ସ୍ପୋର୍ଟସ୍

କୋହଲି ଖାଇଥିଲେ ଶକ୍ତ ଚାପୁଡ଼ା, ଆଜି ବି ମନେ ପଡ଼ିଲେ କାନ ମୂଳ ଝାଇଁ ଝାଇଁ କରେ

Driven-The-Virat-Kohli-Story

ଚେଜ୍ ମାଷ୍ଟର ବିରାଟ କୋହଲି । ୧୦ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅର, ଅନେକ ରେକର୍ଡର ଅଧିକାରୀ । ଏମିତି ଜମାନା ହୋଇଛି ଯେ, ଆଗରେ ବିରାଟ ଆଉ ପଛରେ ଗୋଡ଼ାଉଛି ରେକର୍ଡ । ସ୍ୱପ୍ନ ସାକାର କରିବା ଓ ଶିଖର ଛୁଇଁବା ପାଇଁ କୋହଲିଙ୍କୁ କୋଚିଂ ବେଳେ ବହୁତ ମାଡ଼ ଖାଇବାକୁ ପଡ଼ିଥିଲା । ଆଜି ବି ଖେଳିବା ବେଳେ ଭୁଲ୍ କଲେ ମନେ ପଡ଼େ ସେଦିନର ଚାପୁଡ଼ା । କିଏ ମାରୁଥିଲେ ବିରାଟ କୋହଲିଙ୍କୁ ? ପିଲାଦିନେ ତାଙ୍କର ଫେଭରିଟ୍‌ ସର୍ଟ କ’ଣ ? ଟ୍ରେନିଂର ପ୍ରଥମ ଦିନରେ କୋହଲିଙ୍କଠାରେ କଣ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ କୋଚ୍ ? କୋଚଙ୍କୁ କି ଉପହାର ଦେଇଥିଲେ କୋହଲି ? ଏସବୁ ପ୍ରଶ୍ନର ଉତ୍ତର ଦେବ କୋହଲିଙ୍କ ଉପରେ ଲିଖିତ ପୁସ୍ତକ ‘DRIVEN:THE VIRAT KOHLI STORY ।ଏହାକୁ ଲେଖିଛନ୍ତି ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବିଜୟ ଲୋକାପଲ୍ଲୀ। ବିରାଟ କୋହଲିଙ୍କ କାହାଣୀକୁ କହିଛନ୍ତି ତାଙ୍କ କୋଚ୍ ରାଜକୁମାର ଶର୍ମା ।Rajkumar-Viratପ୍ରଥମ ଦିନର ଅଭୁଲା କୋଚିଂ
କୋଚିଂ ପାଇଁ ଆସିବା ବେଳେ ବିରାଟ କୋହଲିଙ୍କର ବୟସ ଥିଲା ମାତ୍ର ୯ବର୍ଷ । କିନ୍ତୁ ସେ ସିନିଅର୍‌ ଖେଳାଳିଙ୍କ ସହ ଖେଳିବା ପାଇଁ ପସନ୍ଥିଦ କରୁଥିଲେ । ପିଲାଦିନର କୋଚ୍ ରାମକୁମାର ଶର୍ମା କହିଛନ୍ତି, ସେତେବେଳେ ଭାରି ଦୃଢ଼ମନା ଥିଲେ କୋହଲି । ପ୍ରଥମ ଦିନରେ ବାଉଣ୍ଡ୍ରି ଲାଇନ୍‌ରୁ ସିଧା ଥ୍ରୋ  ଓ୍ଵିକେଟ କିପର୍ ହାତକୁ ମାରିଥିଲେ । ଜଣେ ଛୋଟ ପିଲାର ତାକତ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ରାଜକୁମାର । ସବୁବେଳେ କୋହଲି କହୁଥିଲେ, ସିନିଅରଙ୍କଠାରୁ ସେ ଭଲ ଖେଳିବେ । ବାସ୍ତବରେ ତାହା ହିଁ ହୋଇଛି । ରାଜକୁମାର କହିଛନ୍ତି, ସେତେବେଳେ ତାଙ୍କ ବିରୋଧରେ ଆସିଥିଲା କୋହଲିଙ୍କୁ ପ୍ରମୋଟ କରିବା ଅଭିଯୋଗ ।
ଏଥସହ ପଢ଼ନ୍ତୁ: ୨୦୦୯ରେ ପଶ୍ଚିମ ଓଡ଼ିଶାରେ ହରାଇଥିଲେ, ଏବେ ଉପକୂଳର ପାଳି
ସାଥି ଖେଳାଳି ଆଉଟ୍ କରିପାରୁ ନଥିଲେ
ବେଷ୍ଟ ଦିଲ୍ଲୀ ଏକାଡେମୀରେ ଆଡମିସନ୍‌ ନେଇଥିଲେ ବିରାଟ କୋହଲି । ୯ବର୍ଷ ହୋଇଥିବାରୁ ତାଙ୍କୁ ଜୁନିଅର୍‌ ଗ୍ରୁପକୁ ପଠାଇ ଦିଆଯାଇଥିଲା । ନାଖୁସ୍‌ ବିରାଟ ସିନିଅର ଟିମ୍‌ରେ ଖେଳିବାକୁ ଇଚ୍ଛକ ଥିଲେ । ଦିନେ କୋହଲି କୋଚ୍‌ ରାଜକୁମାରଙ୍କୁ ଆସି କହିଥିଲେ, ଜୁନିଅର ମୋତେ ଆଉଟ୍‌ କରି ପାରୁ ନାହାନ୍ତି । ମୁଁ ସିନିଅରଙ୍କ ସହ ଖେଳିବି । କ୍ରିକେଟ ଭୋକିଲା ଥିଲେ ବିରାଟ କୋହଲି ।Kohli-Practiceଭୁଲ୍ ଖେଳିଲେ ମାଡ଼ ମିଳୁଥିଲା
