ଅନନ୍ୟାଙ୍କ ପାଇଁ ପାୱାରଫୁଲ୍ କରିଡରର ଦାବୀ:ପଛରେ ରହିଯିବେ କି ଅଳକା ଦିପାଲି!

ବ୍ରଜରାଜନଗର ଉପନିର୍ବାଚନ ରେସରେ ଏଣ୍ଟ୍ରି କରିଛନ୍ତି ଅନନ୍ୟା ଅନୁସୟା ନାୟକ। ବିଜେଡି ପ୍ରାର୍ଥିଙ୍କୁ ନେଇ କୌଣସି ସ୍ପଷ୍ଟୀକରଣ ଆସିନଥିଲେ ମଧ୍ୟ କଂଗ୍ରେସ ନେତା କିଶୋର ପଟେଲଙ୍କ ବୋହୁ ଅନନ୍ୟାଙ୍କୁ ନେଇ ଚର୍ଚ୍ଚା ହେଉଛି। ବିଜେଡିର କିଛି ପାୱାରଫୁଲ ମିନିଷ୍ଟର ଅନନ୍ୟାଙ୍କ ପାଇଁ ଲବି କରୁଥିବା ଚର୍ଚ୍ଚା ହେଉଛି।

ବିଜେଡି ଆଖିରେ କଂଗ୍ରେସ ନେତାଙ୍କ ବୋହୂ
ଅନନ୍ୟା ନାୟକଙ୍କୁ ବିଜେଡି ପ୍ରାର୍ଥି କରିପାରେ ବୋଲି ଚର୍ଚ୍ଚା ହେଉଛି। ପୁର୍ବତନ ବାଚସ୍ପତି ତଥା ବରିଷ୍ଠନେତା କିଶୋର ଚନ୍ଦ୍ର ପଟେଲଙ୍କ ବୋହୂ ଅନନ୍ୟା ଙ୍କୁ ନେଇ ସସ୍ପେନ୍ସ ବଢୁଛି। ବିଜେଡିର ଏକ ପାୱାରଫୁଲ ଗ୍ରୁପ ଅନନ୍ୟାଙ୍କ ପାଇଁ ଆରମ୍ଭ କରିଦେଇଛି ଏକ ଜୋରଦାର ଲବି। ଅନନ୍ୟା ବି ବ୍ରଜରାଜନଗର ଟିକେଟ ପାଇଁ ଆଶାୟୀ ଥିବା ଚର୍ଚ୍ଚା।ଅନନ୍ୟାଙ୍କ ସହିତ ରେସରେ ବି ଅଛନ୍ତି ହେଭିୱେଟ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଲି ଦାସ ଓ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି।
ଅନନ୍ୟା,ଅଳକା ନା ଦିପାଲି?
ବ୍ରଜରାଜନଗର ବ୍ୟାଟେଲ ପାଇଁ ବିଜେଡିରେ ସସ୍ପେନ୍ସ ବଢ଼ିଚାଲିଛି। କଂଗ୍ରେସ ୨୦୦୦, ୨୦୦୪ ଓ ୨୦୦୯ରେ ବ୍ରଜରାଜନଗରରୁ ହ୍ୟାଟ୍ରିକ ହାସଲ କରିଛି।୨୦୧୪ରେ ଅନୁପ ସାଏ ବିଜେଡିରେ ସାମିଲ ହୋଇ ନିର୍ବାଚନ ଲଢ଼ିଥିଲେ ଓ ପରାସ୍ତ ମଧ୍ୟ ହୋଇଥିଲେ। ଆସନ ହାତେଇ ଥିଲେ ବିଜେପିର ରାଧାରାଣୀ ପଣ୍ଡା।୨୦୧୯ରେ ବ୍ରଜରାଜନଗର ଆସନରୁ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ହରାଇ ବିଜୟୀ ହୋଇଥିଲେ ବିଜେଡିର କିଶୋର ମହାନ୍ତି। କିଶୋର ମହାନ୍ତିଙ୍କ ବିୟୋଗ ପରେ ବ୍ରଜରାଜନଗରରେ ଆସନ ହାତେଇବାକୁ ବିଜେଡି କାହାକୁ ପ୍ରାର୍ଥି କରୁଛି ତାହା ଉପରେ ସମସ୍ତଙ୍କ ନଜର।
Connect With Us