବଶ୍ୱେର: ପୁରୁଷ ବିଶ୍ୱକପହକି ଆସନ୍ତା ନଭେମ୍ବର 28ରୁ ଭୁବନେଶ୍ୱରରେ ଆରମ୍ଭ ହେବ। ଡିସେମ୍ବର 16ଯାଏଁ ଚାଲିବାକୁ ଥିବା 14ତମ ବିଶ୍ୱକପ ହକିରେ ୧୬ଟି ଦେଶଅଂଶଗ୍ରହଣ କରିବେ । ସେଥିପାଇଁ ଜାତୀୟ କ୍ରୀଡା ଦିବସ (ଅଗଷ୍ଟ29)ରୁ ଆରମ୍ଭ ହୋଇଛି MY HEART BEATS FOR HOCKEY କ୍ୟାମ୍ପେନ । ମୁଖ୍ୟମନ୍ତ୍ରୀ ଏହି କ୍ୟାମ୍ପେନର ଶୁଭାରମ୍ଭ କରିବା ସହ ସଂଗୀତ, ମନୋରଞ୍ଜନ, ଫ୍ୟାସନ, ପ୍ୟାନେଲ ଡିସ୍କସନ୍ଜରିଆରେ ହକି ପାଇଁ ଲୋକଙ୍କ ସମର୍ଥନ ଜୁଟାଇବା ଉଦ୍ଦେଶ୍ୟରେ ଏହି କ୍ୟାମ୍ପେନଆରମ୍ଭ ହେଉଛି ।

ତେବେ ହକି ପ୍ରତି ଓଡ଼ିଶା ସରକାରଙ୍କ ଆଗ୍ରହ ଯଥେଷ୍ଟ ଅଧିକ । ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ଲାଗି କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଲେ । ତା ପୂର୍ବରୁ 100 କୋଟି ଟଙ୍କା ନିବେଶ କରି ଜାତୀୟ ହକି ଦଳର ଆସନ୍ତା ୫ବର୍ଷ ପାଇଁ ପ୍ରାୟୋଜକ ହେଲେ । ସାଧାରଣତଃ କ୍ରୀଡାର ପ୍ରୟୋଜକ ସରକାରୀ କମ୍ପାନୀ ହୋଇଥାନ୍ତି, କୌଣସି ସରକାର ହୁଅନ୍ତି ନାହିଁ । ହେଲେ ଓଡ଼ିଶା ସରକାର ପ୍ରୟୋଜକ ହେବା ପଛରେ ଏକ ବଡ ଆଇଏଏସ ଗୋଷ୍ଠୀ ରହିଛନ୍ତି । ହକିର ବିକାଶ ହେଉ କି ନାହିଁ,କିନ୍ତୁ ସେମାନଙ୍କର ବିକାଶ ହେବ ବୋଲି ଆଲୋଚନା ହେଉଛି ।