ଛୋଟ ବେଳେ ଭାରି ଦୁଷ୍ଟ ଥିଲେ ବିରାଟ । କେତେବେଳେ ନିଜ ସିଟ୍‌ରେ ବସୁ ନଥିଲେ । ଯେତେବେଳେ ବିପକ୍ଷ ଟିମ୍‌ କମ୍‌ ସ୍କୋରରେ ଆଉଟ୍‌ ହେଉଥିଲେ, ପ୍ରଥମେ ବ୍ୟାଟିଂ ପାଇଁ ବ୍ୟଗ୍ର ହେଉଥିଲେ ବିରାଟ କୋହଲି । ତାଙ୍କ ଡାଉନ୍ ଯଦି ୪ ନମ୍ବର ଥିଲା । ବହୁ ସମୟରେ ଗାଳି ଖାଉଥଲେ । ଏମିତି ଜିଦି ଧରନ୍ତି ଯେ, କୋଚ୍‌ଙ୍କଠାରୁ ଚାପୁଡ଼ା ମାଡ଼ ବି ଖାଇଛନ୍ତି ବିରାଟ କୋହଲି । ଆଜି ବି ମାଡ଼ କଥା ମନେ ପଡ଼ିଲେ ତାଙ୍କ କାନ ମୂଳ ଝାଇଁ ଝାଇଁ ହୁଏ ।Virat-Kohli-1ବଡ଼ ସର୍ଟ ଖେଳିବାରେ ଧୁରନ୍ଧର
କଭର ଡ୍ରାଇଭ୍‌ରେ ସର୍ଟ ମାରିବାରେ ମାହିର ବିରାଟ କୋହଲି । କିନ୍ତୁ ସବୁବେଳେ ଏହି ଲାଇନରେ ନଖେଳିବା ପାଇଁ ପରାମର୍ଶ ଦେଉଥିଲେ ରାଜକୁମାର । ଉଚ୍ଚା ସର୍ଟ ଖେଳିବାକୁ ବି ସେ ପସନ୍ଦ କରନ୍ତି । ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପରେ ବି ଏଥିପାଇଁ କୋହଲିଙ୍କୁ ଅନେକ ଥର ଆକଟ ବି କରିଛନ୍ତି ତାଙ୍କ କୋଚ୍ । ଅର୍ଦ୍ଧଶତକ ନ ହେବା ପର୍ଯ୍ୟନ୍ତ ଛକା ମାରିବାକୁ ମନା କରିଥିଲେ ରାଜକୁମାର । ସେହିପରି ସୁଇପ୍ ଓ କଟ୍ ପାଇଁ ମନା କରିଥିଲେ । ଏହି ଦୁଇଟି ଜିନିଷ ପ୍ରତି ଧ୍ୟାନ ଦେବାକୁ କହିଥିଲେ କୋଚ୍ । କୋଚିଂ ବେଳେ ପ୍ରତିଟି ଟିପ୍ସକୁ ଫଟାଫଟ ଧରି ନେଉଥିଲେ କୋହଲି । ସେଥିପାଇଁ ସେ ଅନ୍ୟମାନଙ୍କଠାରୁ ଡିଫରେଣ୍ଟ ବୋଲି କୋଚ୍ ରାଜକୁମାର ଶର୍ମା କହୁନ୍ତି ।Virat-Rajkumarଦ୍ରୋଣାଚାର୍ଯ୍ୟ ରାଜକୁମାର ଶର୍ମା
କୋହଲିଙ୍କୁ ବିଶ୍ୱସ୍ତରୀୟ କ୍ରିକେଟର ଭାବରେ ଗଢ଼ି ତୋଳିବାରେ ରାଜକୁମାର ଶର୍ମାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେଥିପାଇଁ ୨୦୧୬ରେ ତାଙ୍କୁ ପ୍ରଦାନ କରାଯାଇଥିଲା ଦ୍ରୋଣାଚାର୍ଯ୍ୟ ସମ୍ମାନ । ତାଙ୍କର ପ୍ରଶିକ୍ଷଣ, ପରାମର୍ଶ, ଦିଗଦର୍ଶନ ଆଜି କୋହଲିଙ୍କୁ ବିରାଟ କ୍ରିକେଟର ଭାବରେ ବିଶ୍ୱରେ ପରିଚିତ କରାଇଛି । ରାଜକୁମାରଙ୍କ ଆକଟ ଓ ମାଡ଼ ପଡ଼ି ନଥିଲେ ହୁଏତ ସେତେବେଳେ ଦୁଷ୍ଟ କୋହଲିଙ୍କ ପାଇଁ କ୍ରିକେଟର ବିରାଟ ଯାତ୍ରା ଏତେ ସହଜ ହୋଇ ନଥାଆନ୍ତା । ରାଜକୁମାର କହିଛନ୍ତି, ବିରାଟ କୋହଲିଙ୍କ ଭଳି ଶିଷ୍ୟଙ୍କୁ ପାଇଁ ସେ ବେଶ ଗର୍ବିତ ।
ଏଥିସହ ପଢ଼ନ୍ତୁ: ବିଶ୍ୱକପ୍ ପରେ ଅଲବିଦା: ଧୋନି, ଯୁବରାଜ ଓ ଗେଲଙ୍କୁ ମିସ୍ କରିବ ବାଉଣ୍ଡରି ଲାଇନ୍

 

You Might Also Like

No Comments

Leave a Reply