Featured/ ନ୍ୟୁଜ୍

କାହିଁକି ଆତ୍ମହତ୍ୟା କରିଥିଲେ ହିଟଲର୍?

Adlof Hitler

ହିଟଲର୍ ବିଶ୍ୱ ଇତିହାସରେ ଏକ ଛାତିଥରା ନାଁ।ହିଟଲରଙ୍କ ହରକତ୍ ଯେତିକି ଲୋମଟାଙ୍କୁରା ତାଙ୍କର ଜୀବନ ସେତିକି ତଥ୍ୟଭରା।ବିଶ୍ୱ ଇତିହାସରେ ସେ ଏକ ସ୍ୱତନ୍ତ୍ର ଅଧ୍ୟାୟ।ଉନବିଂଶ ଶତାବ୍ଦୀରେ ଇଂଲଣ୍ଡ ତା ଶାଷନ ପରିଧିକୁ ଧିରେଧିରେ ସୁଦୁରପ୍ରସାରୀ କରୁଥିଲା ବେଳେ ହିଟଲର୍ ଏସବୁ  ରୋକିବାକୁ ସଫଳ ହେବା ସହ ନିଜେ ନାଜିବାଦ ଚିନ୍ତାଧାରାର ନେତୃତ୍ୱ ନେଇ ଆରମ୍ଭ କରିଥିଲେ ମାଷ୍ଟରପ୍ଲାନିଂ।ସେ ଜର୍ମାନରୁ ଆରମ୍ଭ କରିଥିଲେ ଜୟର ଜର୍ଣ୍ଣି।ବର୍ବରତାର ବେଳାଭୁମିରେ ସେ ଥିଲେ ଏକ ନିଆରା ବାଲୁକାଶିଳ୍ପୀ।ନୃଶଂସତାର ନାରକୀୟ କାଣ୍ଡରେ ସଉକ୍ ରଖୁଥିବା ଓ ସାମାନ୍ୟ ଭୁଲ୍ ପାଇଁ ଆଖିପିଛୁଳାକେ ଅନ୍ୟର ଜୀବନ ନେଉଥିବା ହିଟଲର କାହିଁକି ଆତ୍ମହତ୍ୟା କରିଥିଲେ ଆସନ୍ତୁ ଏ ସମ୍ପର୍କୀତ କିଛି ତଥ୍ୟ ଜାଣିବା।