ଅବଶ୍ୟ ହକିର ପ୍ରଚାର ପ୍ରସାର ଲାଗି ରାଜନୈତିକ ସ୍ତରରେ ଉଦ୍ୟମ କରିଛନ୍ତି ବିଜେଡି ସରକାର । ଭାରତୀୟ ହକି ଦଳର ପୂର୍ବତନ କ୍ୟାପଟେନ୍ ଦିଲ୍ଲୀପ ତିର୍କୀଙ୍କୁ ରାଜ୍ୟସଭା ପଠାଇଛି  । ଗତ ବର୍ଷ ଶେଷ ଆଡକୁ ବିଶ୍ୱ କପ ହକି ଲିଗ ଭୁବନେଶ୍ୱରରେ ଖେଳା ଯିବାରୁ ଓଡିଶା ହକି ହବ୍ ବୋଲି ବାର୍ତ୍ତା ଯାଇଛି । ତେବେ କୌଣସି କ୍ରୀଡାର ସରକାରୀ ଭାବେ ରାଜ୍ୟ ସରକାର ପ୍ରାୟଯୋକ ହେବାରେ ଦେଶରେ ଓଡ଼ିଶା ହୋଇଛି ପ୍ରଥମ ରାଜ୍ୟ । ଏମତି ନିଷ୍ପତ୍ତି ନେଇ ନବୀନ ପଟ୍ଟନାୟକ କୁଆଡେ ଗୋଟିଏ ଗୁଳିରେ ଦୁଇଟି ଶୀକାର କରିଛନ୍ତି । ରାଜ୍ୟରେ ଲଗାତାର ୪ଟର୍ମ ଧରି ଶାସନ କରୁଛନ୍ତି ନବୀନ । ହେଲେ ଏବେ ତାଙ୍କର ଲୋକପ୍ରିୟତା କମିଛି । ସରକାରୀ ବିରୋଧୀ ହାୱା ବି ବୋହିଲାଣି । ଏଭଳି ସ୍ଥିତିରେ ଶାସନ ଗାଦିକୁ ଫେରିବାକୁ ହକି ପ୍ରୟୋଜକ ଷ୍ଟ୍ରାଟେଜୀ ଆପଣେଇଛନ୍ତି। ଦ୍ୱିତୀୟରେ ବିଜେପିର ଏକମାତ୍ର ସାଂସଦ ଜୁଏଲ ଓରାମଙ୍କୁ 2019 ନିର୍ବାଚନରେ ହରାଇବା

ଦିଲ୍ଲୀପ ହେବେ ସେନାପତି

କାରଣ ଦିଲ୍ଲୀପ ତିର୍କୀଙ୍କୁ ଭରସା କରି ୨୦୧୪ ସାଧାରଣନିର୍ବାଚନରେ ହକି ଅନ୍ତୁଡିଶାଳ ସୁନ୍ଦରଗଡରେ ଶଙ୍ଖ ଫୁଙ୍ଖିବାକୁ ଚେଷ୍ଟା କରିଥିଲେ ନବୀନ । ହେଲେ ହାରୁ ହାରୁ ଅଳ୍ପକେ ବର୍ତ୍ତିଗଲେ ଜୁଏଲ। ଆଉ ଏହାରି ଭିତରେ ଗତ ଏପ୍ରିଲରେ ଦିଲ୍ଲୀପଙ୍କ ରାଜ୍ୟସଭା ଟର୍ମ ଶେଷ ହୋଇଛି। ଯଦିଓ ଦିଲ୍ଲୀପଙ୍କ ବାବଦରେ ସୁନ୍ଦରଗଡବିଜେଡି ସଂଗଠନ ନବୀନଙ୍କ ଆଗରେ ଫେରାଦ ହୋଇଥିଲେ । ଦିଲ୍ଲୀପ ସଂଗଠନକୁ ଗୁରୁତ୍ୱ ଦେଉନାହାଁନ୍ତି ବୋଲି ଶାରଦା ନାୟକଙ୍କ ପରି ନେତା ଅଭିଯୋଗ କରିଥିଲେ । କିନ୍ତୁ ଇମେଜ ବିଲଡିଂ ପାଇଁ ବିଜେଡି ସୁପ୍ରିମୋ ଦିଲ୍ଲୀପଙ୍କ ପରି ଇଣ୍ଟର ନ୍ୟାସନାଲ ଫିଗରଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁଲେନି । ସେଥିପାଇଁ ଗ୍ରାମଞ୍ଚଳରେ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଦିଲ୍ଲିପଙ୍କୁ ପ୍ରବର୍ତ୍ତାଇ ସୁନ୍ଦରଗଡରେ ବିଜେଡି ସ୍ଥିତି ମଜଭୁତ କରିବାକୁ ବର୍ଷେ ହେଲାଣି ଉଦ୍ୟମ ଚଳାଇଛନ୍ତି ନବୀନ । ଏହାରି ଭିତରେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ବିଜେପିରେ କୋଣଠେସା ହୋଇଛନ୍ତି । ରାଉରକେଲାରେ ବିଜେଡି ସ୍ଥିତି ସୁଦୃଢ ହେବାକୁ ଯାଉଛି ।

