Nalin-Pradhan Card

ଏକ୍ସଷ୍ଟେନସନରେ ଥିବା ପୂର୍ତ୍ତ ସଚିବ ନଳିନୀ ପ୍ରଧାନ,ନିଜ ପଦରୁ ଗୁରୁବାର ଦେଲେ ଇସ୍ତଫା। ଏବେ ତାଙ୍କୁ ବିଜେଡି ପାଛୋଟି ନେବ।ପୂର୍ବରୁ ଚାକିରୀରୁ ସେଚ୍ଛାକୃତ ଅବସର ନେଇଥିବା ପ୍ରିନିସପାଲ୍ ଆକାଉଣ୍ଟାଟ୍ ଜେନେରାଲ୍ ଅମର ପଟ୍ଟନାୟକ,ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ  ଏବଂ ସିବିଆଇର ପୂର୍ବତନ ମୁଖପାତ୍ର ଗିରିଧାରୀ ମହାନ୍ତି ବିଜେଡିରେ ଯୋଗ ଦେଇଛନ୍ତି। ସେହି ନୀତିରେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ବିଜେଡିରେ ମିଶି,ଆଗାମୀ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି।୨୦୧୩ ଅଗଷ୍ଟରୁ ୨୮ଫେବ୍ରୁଆରୀ ୨୦୧୯ ଯାଏଁ ମଲ୍ଲାଇଦାର ପୂର୍ତ୍ତ ସଚିବ ପଦରେ ରହିଥିବା ନଳିନୀଙ୍କ ନେତା ହେବା ଇଚ୍ଛାକୁ ପୂରଣ କରିବ ବିଜେଡି! ନଳିନୀ ପ୍ରଧାନ ମଧ୍ୟ ସମ୍ବଲପୁରର ଏକ ପ୍ରେସମିଟରେ,ସମ୍ପର୍କରେ ନଥିବା ସାମ୍ବାଦିକ ନାଁ ନେଇ ନିଜ PRକୁ ମଜଭୁତ କଲେଣି।   

ସମ୍ବଲପୁରରେ ଦ୍ୱିତୀୟ ମହାନଦୀ ବ୍ରିଜ ଲୋକାର୍ପଣ

ଚାକିରୀ ସମ୍ପର୍କ
ଅନୁଗୋଳ ଜିଲ୍ଲାର କିଶୋର ନଗର ବ୍ଲକର ଅଙ୍ଗପଡ଼ା ପଞ୍ଚାୟତର ତୁରୁଡା ଗାଁର ମୂଳବାସୀନ୍ଦା ନଳିନୀ ପ୍ରଧାନ।ତାଙ୍କ ଚାକିରୀ କାଳର ଅଧିକାଂଶ ସମୟ ସମ୍ବଲପୁରରେ କଟିଥିବାରୁ ବିଜେଡି ଫୋକସରେ ଆସିଗଲେ ନଳିନୀ। ସେ ପୂର୍ତ୍ତ ସଚିବ ହେବା ପରେ ମହାନଦୀ ଉପରେ ସମ୍ବଲପୁର ଠାରେ ଦ୍ୱିତୀୟ ବ୍ରିଜ ନିର୍ମାଣ,ରେଙ୍ଗାଲିରୁ ଝାରସୁଗୁଡ଼ା ଲକ୍ଷନପୁରକୁ ସଂଯୋଗ କରୁଥିବା ଇବ୍ ବ୍ରିଜ ନିର୍ମାଣ ହୋଇଛି।ଏହା ବ୍ୟତୀତ ରେଢ଼ାଖୋଲ, କୁଚିଣ୍ଡା,ଦେବଗଡ଼ ଏବଂ ଛେଣ୍ଡିପଦା ଅଞ୍ଚଳରେ ଅନେକ ପୋଲ ଏବଂ ରାସ୍ତାଘାଟର ଯାହା ସବୁ ବିକାଶ ହୋଇଛି ସେ ସବୁର କ୍ରେଡିଟ୍ ନଳିନୀ ପ୍ରଧାନଙ୍କୁ ଯାଏ।