ହିଟଲର୍

 ଫ୍ୟୁରୀୟସ୍ ହିଟଲର
୧୮୮୯ଅପ୍ରେଲ୍ ୨୦ ରେ ଅଷ୍ଟ୍ରେଲିଆରେ ଜନ୍ମହୋଇଥିବା ହିଟଲର ଜର୍ମାନରେ ହିଁ ତାଙ୍କ ଆଧିପତ୍ୟ ବିସ୍ତାର କରିଥିଲେ।ନାଜିବାଦ ଚିନ୍ତାଧାରାର ନେତୃତ୍ୱ ନେଇ ସେ ଧିରେଧିରେ ଆଧିପତ୍ୟ ବିସ୍ତାର କରିବାକୁ ସଫଳ ହୋଇଥିଲେ।ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନର ପରାଜୟ ତାଙ୍କୁ ଗଭୀର ଆଘାତଦେଇଥିଲା।ପରାଜୟ ପରେ ପ୍ରତିଶୋଧ ନେବା ପାଇଁ ସେ ନାଜିମ୍ ପାର୍ଟି ଗଠନ କରିଥିଲେ।ଆଉ ନିର୍ବାଚନ ମଧ୍ୟ ଲଢ଼ିଥିଲେ।ମାତ୍ର ସେଥିରେ ତାଙ୍କୁ ସଫଳତା ମିଳିପାରିନଥିଲା।ମାତ୍ର ପରବର୍ତ୍ତୀ ସମୟରେ ସେ ଜର୍ମାନୀର ଚାନସେଲର୍ ହୋଇଥିଲେ ।ନାଜିବାଦରେ ବିଶ୍ୱାଷ ରଖୁଥିବା ହିଟଲର ଜର୍ମାନକୁ ଦେଶର ସର୍ବଶ୍ରେଷ୍ଠ ପ୍ରତିଭାଶାଳୀ ରାଷ୍ଟ୍ର ଭାବୁଥିବାରୁ ସବୁ ଦେଶ ଉପରେ ପ୍ରଭୁତ୍ତ୍ୱ ବିସ୍ତାର କରିବାକୁ ସଜାଗ୍ ହେଲେ।ସେ ସମୟରେ ଏକ ଭୟର ବାତାବରଣ ସୃଷ୍ଟି କରିବାକୁ ହିଟଲର ର ନାଁ ହିଁ ଯଥେଷ୍ଟ ଥିଲା।ସେ ୬୩ ଜଣକୁ ହତ୍ୟା କରିବା ସହ ଦ୍ୱୀତିୟ ବିଶ୍ୱଯୁଦ୍ଧର ଅସଲ୍ ମାଷ୍ଟରମାଇଣ୍ଡ ଥିଲେ ଯେଉଁଥିରେ ଲକ୍ଷାଧିକ ଲୋକଙ୍କ ଜୀବନ ଯାଇଥିଲା।
ଡାଉନଫଲ୍ ଅଫ୍ ଡେଞ୍ଜରୀୟସ୍ ହିଟଲର
୧୯୩୯ ମସିହା ସେପ୍ଟେମ୍ବର୧ରେ ପୋଲାଣ୍ଡ ଉପରେ ଜର୍ମାନ୍ ଆକ୍ରମଣ କଲା ପରେ ଇଂଲଣ୍ଡ ଓ ଫ୍ରାନ୍ସ ପୋଲାଣ୍ଡକୁ ସାହାଯ୍ୟ କରିବାକୁ ଯାଇ ଯୁଦ୍ଧରେ ସାମିଲ୍ ହୋଇଥିଲେ।ସେବେଠୁ ହିଟଲରଙ୍କ ଡାଉନଫଲ୍ ଆରମ୍ଭ ହୋଇଥିଲା।ତା ସହିତ୧୯୪୪ରେ ରୁଷର ସହଯୋଗୀ ଫ୍ରାନ୍ସ ଜର୍ମାନର ସହଯୋଗୀ ଇଟାଲି ଅକ୍ତିୟାର କରିବା ସହ ହିଟଲରଙ୍କ ବନ୍ଧୁ ବେନିଟୋ ମୁସୋଲିନିଙ୍କୁ ନିର୍ମମ ଦଣ୍ଡଦେଇଥିଲା ଯାହା ହିଟଲରଙ୍କ ପ୍ରତି ବିପଦ ଆଣିଦେଇଥିଲା ।ରୁଷ୍ ସେନା ଜର୍ମାନକୁ ଅକ୍ତିୟାର କରିବା ପରେ ତାକୁ ଆୟତ କରିବା ହିଟଲରଙ୍କ ପକ୍ଷେ ସମ୍ଭବ ହୋଇନଥିଲା।ତେଣୁ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିଥିଲେ।
ମୃତ୍ୟୁର ମାତ୍ର ଦୁଇଦିନ  ପୁର୍ବରୁ ବିବାହ କରିଥିଲେ  ହିଟଲରଙ୍କ
ମୃତ୍ୟୁର ଠିକ୍ ଗୋଟାଏ ଦିନ ପୁର୍ବରୁ ବାହାହେବାକୁ ନିଷ୍ପତ୍ତି ନେଇଥିଲେ ହିଟଲର।ବହୁତ ଦିନ ହେବ ତାଙ୍କ ସହ ରହୁଥିବା ଇଭାକୁ ସେ ୧୯୪୫ଅପ୍ରେଲରେ ୨୯ ବାହା ହୋଇଥିଲେ।ବଙ୍ଗଳାରେ ଆତ୍ମଗୋପନ କରିଥିବାରୁ ସେ ବାହାରକୁ ଯାଇପାରୁନଥିବାରୁ ତାଙ୍କର ଖାସ୍ ଆର୍ମୀକୁ ପଠେଇ ସେ ଫାଦରଙ୍କୁ ସେ ବଙ୍ଗଳାକୁ ଡାକି ବାହାଘର କାର୍ଯ୍ୟ ସମ୍ପାଦନ କରିଥିଲେ।ସେଦିନ ଫାଦର୍ ମ୍ୟାରେଜ୍ ରେଜିଷ୍ଟର୍ ଆଣିନଥିବାରୁ ତାଙ୍କୁ ପୁଣିଥରେ ଫେରିକି ଯାଇ ରେଜିଷ୍ଟର୍ ଆଣିବାକୁ ପଡିଥିଲା।ସେ ବଙ୍ଗଳାରେ ହିଁ କେବଳ ଫାଦରଙ୍କ ଉପସ୍ଥିତିରେ ବାହାଘର ହୋଇଥିଲା।ତେବେ ଆତ୍ମହତ୍ୟା କରିବା ପୁର୍ବରୁ ହିଟଲର୍ କାହିଁକି ଯେ ଏପରି ନିଷ୍ପତ୍ତି ନେଇଥିଲେ ତାହା ଏବେବି ରହସ୍ୟ।

