ରଣଜୀ ଟ୍ରଫିକୁ ନେଇ ବିସିସିଆଇ ବଡ଼ ଘୋଷଣା କରିଛି। ରଣଜୀ ଟ୍ରଫି ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ। ଏ ନେଇ ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି । କରୋନା କାରଣରୁ ଗତବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରିନଥିଲା। ହେଲେ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଆଇପିଏଲ୍ ହେବା ନେଇ ବିସିସିଆଇ ଘୋଷଣା କରିଛି।

୩୮ ଟିମକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ ଏବଂ ପ୍ରଥମ ପର୍ଯ୍ୟାୟ ପାଖାପାଖି ମାସେ ଧରି ଚାଲିବ। ପୂର୍ବରୁ ରଣଜୀ ଟ୍ରଫି ଜାନୁଆରୀ ୧୩ ତାରିଖରେ ହେବା ପାଇଁ ସ୍ଥିର ହୋଇଥିଲା। ହେଲେ କରୋନାର ତୃତୀୟ ଲହର କାରଣରୁ ଜାନୁଆରୀ ୪ ତାରିଖରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଏବେ ପୁଣିଥରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବାକୁ ନେଇ ଖେଳାଳିମାନଙ୍କୁ ଏକପ୍ରକାର ଆଶ୍ୱସ୍ତି ମିଳିଛି।
ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି, ଚଳିତ ସିଜନରେ ରଣଜୀ ଟ୍ରଫି ଦୁଇଟି ଫେଜରେ ହେବ। ପ୍ରଥମ ପର୍ଯ୍ୟାୟରେ ଆମେ ଲିଗ୍ ଷ୍ଟେଜର ସବୁଯାକ ମ୍ୟାଚ୍ ଶେଷ କରିବାକୁ ଯୋଜନା କରିଛୁ। ଏହା ପରେ ଜୁନ୍ ମାସରେ ନକଆଉଟ୍ ମ୍ୟାଚ୍ ଗୁଡ଼ିକ ଆୟୋଜନ କରାଯିବ।ରଣଜୀ ଟ୍ରଫି କିପରି ସୁରକ୍ଷିତ ବାତାବରଣ ଭିତରେ ଆୟୋଜନ କରାଯିବ, ସେଥିପାଇଁ ବିସିସିଆଇ ସମସ୍ତ ପ୍ରକାର ପଦକ୍ଷେପ ନେବ।
No Comments