ରାଜ୍ୟରେ ବିଭିନ୍ନ ପ୍ରକାରର ଯୋଜନାର ପ୍ରବାହ ଜାରୀ ରହିଥିବା ବେଳେ ସହୀଦ ପରିବାରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଦେଶ ପାଇଁ ପ୍ରାଣବଳୀ ଦେଇ ରାଜ୍ୟ ତଥା ଦେଶର ଗୌରବ ସାଜିଥିବା ସହୀଦଙ୍କ ପରିବାରକୁ ଆର୍ଥିକ ସାନ୍ତ୍ୱନା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସହାୟତା ରାଶି ବୃଦ୍ଧି ନେଇ ସରକାରୀ ଘୋଷଣା ହେଲା ପରେ ଏହା ସେମାନଙ୍କ ପରିବାର ପାଇଁ ଏକ ଦରକାରୀ ପଦକ୍ଷେପ ହେବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି।
ଅନୁକମ୍ପା ରାଶି ଦୁଇଗୁଣା
ଦେଶର ସୁରକ୍ଷା ପାଇଁ ପ୍ରାଣବଳୀ ଦେଇ ରାଜ୍ୟର ଗୌରବ ବୃଦ୍ଧି କରୁଥିବା ସହୀଦଙ୍କ ପରିବାର ପ୍ରତି ଅଧିକ ସମ୍ବେଦନଶୀଳ ହୋଇ ମୁଖ୍ୟମନ୍ତ୍ରୀ ଅନୁକମ୍ପା ରାଶି ବୃଦ୍ଧି ଘୋଷଣା କରିଛନ୍ତି । ପୂର୍ବରୁ ସହୀଦଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଅନୁକମ୍ପା ରାଶି ଭାବେ ପ୍ରଦାନ କରାଯାଉଥିଲା। ନୂତନ ନିୟମ ଅନୁଯାୟୀ ଏବେ ଠୁ ସହୀଦଙ୍କ ପରିବାରକୁ ୫ଲକ୍ଷ ପରିବର୍ତ୍ତେ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ନବୀନଙ୍କ ଏହି ନିଷ୍ପତ୍ତି ସହୀଦଙ୍କ ପରିବାରକୁ ଆର୍ଥିକ ସ୍ତରରେ ସୁଦୃଢ଼ କରିବା ନେଇ ଚର୍ଚ୍ଚା ହେଉଛି।