ଭାରତୀୟ ଟିମର ଅଧିନାୟକ ପଦକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।ଟିମ୍‌ର ଷ୍ଟାର କ୍ରିକେଟର ବିରାଟ କୋହଲି ଟେଷ୍ଟ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେଲା ପରେ ଅନେକ ବିବାଦ ଦେଖାଯାଇଛ।ଏହା ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ଦାୟିତ୍ବ କାହା ହାତରେ ରହିବ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏବେ ଭାରତର ଟେଷ୍ଟ ଅଧିନାୟକ କିଏ ହେବେ? ଅଭିଜ୍ଞତା ସଂପନ୍ନ ବ୍ୟକ୍ତି ଓ ପ୍ରଶଂସକଙ୍କ ହିସାବରେ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଟେଷ୍ଟ ଅଧିନାୟକ ଦାୟିତ୍ତ୍ୱ ଦିଆଯିବା କଥା। କିନ୍ତୁ ଅଧିନାୟକ କିଏ ହେବେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ନିଷ୍ପତ୍ତି ଉପରେ ନିର୍ଭର କରୁଛି।ବିସିସିଆଇ ନଜରରେ ଆଉ କେହି ଜଣେ ଅଧିନାୟକ ହୋଇପାନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ରୋହିତ୍ ଶର୍ମା ଓ କେ.ଏଲ୍ ରାହୁଲ୍

ମଙ୍ଗ ଧରିବେ କି ରୋହିତ ଶର୍ମା?
ବିରାଟ କୋହଲିଙ୍କ ଇସ୍ତଫା ପରେ ଏବେ ରୋହିତଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ।ପୁର୍ବରୁ ମଧ୍ୟ ସେ ଭାରତୀୟ କ୍ରିକେଟ୍ ଟିମର ମଙ୍ଗ ସମ୍ଭାଳି ଆସିଛନ୍ତି।ଗତବର୍ଷ ସେପ୍ଟେମ୍ବରରେ ବିରାଟ କୋହଲି ଟି୨୦ ଅଧିନାୟକ ପଦରୁ ଇସ୍ତଫା ଦେଲାପରେ ବିସିସିଆଇ ରୋହିତ ଶର୍ମାଙ୍କୁ ଟିମ ଇଣ୍ଡିଆର ଦାୟିତ୍ବ ହସ୍ତାନ୍ତର କରିଥିଲା।ତେଣୁ ପ୍ରଶଂସକଙ୍କ ମତରେ ବିସିସିଆଇ ପୁଣି ଟେଷ୍ଟ ଦାୟିତ୍ତ୍ୱ ରୋହିତ ଶର୍ମାଙ୍କୁ ଦେଇପାରେ। ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ଦଳର ବରିଷ୍ଠ ଖେଳାଳି ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟରେ ବିସିସିଆଇ ସୂତ୍ରରୁ ଗଣମାଧ୍ୟମ ରିପୋର୍ଟ କରିଛି ଯେ,ଚୟନକାରୀ କମିଟି ଟେଷ୍ଟ ଟିମ୍‌ର ଅଧିନାୟକ ପାଇଁ ଆଲୋଚନା କରିବେ।କୁହାଯାଉଛି ଯେ, କେଏଲ ରାହୁଲଙ୍କୁ ମଧ୍ୟ ଟେଷ୍ଟ ଟିମ୍‌ରେ ଅଧିନାୟକ ପଦ ମିଳିପାରେ।କିନ୍ତୁ ପ୍ରୋସେସ ହିସାବରେ ଦେଖିବାକୁ ଗଲେ କେଏଲ ରାହୁଲ ଉପଅଧିନାୟକ ପଦ ସମ୍ଭାଳିବା କଥା। କିନ୍ତୁ ଟିମ୍‌ ଇଣ୍ଡିଆର ଟେଷ୍ଟ ଅଧିନାୟକ ଓ ଉପଅଧିନାୟକ କିଏ ହେବ ଆଗାମୀ ସମୟ କହିବ।ରୋହିତ ଓ କେଏଲ ରାହୁଲଙ୍କ ମଧ୍ୟରୁ କାହାକୁ ଏ ଦାୟିତ୍ତ୍ୱ ମିଳିବ ତା ଉପରେ ଏବେ ସମସ୍ତଙ୍କ ନଜର।