ହିଟଲର ଓ ତାଙ୍କ ପତ୍ନୀ ଇଭା

 କେମିତି ଆତ୍ମହତ୍ୟା କରିଥିଲେ ହିଟଲର?
୧୯୪୫ ମସିହା ମଇ ଏକ ତାରିଖର ସେହି ସୁଚନା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା।ବର୍ଲିନ୍ ଉପରେ ରୁଷର ଆକ୍ରମଣ ସମୟରେ ଏକ ବଙ୍ଗଳାରେ ଆତ୍ମଗୋପନ କରିଥିଲେ ହିଟଲର୍।ସେ ଯେତେବେଳେ ହୃଦବୋଧ କଲେ ଯେ ରୁଷକୁ ଅଟକାଇବା ଆଉ ସମ୍ଭବ ନୁହେଁ ସେ ଗମ୍ଭୀର ହୋଇପଡିଲେ।ତାଙ୍କର ଜଣେ ସୈନ୍ୟକୁ ଡାକି ସେ ସାଇନାଇଟ୍ ସମ୍ପର୍କରେ ତଥ୍ୟ ନେଲେ।ସାଇନାଇଟର ପରୀକ୍ଷଣ ପାଇଁ ସେ ତାଙ୍କର ବିଶ୍ୱସ୍ତ କୁକୁରକୁ ଏହା ଖୁଆଇ ଦେଇଥିଲେ ଓ ତାର କିଛି ସମୟ ପରେ କୁକୁରଟି ମରିଯାଇଥିଲା।କିଛି ସମୟ ପରେ ସେ ତାଙ୍କର ଖାସ୍ ଗାର୍ଡକୁ ଡାକି ଆଦେଶ ଦେଇଥିଲେ ଯେ ତାଙ୍କର ମୃତ୍ୟୁପରେ ଶବଟିକୁ ତୁରନ୍ତ ଜାଳିଦେଇ ପାଉଁଶ ସବୁକୁ ପୋତିଦେବାକୁ। ତା ସହିତ ତାଙ୍କ ସହ ଜଡିତ ସବୁକିଛି ଜାଳିଦେବାକୁ ସେ ଆଗୁଆ ନିର୍ଦ୍ଦେଶ ଦେଇଥିଲେ।ରୁଷକୁ ଆୟତ କରିବା ଆଉ ସମ୍ଭବ ନୁହେଁ ଜାଣିଲା ପରେ ସେ ଗୋଟାଏ କୋଠରୀରେ ପତ୍ନୀ ଇଭାଙ୍କ ସହ ସମୟ କାଟିଲେ।ମାତ୍ର ହଠାତ୍ ଏକ ଗୁଳିଚାଳନା ହେବାର ଶବ୍ଦ ଶୁଭିଲା।କବାଟ ଖୋଲି ଦେଖିଲା ବେଳକୁ ଏକ ଟେବୁଲକୁ ଆଉଜି ହିଟଲର ଆଉ ହିଟଲରଙ୍କ ପାଦ ପାଖରେ ତାଙ୍କ ପତ୍ନୀ ଇଭା ମୃତ ଅବସ୍ଥାରେ ପଡିଥିଲେ ।ବନ୍ଧୁକରୁ ମାତ୍ର ଗୋଟାଏ ଗୁଳିମାଡର ଶବ୍ଦ  ହୋଇଥିଲା।ସେଦିନ ସାଇନାଇଟ୍ ଖାଇ ଇଭା ଆତ୍ମହତ୍ୟା କରିଥିଲେ।ବାସ୍ତବିକ୍ ବେନିଟୋ ମୁସୋଲିନିଙ୍କ ହତ୍ୟା ଓ ତାଙ୍କ ଶବସହ ଜନସାଧାରଣଙ୍କ କଦର୍ଯ୍ୟ ବ୍ୟବହାର ହିଁ ହିଟଲରଙ୍କୁ ବେଶ୍ ଭୟଭୀତ କରିଥିଲା।ତେଣୁ ସେ ତାଙ୍କର ଶବକୁ ପୋଡିଦେବାପାଇଁ ନିର୍ଦ୍ଦେଶ ଦେଇଯାଇଥିଲେ ।      

You Might Also Like

No Comments

Leave a Reply