Nalin-Pradhan

ଚଷା ଭୋଟ ପାଇଁ…
ଅନ୍ୟପଟେ ୨୦୧୭ ପଞ୍ଚାୟତ ନିର୍ବାଚନ ରେଜଲ୍ଟ,ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଅଡୁଆ କଲା। IAS ଅଫିସରଙ୍କ ବୋଲକରା ସାଜୁ ନଥିବା ନଗେନ୍ଦ୍ରଙ୍କ ବିକଳ୍ପ ହୋଇଛନ୍ତି ନଳିନୀ!ଗତ ପଞ୍ଚାୟତ ନିର୍ବାଚନରେ ସମ୍ବଲପୁର ଲୋକସଭା ଅଧିନରେ ଆସୁଥିବା ଦେବଗଡ଼ ଏବଂ ସମ୍ବଲପୁର ଜିଲ୍ଲାରେ ବିଜେପି ଜିଲ୍ଲା ପରିଷଦ ଗଠନ କରିଛି। ତେଣୁ ନଗେନ୍ଦ୍ରଙ୍କ ନେତୃତ୍ୱକୁ ଭରସା ନକରି ନଳିନୀ ପ୍ରଧାନଙ୍କୁ ପ୍ରୋଜେକ୍ଟ କରୁଛି ବିଜେଡି। 
ଅପରପକ୍ଷରେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଚଷାଙ୍କ(କୁଲୁତା)ଦବଦବା ରହିଛି। ବିଶେଷକରି ରେଢ଼ାଖୋଲ, ଆଠମଲ୍ଲିକ, ଛେଣ୍ଡିପଦା ଏବଂ ଦେବଗଡ଼ରେ  ଚଷା ଭୋଟର ହିଁ ନିର୍ଣାୟକ ଭୂମିକା ନେଉଛନ୍ତି। ସେ ଦୃଷ୍ଟିରୁ ଚଷା ନେତା ନଗେନ୍ଦ୍ର ପ୍ରଧାନଙ୍କ ବିକଳ୍ପ, ଚଷା ଜାତିର ନଳିନୀ ପ୍ରଧାନ ବୋଲି ବିଜେଡି ହିସାବ କହୁଛି। ଚଷା ଭୋଟରଙ୍କୁ ନିଜ ସହ ଯୋଡି ରଖିବା ଲାଗି ଗତ ଅକ୍ଷୟ ତୃତୀୟାରେ,ମୁଖ୍ୟମନ୍ତ୍ରୀଙ୍କ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ମଧ୍ୟ ନଳିନୀଙ୍କ ହୋମଟର୍ଫ ଆଠମଲ୍ଲିକ ନାକଚିରେ ହୋଇଥିଲା।  

AKHIMUTHI-ANUKULA

ଅଖିମୁଠିରୁ ଆରମ୍ଭ
ନଳିନୀଙ୍କ ସମୟରେ ମହାନଦୀର ଜାତମୁଣ୍ଡିଆ ବ୍ରିଜ ଓ ବମିଖାଲ ବ୍ରିଜ ଭୁଷୁଡି ଲୋକେ ମରିଛନ୍ତି। ତ୍ରିଶୁଳିଆ ବ୍ରିଜ ନିର୍ମାଣ ଖର୍ଚ୍ଚ ଅହେତୁକ ବୃଦ୍ଧି ପାଇଲା। ସମ୍ବଲପୁର ସହରର ଓଭରବ୍ରିଜ୍ ନିର୍ମାଣ କାମ ବର୍ଷ ବର୍ଷ ହେବ ସରୁନାହିଁ। ଏପରିକି ୨୦୧୮ ମାର୍ଚ୍ଚରେ ନଳିନୀଙ୍କ କାର୍ଯ୍ୟକାଳ ସରିଥିଲେ ମଧ୍ୟ, ତାଙ୍କ ଚାକିରୀ ବର୍ଷେ ବୃଦ୍ଧି କରା ଯାଇଥିଲା। ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାତିରି ନକରି ନଳିନୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ସରରକାର।ଏବେ ନଳିନୀଙ୍କୁ ଦଳରେ ମିଶାଇବା ବିଜେଡି ସୁପ୍ରିମୋଙ୍କ ରହିଛି ବଡ଼ ପ୍ଲାନ। ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ବଲାଙ୍ଗିର ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଭାବ ରଖୁଥିବା ଚଷା ଜାତିଙ୍କୁ ନିଜ ପକ୍ଷକୁ ଆଣିବାକୁ ନଳିନୀଙ୍କ ଜରିଆରେ ମାଷ୍ଟର ଷ୍ଟ୍ରୋକ ଖେଳିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ।