ନିର୍ବାଚନ ଲଢ଼ିବେ ନାହିଁ ପ୍ରସାଦ ହରିଚନ୍ଦନ,ପରୋକ୍ଷରେ ନିରଞ୍ଜନଙ୍କୁ ଆକ୍ଷେପ

ପଞ୍ଚାୟତ ନିର୍ବାଚନ ପାଖେଇ ଆସିଲା ପରେ ଏବେ ବିଭିନ୍ନ ଦଳ ତରଫରୁ ଅଙ୍କ କଷା ଆରମ୍ଭ ହୋଇଯାଇଛି।ତ୍ରିସ୍ତରୀୟ ନିର୍ବାଚନରେ ବାଜିମାତ୍ କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ଅଣ୍ଟା ଭିଡୁଛନ୍ତି। ପ୍ରଚାର ପ୍ରକ୍ରିୟାକୁ ମଧ୍ୟ ତ୍ୱରାନୀତ କରାଯାଇଛି। ତୃଣମୁଳ ସ୍ତରରୁ ସ୍ଥିତି ସୁଦୃଢ଼ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ରାଜ୍ୟ କଂଗ୍ରେସର ଶୋଚନୀୟ ସ୍ଥିତି ତାଙ୍କ ପାଇଁ ଯେତିକି ଭାରି ପଡିଛି ତାଠୁ ଅଧିକ ଭାରି ସାଜିଛି ପ୍ରସାଦ ହରିଚନ୍ଦନଙ୍କ ଅଭିବ୍ୟକ୍ତି।ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ କଂଗ୍ରେସ ଦଳରେ ବଡ଼ ବିବାଦ ଦେଖିବାକୁ ମିଳିଛି। ପୂର୍ବତନ ପ୍ରଦେଶ କଂଗ୍ରେସ (ପିସିସି) ସଭାପତି ତଥା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନକୁ ନେଇ ରାଜ୍ୟ ରାଜନୀତି ବର୍ତ୍ତମାନ ପଡ଼ୁଛି ଉଠୁଛି।

ପ୍ରସାଦ ହରିଚନ୍ଦନ
ସତ୍ୟବାଦୀକୁ କଂଗ୍ରେସ ଶୁନ୍ୟ କଲା କିଏ?
ଦିର୍ଘ ଦିନର ନୀରବତା ପରେ ମୁହଁ ଖୋଲିଛନ୍ତି ନିର୍ବାଚନ। ପ୍ରେସ୍ ମିଟ୍ ମାଧ୍ୟମରେ ସେ କ୍ଷୋଭ ପ୍ରକାଶ କରିଛନ୍ତି।ପରୋକ୍ଷଭାବେ ସେ ପିସିସି ସଭାପତିଙ୍କୁ ଆକ୍ଷେପ କରିଛନ୍ତି ।’ମୁଁ ବେପାରୀ ନୁହେଁ ଯେ ଡିଲ୍ କରିବି। ମୁଁ ଦଳରେ ରହିବି। ଦଳ ପାଇଁ କାମ କରିବି ଓ ପ୍ରଚାର କରିବି। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ମୁଁ ଲଢ଼ିବି ନାହିଁ। ଏହା ହିଁ ମୋ ଜବାବ ସେମାନଙ୍କୁ, ଯେଉଁମାନେ ମୋତେ ଆକ୍ଷେପ କରି କହିଛନ୍ତି ଯେ ମୁଁ କ୍ଷମତା ପାଇଁ ବିଜେଡିକୁ ଯିବି।’ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ପୂର୍ବତନ ପିସିସି ସଭାପତି ତଥା ତିନି ଥର ବିଧାୟକ ହୋଇଥିବା ପ୍ରସାଦ ହରିଚନ୍ଦନ। ଏ ବିଷୟରେ କହୁଥିବା ସମୟରେ ଭାବବିହ୍ବଳ ହୋଇ ପ୍ରସାଦ ହରିଚନ୍ଦନ କହିଥିଲେ ଯେ, କିଛି ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ଯେ, ପ୍ରସାଦ ବିଜେଡି ଯିବେ ଓ ସେଥିପାଇଁ ସତ୍ୟବାଦୀକୁ କଂଗ୍ରେସ ଶୂନ୍ୟ କରିଦେଲେ।ସେ ପ୍ରସଙ୍ଗକୁ ଖଣ୍ଡନ କରିବା ସହ ଚଳିତ ନିର୍ବାଚନରେ ସତ୍ୟବାଦୀରେ କଂଗ୍ରେସ ଜିଲ୍ଲାପରିଷଦ ପ୍ରାର୍ଥୀ ନଦେବା ପ୍ରସଙ୍ଗକୁ ଭିତ୍ତି କରି ସେ କଂଗ୍ରେସ ମୁଖିଆଙ୍କୁ ପ୍ରଶ୍ନଘେରକୁ ଠେଲିଛନ୍ତି।
ପ୍ରସାଦଙ୍କ ଆଖିରେ ଲୁହ,ତଥାପି ଛାଡିବେନି କଂଗ୍ରେସ
ପ୍ରସାଦ ଅନ୍ୟ ଦଳକୁ ଯିବା ନେଇ ଯେଉଁ ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରକାଶ କରିବା ସହ କାନ୍ଦି ପକାଇଥିଲେ । ସେ କଂଗ୍ରେସର ହାତ କେବେ ଛାଡିବେ ନାହିଁ ବୋଲି ପ୍ରକାଶ କରିଛନ୍ତି ।ନିର୍ବାଚନ ନ ଲଢ଼ିଲେ ବି ସେ କଂଗ୍ରେସକୁ ସମର୍ଥନ କରିବେ ବୋଲି ପ୍ରକାଶ କରିଛନ୍ତି ।
କାହାକୁ ଶ୍ରୀଖଣ୍ଡି କହୁଛନ୍ତି ପ୍ରସାଦ?
ପ୍ରତକ୍ଷ ଭାବେ ନ ହେଲେ ମଧ୍ୟ ପରୋକ୍ଷରେ ନିରଞ୍ଜନଙ୍କୁ କଟାକ୍ଷ କରିଛନ୍ତି ପ୍ରସାଦ ହରିଚନ୍ଦନ। ଯେଉଁମାନେ ଅସ୍ତ୍ର ତ୍ୟାଗ କରିଥିବା କଥା କହୁଛନ୍ତି ତାହା ଭୁଲ ଓ ସେଭଳି କରିନାହିଁ ବୋଲି ପ୍ରକାଶ କରିବା ସହ ପିତାମହଙ୍କ ଭଳି ଶ୍ରୀଖଣ୍ଡିଙ୍କୁ ଦେଖି ଅସ୍ତ୍ର ତ୍ୟାଗ କରିବାର ବୟସ ତାଙ୍କର ହୋଇନାହିଁ ବୋଲି ସେ କହିଛନ୍ତି।ପ୍ରସାଦ ଶ୍ରୀଖଣ୍ଡି ଆଖ୍ୟା କାହାକୁ ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।ପ୍ରସାଦଙ୍କୁ ଅବହେଳା କରାଯିବା ହେତୁ ସେ କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ନିର୍ବାଚନରେ ଅଂଶଗ୍ରହଣ କରିବେନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
Connect With Us