ହକିଷ୍ଟିକରେ ଜୁଏଲ ଆଉଟ୍ ପ୍ଲାନ

ସେପଟେ ସନ୍ତୋଷ ଅମାତଙ୍କୁ ବିଜେପିରୁ ଆଣି ଆଦିବାସୀବର୍ଗଙ୍କ ଲାଗି ଉଦ୍ଦିଷ୍ଟ ସ୍ପେଷାଲ ଡେଭଲପମେଣ୍ଟ କାଉନସିଲର ଅଧ୍ୟକ୍ଷ କରାଇଛନ୍ତି ନବୀନ। ଫଳରେ ତଲସରା ନିର୍ବାଚନ ମଣ୍ଡଳୀରେ ନିଜକୁ ସୁଦୃଢ କରିଛି ବଜେଡି। ଅନ୍ୟପଟେ ବହୁ କଷ୍ଟରେ ନିଜର ସଭ୍ୟପଦ ବଞ୍ଚାଇଥିବା ସୁନ୍ଦରଗଡର କଂଗ୍ରେସ ବିଧାୟକ ଯୋଗେଶ ସିଂ ବିଜେଡି ଲାଗି ଆଉ କଣ୍ଟା ହୋଇ ନାହାଁନ୍ତି । କିନ୍ତୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଚେକମେଟ୍ ଦେବାକୁ ହକିକୁ ଭରସା କରିବାକୁ ବିଜେଡି ଗଣିତ କହିଲା । ସେଥିପାଇଁ ୨୦୧୯ ସାଧାରଣ ନିର୍ବାଚନକୁ ଦଷ୍ଟିରେ ରଖି ନବୀନ ହକିକୁସାହାର କରିଛନ୍ତି । ହକିତାରକା ଦିଲ୍ଲୀପଙ୍କୁ ମଧ୍ୟ ନବୀନ ନିବାସରୁ ସୁନ୍ଦରଗଡରେ ଡେରା ପକାଇବାକୁ ନିର୍ଦ୍ଦେଶ ରହଛି । ଦିଲ୍ଲୀପଙ୍କୁ ଲଗାଇ ସୁନ୍ଦରଗଡର ଘରେ ଘରେ ଲୋକପ୍ରିୟ ହକି ପ୍ରୟୋଜନ ଜରିଆରେ ମନ ଜିଣିବ ବିଜେଡି । ଆଉ ବିଜେପି ହାତରେ ଥିବା ଏକମାତ୍ର ସୁନ୍ଦରଗଡ ଲୋକସଭା ଆସନରେ ଜୁଏଲଙ୍କୁ ଫାଇଟ୍ ଦେବେ ଦିଲ୍ଲୀପ ତିର୍କୀ।ତେବେ ରାଜନୈତିକ ଫାଇଦା ଆଢୁଆଳରେ କ୍ଷମତାକେନ୍ଦ୍ରର ନିକଟତର କେତେକ ଅଫିସର ହକି ପ୍ରୟୋଜକ ଜରିଆରେମୋଟା ଅଙ୍କ କମାଇବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା । ହକିର ଭିତ୍ତିଭୂମିର ବିକାଶ ନାଁରେ ଠିକାଦାରଙ୍କ ଜରିଆରେ ଅର୍ଥ ତୋଷାରପାତ ହେବ ବୋଲି ନିଜ ନାମ ଗୋପନ ରଖିବାକୁ କହି ଜଣେ ଓଡିଆ ଆଇଏଏସ ଅଧିକାରୀ କହିଛନ୍ତି ।

ବଲିଉଡ୍‌ର ଲଭ୍ ଲାଇଫ୍ ଓ୍ୱାନ୍ ଇୟର
ବିଜେଡିରେ କଣ ଚାଲିଛି BAD ରାଜ୍ ? ବହିଷ୍କୃତ ହେଲେ ଦାମ ରାଉତ

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.